www.samajalive.in
Saturday, December 6, 2025
14.1 C
Bhubaneswar

୫୦ ବର୍ଷ ପରେ ଶନିଙ୍କ ନକ୍ଷତ୍ରରେ ଚଳନ କରିବେ ମଙ୍ଗଳ: ଏହି ୩ ରାଶିଙ୍କୁ କରିବେ ଭାଗ୍ୟଶାଳୀ,ବଢିବ ଦରମା ,ମିଳିବ ସୁଖମୟ ଦାମ୍ପତ୍ୟ ଜୀବନ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଗ୍ରହଙ୍କ ଏହି ଚଳନର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ବର୍ତ୍ତମାନ ମଙ୍ଗଳ ଗ୍ରହ ୫୦ ବର୍ଷ ପରେ ଶନିଙ୍କ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହା ଦ୍ୱାରା ଅତ୍ୟନ୍ତ ଶୁଭ ଯୋଗ ମଙ୍ଗଳ-ପୁଷ୍ୟ ଯୋଗର ସୃଷ୍ଟି ହେବାକୁ ଯାଉଛି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ ୩ ରାଶି ବ୍ୟକ୍ତି ବିଶେଷଙ୍କ ଶୁଭ ସମୟ ଆରମ୍ଭ ହେବେ । ଏମାନଙ୍କୁ ଧନ ଲାଭ ସହ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଭାଗ୍ୟଶାଳୀ ହେବେ.. ମଙ୍ଗଳ ଗ୍ରହ ୧୨ ଏପ୍ରିଲ ୨୦୨୫ରେ ସକାଳ ୬ଟା ୩୨ ମିନିଟ୍‌ରେ ଶନିଙ୍କ ନକ୍ଷତ୍ରରେ ଚଳନ କରିବେ ।
ଏହି ଯୋଗ ଫଳରେ କର୍ମକ୍ଷେତ୍ର ଓ ବ୍ୟବସାୟରେ ଖୁବ୍‌ ଉନ୍ନତି ହୋଇଥାଏ । ଅଟକି ଥିବା କାମ ପୂରଣ ହୋଇଥାଏ । ନୂଆ ନୂଆ ଯୋଜନା କରି ସଫଳତା ହାସଲ କରି ଥାନ୍ତି ।

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ବ୍ୟବସାୟରେ ବଡ ଚୁକ୍ତି ହେବ । ମାନ-ସମ୍ମାନ ବୃଦ୍ଧି ହେବ । ବୈବାହିକ ଜୀବନ ସୁଖମୟ ହେବ । ଘରେ ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି । ହଠାତ୍‌ ଧନ ପ୍ରାପ୍ତି ହେବ ।

କ’ଣ କହେ ହସ୍ତରେଖା: ଜାଣନ୍ତୁ କେଉଁମାନଙ୍କର ହୋଇଥାଏ ସରକାରୀ ଚାକିରି..

- Advertisement -

କନ୍ୟା – ଚାକିରିରେ ପଦନ୍ନୋତିର ଯୋଗ ରହିଛି । ପରିବାରରେ ହସଖୁସିର ବାତାବରଣ ରହିବ । ଆର୍ଥିକ ସ୍ଥିତି ମଜଭୁତ ହେବା ସହ ଆତ୍ମବିଶ୍ୱାସ ବୃଦ୍ଧି ହେବ । ପରିବାର ସହ ଯାତ୍ରା କରିବାର ଯୋଗ ରହିଛି । ନୂଆ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି ।

ମୀନ – ବ୍ୟବସାୟୀଙ୍କୁ ବଡ ଲାଭ ମିଳିବ । ଖର୍ଚ୍ଚ ତୁଳନାରେ ଆୟରେ ବୃଦ୍ଧି ହେବ । ଧନ ଲାଭର ଯୋଗ ରହିଛି । ଅନେକ ଦାମୀ ଜିନିଷ କିଣିବାର ଯୋଗ ରହିଛି । ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳତା ପାଇବେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories