ରାସ୍ତା ତଳକୁ ଓଲଟିଲା ଟ୍ରକ୍

ଜଳେଶ୍ବର : ରାସ୍ତା ତଳକୁ ଓଲଟିଲା ଅଟୋ ବୋଝେଇ ଟ୍ରକ୍ । ଏକ ଟ୍ରକ୍ ଅନେକ ନୂଆ ଅଟୋ ଲଦି ନେଇଆସୁଥିବାବେଳେ କର୍ମଦା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଛି । ଏହି ଦୁର୍ଘଟଣାରେ ଅଳ୍ପକେ ଡ୍ରାଇଭର ଓ ହେଲପର୍ ବର୍ତ୍ତିଯାଇଛନ୍ତି । ତେବେ ଗାଡିରେ ଲଦା ହୋଇ ଶୋ-ରୁମ୍ ଯାଉଥିବା ନୂଆ ଅଟୋ ଗୁଡିକ କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆଗାମୀ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ।

kalyan agarbati

Comments are closed.