www.samajalive.in
Sunday, December 14, 2025
26.1 C
Bhubaneswar

କେନ୍ଦ୍ରୀୟ ବିଦ୍ୟାଳୟରେ ପରାକ୍ରମ ଦିବସ ପାଳିତ

ସମ୍ବଲପୁର : ଗୁରୁବାର ବରେଇପାଲି ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ କ୍ରମାଙ୍କ -୧, ସମ୍ବଲପୁରରେ ପରାକ୍ରମ ଦିବସ ପାଳିତ ହୋଇଛି। ଅନନ୍ୟ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଦୁଇ ବରପୁତ୍ରମାନଙ୍କ ଜୀବନୀ ଓ ତ୍ୟାଗ ସମ୍ପର୍କରେ ସମ୍ଭାଷଣ ପ୍ରସ୍ତୁତ କରିଥିଲା ବେଳେ ପ୍ରାତଃ ସଭାର ସମସ୍ତ କାର୍ଯ୍ୟକ୍ରମ ବରପୁତ୍ରମାନଙ୍କ ନିମନ୍ତେ ଉତ୍ସର୍ଗୀକୃତ କରାଯାଇଥିଲା।

ଜିଲାର ବିଭିନ୍ନ ବିଦ୍ୟାଳୟର ୧୦୦ ଜଣ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ‘ପରୀକ୍ଷା ପେ ଚର୍ଚ୍ଚା ‘ ଅନ୍ତର୍ଗତ ଏକ ପ୍ରଶ୍ନୋତ୍ତରୀ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ପ୍ରଥମେ ଭାରତର ସ୍ବାଧୀନତା ସଂଗ୍ରାମ ଉପରେ ଆଧାରିତ “ଭାରତ ହେ ହମ୍” ସିରିଜର ପାଞ୍ଚଟି ଅଧ୍ୟାୟର ଭିଡ଼ିଓ ପ୍ରଦର୍ଶନ କରାଯାଇ ଏହା ଉପରେ ଆଧାରିତ ପ୍ରଶ୍ନୋତ୍ତରୀ ପ୍ରତିଯୋଗିତାରେ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କ୍ରମାଙ୍କ -୧ ସମ୍ବଲପୁର, କେନ୍ଦ୍ରୀୟ ବିଦ୍ୟାଳୟ -୨ ସମ୍ବଲପୁର, ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ପିଏମ ଶ୍ରୀ ଶାସନ ଉଚ୍ଚ ବିଦ୍ୟାଳୟ, ବୁଢ଼ାରାଜା ଉଚ୍ଚ ବିଦ୍ୟାଳୟ, ଗୁରୁନାନକ ପବ୍ଲିକ ସ୍କୁଲ, ମଦନାବତୀ ପବ୍ଲିକ ସ୍କୁଲ ଓ ସୈନିକ ବିଦ୍ୟାଳୟ ଛାତ୍ରଛାତ୍ରୀ ଭାଗନେଇ ଥିଲେ।

- Advertisement -

ସୈନିକ ବିଦ୍ୟାଳୟର ସୋହୋମ ମିଶ୍ର ଓ କେନ୍ଦ୍ରୀୟ ବିଦ୍ୟାଳୟର କ୍ର-୧ ର ଆଦିତ୍ୟ ପ୍ରସାଦ ସାହୁ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ହାସଲ କରିଥିଲା ବେଳେ ସୈନିକ ବିଦ୍ୟାଳୟର ପ୍ରଜ୍ଞାରାଜ ଆର୍ଯ୍ୟ ଓ କେନ୍ଦ୍ରୀୟ ବିଦ୍ୟାଳୟ -୧ର ଶୋଭନ ଆର୍ଯ୍ୟ ପାଢ଼ୀ ଯୁଗ୍ମ ଭାବେ ତୃତୀୟ ସ୍ଥାନ ହାସଲ କରିଥିଲେ। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରଣରଞ୍ଜୟ ସିଂ ଓ ଉପ- ପ୍ରଚାର୍ଯ୍ୟ ବଳରାମ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ସମସ୍ତ ପ୍ରତିଭାଗୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରଚିତ ‘ଏକଜାମ ୱାରିୟର’ ପୁସ୍ତକ ପ୍ରଦାନ କରିଥିଲେ।

ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ସିସିଏ ସଂଯୋଜକ ପ୍ରମୋଦ କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ କଳା ଶିକ୍ଷକ ସୁଧାଂଶୁ ନାୟକ ଓ ବରିଷ୍ଠ ଶିକ୍ଷକ କମଳଲୋଚନ ଦେହୁରୀ ସକ୍ରିୟ ଭାବେ ସହଯୋଗ କରିଥିଲେ। ଏହି ଅବସରରେ ଶିକ୍ଷକ ସୁବ୍ରତ ବାରିକ, ଅରବିନ୍ଦ, ମଧୁସୂଦନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories