www.samajalive.in
Saturday, December 6, 2025
23.1 C
Bhubaneswar

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ନବଙ୍କ ରକ୍ତଭିଜା ସାର୍ଟକୁ ନେଇ ନୂଆ ତଥ୍ୟ, ସାର୍ଟ ପୋଡ଼ି ଦିଆଯାଇଥିବା ସୂଚନା

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ମାମଲାରେ ସ୍ୱର୍ଗତ ନବ ଦାସଙ୍କ ରକ୍ତଭିଜା ସାର୍ଟକୁ ନେଇ ତଥ୍ୟ ସାମ୍ନାକୁ ଆସିଛି। ଭୁବନେଶ୍ୱରର ଏକ ହସ୍ପିଟାଲରେ ସ୍ୱର୍ଗତ ନବ ଦାସଙ୍କ ସାର୍ଟକୁ ପୋଡ଼ି ଦିଆଯାଇଥିବା ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ନବ ଦାସଙ୍କ ସାର୍ଟ ପୋଡ଼ି ଦିଆଯାଇଥିବା ସୂଚନା ଦିଆଯାଇଛି। କୋଭିଡ ପ୍ରୋଟୋକଲ ଅନୁସାରେ ନବ ଦାସ ପିନ୍ଧିଥିବା ପ୍ୟାଣ୍ଟ ଓ ସାର୍ଟ ପୋଡ଼ି ଦିଆଯାଇଛି। ନବ ଦାସଙ୍କ ସାର୍ଟ ପୋଡ଼ିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚକୁ ଜଣାଇଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୟାନ କୋର୍ଟରେ ଦାଖଲ କରାଯାଇଛି। କାହା ଅନୁମତିରେ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ୱର୍ଗତ ନବ ଦାସଙ୍କ ସାର୍ଟ ପୋଡ଼ିଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories