www.samajalive.in
Friday, December 5, 2025
20.1 C
Bhubaneswar

କୁକୁଡାଙ୍କୁ ଚାଷୀ ଦେଲେ ଦେଶୀ ମଦ, ଆଉ ତା’ପରେ..

ନୂଆଦିଲ୍ଲୀ : ମଦ କୁକୁଡାଙ୍କ ଜୀବନ ରକ୍ଷା କରି ପାରେ ବୋଲି ଆପଣ କେବେ ଚିନ୍ତା କରି ପାରିବେ କି? କଥାଟା କାନକୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗି ପାରେ। ଏଭଳି ଏକ ଘଟଣା ମହାରାଷ୍ଟ୍ରରେ ଘଟିଥିବା ସାମ୍ନାକୁ ଆସିଛି । ଘଟଣା କ୍ରମେ, ମହାରାଷ୍ଟ୍ରର ସୋଲାପୁର ଜିଲାରେ ମୋହଲ ଅନ୍ତର୍ଗତ ବାଲୁଜ ଗାଁରୁ ଏହି ମାମଲା ସାମ୍ନାକୁ ଆସିଛି । ରାଜେନ୍ଦ୍ର ନାମରେ ଜଣେ କୃଷକ ପାଳକ କରିଥିବା କୁକୁଡାଙ୍କୁ କିଛି ଗମ୍ଭୀର ରୋଗ ହୋଇଥିଲା । କୁକୁଡାଙ୍କୁ ରୋଗରୁ ଭଲ କରିବା ପାଇଁ ସେ ଦେଶୀ ମଦର ବ୍ୟବହାର କରିଛନ୍ତି ବୋଲି କହିଛନ୍ତି । ଚାଷୀ ଜଣକ କହିଛନ୍ତି, ଦେଶୀ ମଦର ବ୍ୟବହାର ଦ୍ୱାରା ତାଙ୍କ କୁୁକୁଡା ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।

୫୦ ବର୍ଷ ପରେ ଶନିଙ୍କ ନକ୍ଷତ୍ରରେ ଚଳନ କରିବେ ମଙ୍ଗଳ: ଏହି ୩ ରାଶିଙ୍କୁ କରିବେ ଭାଗ୍ୟଶାଳୀ,ବଢିବ ଦରମା ,ମିଳିବ ସୁଖମୟ ଦାମ୍ପତ୍ୟ ଜୀବନ..

- Advertisement -

ରାଜେନ୍ଦ୍ର କ୍ଷେତ୍ରରେ କାମ କରିବା ସହ କୁକୁଡା ମଧ୍ୟ ପାଳନ କରିଥିଲେ । ସେ ପ୍ରଥମେ ୧୦୦ କୁୁକୁଡା ଚିଆଁ କିଣିଥିଲେ । କିଛି ଦିନ ପରେ ତାଙ୍କ କୁୁକୁଡା ଗୋଟିଏ ପରେ ଗୋଟିଏ ରୋଗଗ୍ରସ୍ତ ହେବା ସହ ୨୦ଟି କୁୁକୁଡା ମରିଗଲେ । ସେ ଏଥିପାଇଁ ଚିନ୍ତିତ ହେବା ସହ ଗାଁର ଜଣେ ବୟସ୍କଙ୍କ ପରାମର୍ଶରେ କୁକୁଡାଙ୍କୁ ପାଣିରେ ସାମାନ୍ୟ ଅଳ୍ପ ବୁନ୍ଦା କିଛି ଦେଶୀ ମଦ ଦେଇଥିଲେ। ଏହାପରେ କୁକୁଡା ସୁସ୍ଥ ହେବା ସହ ରୋଗରେ ପଡିନଥିଲେ ବୋଲି ରାଜେନ୍ଦ୍ର କହିଛନ୍ତି। ଏଭଳି କୁକୁଡାକୁ ସୁସ୍ଥ କରିବା ଚାଷୀ ଜଣଙ୍କର କେବଳ ବ୍ୟକ୍ତିଗତ ମତ ବୋଲି ସେ କହିଛନ୍ତି। ମାତ୍ର ଏହି ଘଟଣା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

କ’ଣ କହେ ହସ୍ତରେଖା: ଜାଣନ୍ତୁ କେଉଁମାନଙ୍କର ହୋଇଥାଏ ସରକାରୀ ଚାକିରି..

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories