www.samajalive.in
Sunday, December 7, 2025
23.1 C
Bhubaneswar

ଜାନୁଆରୀ ୨୮ରେ ଶୁକ୍ର ଚଳନ ପାଇଁ ଶକ୍ତିଶାଳୀ ରାଜଯୋଗ; ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ, କିଣିବେ ଗାଡି, ହେବ ବିବାହ..

ଜାନୁଆରୀ ୨୮ରେ ଶୁକ୍ର ମୀନ ରାଶିରେ ଚଳନ କରିବେ । ଶୁକ୍ରଙ୍କ ଚଳନ ଫଳରେ ମାଲବ୍ୟ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ ଓ ସୁଖସମୃଦ୍ଧିର କାରକ ବୋଲି କୁହାଯାଏ । ଏହାସହ ଶୁକ୍ରଙ୍କ କୃପାରୁ ଜୀବନରେ ଉନ୍ନତି ଓ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ଜାଣନ୍ତୁ ଶୁକ୍ରଙ୍କ ଚଳନ ହେତୁ ମାଲବ୍ୟ ରାଜଯୋଗ ଫଳରେ କେଉଁ ରାଶି ହେବେ ଭାଗ୍ୟଶାଳୀ..

ବୃଷ – ମାଲବ୍ୟ ରାଜଯୋଗ ଫଳରେ ବୃଷ ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଲାଭ ମିଳିବ । ଏହି ଯୋଗ ଫଳରେ ଆର୍ଥିକ ସ୍ଥିତି ମଜଭୁତ ହେବ । ଆୟରେ ବୃଦ୍ଧି ହେବ । ଟଙ୍କା ନିବେଶ ପାଇଁ ସମୟ ଖୁବ୍‌ ଶୁଭଙ୍କର । ଚାକିରିରେ ନୂଆ ନୂଆ ସୁଯୋଗ ମିଳିବ । ନୂଆ ଯାନ କିଣିବାର ଯୋଗ ରହିଛି । ବ୍ୟବସାୟରେ ଖୁବ୍‌ ଉନ୍ନତି ହେବ ।

- Advertisement -

ସିଂହ – ବ୍ୟବସାୟୀ ଲାଭବାନ୍‌ ହେବେ । ଇଚ୍ଛା ମୁତାବକ କାର୍ଯ୍ୟରେ ସଫଳତା ମିଳିବ । ଜୀବନରେ ଅନେକ ସଫଳତାରେ ପାଦ ଥାପିବେ । ଅଟକି ଥିବା ସମସ୍ତ କାମ ପୂରଣ ହେବ । କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ ।

ଧନୁ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ ଖୁସିର ଆଗମନ ହେବ । ଧନ ବୃଦ୍ଧି ହେବ । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ମାନସିକ ଶାନ୍ତି ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ । କର୍ମକ୍ଷେତ୍ରରେ ସଫଳତା ସହ ଧନ ସଞ୍ଚୟ କରିବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

କୁମ୍ଭ- ଅଟକି ଥିବା କାମରେ ସଫଳତା ମିଳିବ । ଜୀବନରେ ଶାନ୍ତି ସହ ଖୁସିର ଆଗମନ ହେବ । ବିବାହର ଯୋଗ ରହିଛି ।

ଦେଖନ୍ତୁ ଭିଡିଓ ; ଶ୍ମଶାନରେ ରିଲ୍ସ କଲେ ଯୁବତୀ, ତା’ପରେ..

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories