www.samajalive.in
Monday, December 15, 2025
15.1 C
Bhubaneswar

ପିପିଲିରେ ଜାଗୃତୀ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା

ପିପିଲି:ପିପିଲିର ଜାଗୃତୀ ସାଂସ୍କୃତିକ ଯୁବ ସଂଗଠନ ପକ୍ଷରୁ ସ୍ଥାନୀୟ ଡାକ୍ତରଖାନା ଛକ ସ୍ଥିତ ସେଣ୍ଟ ଜାଭିଅର ହାଇସ୍କୁଲ ଠାରେ ଗୁରୁବାର ଦିନ ଦୁଇ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶ ଭକ୍ତ, ମୁକ୍ତି ସଂଗ୍ରାମର ଅବିସ୍ମରଣୀୟ ଯୋଦ୍ଧା ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।

ସଂଗଠନର ସଭାପତି ସମାଜସେବୀ ପ୍ରଭାତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପିପିଲି ଥାନାଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାମଚନ୍ଦ୍ର ଦାଶ, ଅର୍ଜ୍ଜୁନ ଘଡେଇ, ସଙ୍ଗିତ ଅଧ୍ୟାପକ ଡ଼ଃ ସଚ୍ଚିକାନ୍ତ ନାୟକ, ଇଂ ରମେଶ ଚନ୍ଦ୍ର ଶତପଥୀ, ଶିକ୍ଷାବିତ୍‌‌ ଅଜୟ ମିଶ୍ର, ସେଣ୍ଟ ଜାଭିଅର ହାଇସ୍କୁଲର ଅଧ୍ୟକ୍ଷା ସ୍ମିତାରାଣୀ ମିଶ୍ର ପ୍ରମୁଖ ଯୋଗଦେଇ ଭାରତର ଦୁଇ ମହାନ ଦେଶଭକ୍ତ ଓ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଆସନ୍ତା ମାର୍ଚ୍ଚରେ ହେବାକୁ ଥିବା ଜାଗୃତି ମହୋତ୍ସବ ପାଇଁ ଜାଗୃତି ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

- Advertisement -

ସଂଗୀତ, ନୃତ୍ୟ, ବକୃତା, ଚିତ୍ରାଙ୍କନ ଓ କୁଇଜ୍‌‌ ପ୍ରତିଯୋଗିତାରେ ପିପିଲି ବ୍ଲକ ଅନ୍ତର୍ଗତ ୧୫ଟି ଉଚ୍ଚ ବିଦ୍ୟାଳୟର ୧୫୮ଜଣ ପ୍ରତିଯୋଗୀ ଭାଗନେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ମାର୍ଚ୍ଚ ୩୦, ୩୧ ଓ ଅପ୍ରେଲ ୧ରେ ହେବାକୁ ଥିବା ୩ଦିନିଆ ଜାଗୃତୀ ମହୋତ୍ସବରେ ପୁରସ୍କୃତ କରାଯିବ ବୋଲି ସଂଗଠନର ସଭାପତି ଶ୍ରୀମହାପାତ୍ର ସୂଚନା ଦେଇଥିଲେ।

ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବେ ଅଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ, ଅଧ୍ୟାପକ ଲୋକନାଥ ସେଠୀ, ଶିକ୍ଷାବିତ୍‌‌ ରମାକାନ୍ତ ନାୟକ, ନାଟ୍ୟକାର ସୁରେନ୍ଦ୍ର ପୁଷ୍ପାଳକ, ସମାଜସେବୀ କଳ୍ପନା ଦାଶ, ସଞ୍ଜୁକ୍ତା ମହାପାତ୍ର, କଣ୍ଠଶିଳ୍ପୀ ଜୟଶ୍ରୀ ମହାପାତ୍ର, ଶିକ୍ଷାବିତ୍‌‌ ଅଜୟ ଆଚାର୍ଯ୍ୟ, ସସ୍ମିତା ରାଉତରାୟ ପ୍ରମୁଖ ଯୋଗଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସମାଜସେବୀ ଜେନାମଣୀ ଆଶିଷ ରଞ୍ଜନ, ମୁନୁ ଅଗ୍ରୱାଲା, ବିକାଶ ଅଗ୍ରୱାଲା, ବାପୁ ବେହେରା ପ୍ରମୁଖ ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories