ଅବ୍ୟବସ୍ଥା ଘେରରେ ନଳାଘାଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ମୋହନା: ଗଜପତି ଜିଲା ମୋହନା ବ୍ଲକର ବିଭିନ୍ନ ବିଦ୍ୟାଳୟ ଗୁଡିକର ପାରିପାର୍ଶ୍ବିକ ସ୍ଥିତି ଭଲ ନାହିଁ। ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି ବହୁ ବିଦ୍ୟାଳୟ। ଏପରିକି ଅନେକ ବିଦ୍ୟାଳୟ ରହିଛି ଯେଉଁଠି ବିଦ୍ୟୁତ ବଲଵ ଓହଳିଛି ଆଉ ତାର ବିଛା ଯାଇଛି କିନ୍ତୁ ବିଦ୍ୟୁତ ସଂଯୋଗ ହୋଇନି। ଶୌଚାଳୟ ଅଛି ହେଲେ କବାଟ ନାହିଁ । ଶୌଚାଳୟ, ପାଚେରୀ, ଶ୍ରେଣୀ ଗୃହର ଅଭାବ ସାଙ୍ଗକୁ ଶିକ୍ଷକ ଶିକ୍ଷୟିତ୍ରୀର ଅଭାବ ମଧ୍ୟ ରହିଛି । ଗଜପତି ଜିଲ୍ଲା ମୋହନା ବ୍ଲକର ନାଳାଘାଟ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲା ସଂଖ୍ୟା ହେଉଛି ୧୪୭ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ରହିଛନ୍ତି ମାତ୍ର ୪ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ । ଶ୍ରେଣୀ ଗୃହ ରହିଛି ୩ଟି । ଶ୍ରେଣୀ ଗୃହ ଅଭାବରୁ ୩ଟି ଗୃହରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ବସାଇ ପାଠ ପଢା ଯାଉଛି। ଯାଦ୍ୱାରା ଛାତ୍ରଛାତ୍ରୀଙ୍କୁ ପାଠ ପଢିବାରେ ବହୁ ବାଧା ସୃଷ୍ଟି ହେଉଛି। ଖାଲି ସେତିକି ନୁହେଁ ଶୌଚାଳୟ ରହିଛି ଭଗ୍ନ ଅବସ୍ଥାରେ। କବାଟ ନଥିବାରୁ ଶୌଚ ଯିବାରେ ବାଧା ସୃଷ୍ଟି ହେଉଛି। ଛାତ୍ରଛାତ୍ରୀ ମାନେ ବାଧ୍ୟହୋଇ ନିକଟରେ ଥିବା ବିଲ କିମ୍ବା ଲଟା ବୁଦା ନିକଟରେ ଶୌଚ ପାଇଁ ଯାଇଥାନ୍ତି। ବିଦ୍ୟୁତ ସଂଯୋଗ ନଥିବାରୁ ପିଲାମାନେ ଖରା ଦିନେ ବହୁ କଷ୍ଟରେ ପାଠ ପଢନ୍ତି ।
ପାଚେରୀ ନଥିବାରୁ କୋୖଣସି ଗଛ ଲଗାଇଲେ ମଧ୍ୟ ରହୁନାହିଁ। ଗାଈ ଗୋରୁ ନଷ୍ଟ କରି ଦେଉଥିବା ଶିକ୍ଷକ ମାନେ କହିଛନ୍ତି। ଏ ସମ୍ପର୍କରେ ବହୁବାର ପ୍ରଶାସନକୁ ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସୀ ସଫଳ ମିଳୁ ନ ଥିବା କହିଛନ୍ତିି ଅବିଭାଵକ ମାନେ । ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ବିଦ୍ୟାଳୟ ପ୍ରତି ଦୃଷ୍ଟି ଦେଇ ଶ୍ରେଣୀ ଗୃହ , ଶିକ୍ଷକ ଶିକ୍ଷୟିତ୍ରୀ, ପାଚେରୀ, ଶୌଚାଳୟ ନିର୍ମାଣ କଲେ ପିଲାଙ୍କ ପାଠ ପଢାରେ ଉନ୍ନତି ହେବା ସହ ବିଦ୍ୟାଳୟର ଉନ୍ନତି ହୋଇପାରିବ ବୋଲି ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି।
Comments are closed.