www.samajalive.in
Sunday, December 14, 2025
16.1 C
Bhubaneswar

କୁକୁଡାଙ୍କୁ ଚାଷୀ ଦେଲେ ଦେଶୀ ମଦ, ଆଉ ତା’ପରେ..

ନୂଆଦିଲ୍ଲୀ : ମଦ କୁକୁଡାଙ୍କ ଜୀବନ ରକ୍ଷା କରି ପାରେ ବୋଲି ଆପଣ କେବେ ଚିନ୍ତା କରି ପାରିବେ କି? କଥାଟା କାନକୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗି ପାରେ। ଏଭଳି ଏକ ଘଟଣା ମହାରାଷ୍ଟ୍ରରେ ଘଟିଥିବା ସାମ୍ନାକୁ ଆସିଛି । ଘଟଣା କ୍ରମେ, ମହାରାଷ୍ଟ୍ରର ସୋଲାପୁର ଜିଲାରେ ମୋହଲ ଅନ୍ତର୍ଗତ ବାଲୁଜ ଗାଁରୁ ଏହି ମାମଲା ସାମ୍ନାକୁ ଆସିଛି । ରାଜେନ୍ଦ୍ର ନାମରେ ଜଣେ କୃଷକ ପାଳକ କରିଥିବା କୁକୁଡାଙ୍କୁ କିଛି ଗମ୍ଭୀର ରୋଗ ହୋଇଥିଲା । କୁକୁଡାଙ୍କୁ ରୋଗରୁ ଭଲ କରିବା ପାଇଁ ସେ ଦେଶୀ ମଦର ବ୍ୟବହାର କରିଛନ୍ତି ବୋଲି କହିଛନ୍ତି । ଚାଷୀ ଜଣକ କହିଛନ୍ତି, ଦେଶୀ ମଦର ବ୍ୟବହାର ଦ୍ୱାରା ତାଙ୍କ କୁୁକୁଡା ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।

୫୦ ବର୍ଷ ପରେ ଶନିଙ୍କ ନକ୍ଷତ୍ରରେ ଚଳନ କରିବେ ମଙ୍ଗଳ: ଏହି ୩ ରାଶିଙ୍କୁ କରିବେ ଭାଗ୍ୟଶାଳୀ,ବଢିବ ଦରମା ,ମିଳିବ ସୁଖମୟ ଦାମ୍ପତ୍ୟ ଜୀବନ..

- Advertisement -

ରାଜେନ୍ଦ୍ର କ୍ଷେତ୍ରରେ କାମ କରିବା ସହ କୁକୁଡା ମଧ୍ୟ ପାଳନ କରିଥିଲେ । ସେ ପ୍ରଥମେ ୧୦୦ କୁୁକୁଡା ଚିଆଁ କିଣିଥିଲେ । କିଛି ଦିନ ପରେ ତାଙ୍କ କୁୁକୁଡା ଗୋଟିଏ ପରେ ଗୋଟିଏ ରୋଗଗ୍ରସ୍ତ ହେବା ସହ ୨୦ଟି କୁୁକୁଡା ମରିଗଲେ । ସେ ଏଥିପାଇଁ ଚିନ୍ତିତ ହେବା ସହ ଗାଁର ଜଣେ ବୟସ୍କଙ୍କ ପରାମର୍ଶରେ କୁକୁଡାଙ୍କୁ ପାଣିରେ ସାମାନ୍ୟ ଅଳ୍ପ ବୁନ୍ଦା କିଛି ଦେଶୀ ମଦ ଦେଇଥିଲେ। ଏହାପରେ କୁକୁଡା ସୁସ୍ଥ ହେବା ସହ ରୋଗରେ ପଡିନଥିଲେ ବୋଲି ରାଜେନ୍ଦ୍ର କହିଛନ୍ତି। ଏଭଳି କୁକୁଡାକୁ ସୁସ୍ଥ କରିବା ଚାଷୀ ଜଣଙ୍କର କେବଳ ବ୍ୟକ୍ତିଗତ ମତ ବୋଲି ସେ କହିଛନ୍ତି। ମାତ୍ର ଏହି ଘଟଣା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

କ’ଣ କହେ ହସ୍ତରେଖା: ଜାଣନ୍ତୁ କେଉଁମାନଙ୍କର ହୋଇଥାଏ ସରକାରୀ ଚାକିରି..

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories