www.samajalive.in
Sunday, December 7, 2025
26.1 C
Bhubaneswar

ଖୁବ୍‌ ଶୀଘ୍ର ୬ ଗ୍ରହ ଏକାଠି ପରେ ହେବ ଦୁର୍ଲ୍ଲଭ ସଂଯୋଗ; ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କାହାର ଚିନ୍ତା କାହାର ବଢିବ ଧନ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ଚଳନ ଓ ଅନ୍ୟ ଗ୍ରହ ସହ ଏକାଠି ହେବା ଦ୍ୱାରା ବ୍ୟକ୍ତି ବିଶେଷଙ୍କ ଜାତକରେ ଅନେକ ପ୍ରଭାବ ପକାଇଥାଏ । ଗ୍ରହ ପରସ୍ପର ସହ ଏକାଠି ହେବା ଦ୍ୱାରା ଅନେକ ଶକ୍ତିଶାଳୀ ରାଜଯୋଗ ମଧ୍ୟ ସୃଷ୍ଟି ହୋଇଥାଏ । ଖୁବ୍‌ ଶୀଘ୍ର ଷଠଗ୍ରହୀ ଯୋଗ ସୃଷ୍ଟି ହେବାକୁ ଯାଉଛି । ଅର୍ଥାତ୍‌ ୬ଟି ପ୍ରମୁଖ ଗ୍ରହ ମୀନ ରାଶିରେ ଏକାଠି ହେବେ । ଏହା ୨୯ ଓ ୩୦ ମାର୍ଚ୍ଚରେ ହେବା ସହ ୧୩ ଏପ୍ରିଲ ପର୍ଯ୍ୟନ୍ତ ଗ୍ରହଙ୍କ ଚଳନ ହେବ । ଚନ୍ଦ୍ରମା, ବୁଧ, ରାହୁ, ସୂର୍ଯ୍ୟ, ଶନି ଓ ଶୁକ୍ର ଚଳନ କରିବେ । ଏହି ଦୁର୍ଲ୍ଲଭ ସଂଯୋଗ ଫଳରେ କର୍ମକ୍ଷେତ୍ର, ବ୍ୟବସାୟ, ସମ୍ପର୍କ, ବ୍ୟକ୍ତିଗତ ଜୀବନ, ଆର୍ଥିକ ସ୍ଥିତିରେ ପ୍ରଭାବ ଦେଖାଯିବ । ଜାଣନ୍ତୁ ସମସ୍ତ ରାଶି ଉପରେ ଏହାର କି ପ୍ରଭାବ ପଡିବ..

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ କର୍ମକ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ । କାମ ପ୍ରତି ଅଧିକ ସଚେତନ ରୁହନ୍ତୁ । ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ନାହିଁ । ଧୈର୍ଯ୍ୟ ଓ ବୁଦ୍ଧି ସହ କାମ କରନ୍ତୁ ।

- Advertisement -

ବୃଷ – ଏହି ରାଶିଙ୍କୁ ଆର୍ଥିକ କ୍ଷେତ୍ରରେ ଲାଭବାନ୍‌ ହେବେ । କିଛି କଷ୍ଟ ପରିସ୍ଥିତି ଆସିପାରେ ମାତ୍ର ସମସ୍ୟା ଦୂର ହେବ । ବ୍ୟବସାୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ।

ମିଥୁନ – ଶାନ୍ତ ଓ ସ୍ଥିର ରହି ସମସ୍ତ କାର୍ଯ୍ୟ କରନ୍ତୁ । ପରିଶ୍ରମ ଅଧିକ କରିବାର ଆବଶ୍ୟକତା ରହିଛି । ସଠିକ୍‌ ନିଷ୍ପତ୍ତି ସହ କାର୍ଯ୍ୟ କଲେ ସଫଳତା ମିଳିବ। ଧନ ବଢିବ ।

କର୍କଟ- ଛୋଟ ଛୋଟ ସମସ୍ୟା ଆସିବ । କର୍ମକ୍ଷେତ୍ରରେ ଉନ୍ନତି ପାଇଁ ସମୟ ଅନୁକୂଳ ରହିଛି । ଭାବି ଚିନ୍ତି କାମ କରନ୍ତୁ । ସଫଳତା ପ୍ରାପ୍ତି ହେବ ।

ସିଂହ – ଭାବି ଚିନ୍ତି ଧୀର ସ୍ଥିର ଭାବେ କାମ କରନ୍ତୁ । ନଚେତ୍‌ ଅଶାନ୍ତି ସୃଷ୍ଟି ହେବ । ମନକୁ ଶାନ୍ତ ରଖି କାର୍ଯ୍ୟ କଲେ ସଫଳତା ମିଳିବ ।

କନ୍ୟା – ମାନସିକ ଓ ଶାରିରୀକ ଭାବେ ସୁସ୍ଥ ରହିବା ପାଇଁ ନିୟମିତ ବ୍ୟାୟାମ କରନ୍ତୁ । ପରିଶମ୍ର କରି ବ୍ୟବସାୟରେ ଲାଭ ମିଳିବ । ନୂଆ ନୂଆ ଯୋଜନା କରି ସଫଳ ହେବେ ।

ତୁଳା – ସମ୍ପର୍କରେ ତିକ୍ତତା ଦେଖାଦେଇପାରେ । କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । କରଜ ଟଙ୍କା ଫେରସ୍ତ ମିଳିବ । ଯୋଜନା ଭାବେ କାମ କରି ସଫଳତା ପାଇବେ ।

ବିଛା – କର୍ମକ୍ଷେତ୍ର, ବ୍ୟକ୍ତିଗତ ବିକାଶ ଓ ସମ୍ପର୍କରେ ପରିବର୍ତ୍ତନ ହେବ । ଧୈର୍ଯ୍ୟ ରଖି କାର୍ଯ୍ୟ କଲେ ମାନସିକ ଶାନ୍ତି, ସକରାତ୍ମକ ଫଳ ମିଳିବ ।

ଧନୁ- କାମର ପ୍ରଭାବ ରହିବ । ଯାତ୍ରା କରିବାର ଯୋଗ ରହିଛି । ମାନସିକ ଶାନ୍ତି ସହ କାମ କଲେ ସମସ୍ୟା ଦୂର ହେବ । ନୂଆ ନୂଆ ଯୋଜନା କରିବେ ।

ମକର- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ନୂଆ ନୂଆ ସୁଯୋଗ ମିଳିବ । ନୂଆ ଯୋଜନା କରି କର୍ମକ୍ଷେତ୍ରରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ଓ କର୍ମକ୍ଷେତ୍ରରେ ଉତ୍ତମ ଫଳ ମିଳିବ । ସଫଳତା ହାସଲ କରିବେ ।

କୁମ୍ଭ- ଖର୍ଚ୍ଚାନ୍ତ ହୋଇ ପାରନ୍ତି। ପରିବାରରେ ଥିବା ସମସ୍ୟା ଦୂର ହେବ। ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଧନ ପ୍ରାପ୍ତି ହେବ ।

ମୀନ – ପୁରୁଣା ସମସ୍ୟା ଦୂର ହେବ । ଲକ୍ଷ୍ୟ ହାସଲ କରିବେ । ସକରାତ୍ମକ ଫଳ ମିଳିବ । ଧିରେ ଧିରେ ଅଟକି ଥିବା କାମ ପୂରଣ ହେବ । ମନକୁ ସ୍ଥିର ରଖି ସକରାତ୍ମକ ଫଳ ପାଇବେ । ଯାତ୍ରାର ଯୋଗ ରହିଛି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories