www.samajalive.in
Sunday, December 14, 2025
26.1 C
Bhubaneswar

କରାଚି ବିଶ୍ବବିଦ୍ୟାଳୟ ପରିସରରେ ବିସ୍ଫୋରଣ: ୪ ମୃତ, ୩ ଆହତ


ଇସଲାମାବାଦ: ମଙ୍ଗଳବାର ପାକିସ୍ତାନ କରାଚି ବିଶ୍ବବିଦ୍ୟାଳୟ ପରିସରରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। କରାଚି ବିଶ୍ବବିଦ୍ୟାଳୟ ପରିସର ଥିବା ଏକ କାରରେ ବିସ୍ଫୋରଣ ଘଟିବାରୁ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ତେବେ ୪ଜଣ ମୃତକଙ୍କ ମଧ୍ୟରୁ ୩ଜଣ ଚୀନ ନାଗରିକ ଥିବା ସୂଚନା ମିଳିଛି। ତେବେ ଏପର୍ଯ୍ୟନ୍ତ ଏହି ବିସ୍ଫୋରଣର କାରଣ ଜଣାପଡିନାହିଁ।


ପାକିସ୍ତାନ ପୁଲିସ କହିଛନ୍ତି ଯେ କରାଚି ବିଶ୍ୱବିଦ୍ୟାଳୟର କନଫୁସିୟସ୍ ଇନଷ୍ଟିଚ୍ୟୁଟ୍ ନିକଟରେ ଥିବା ଏକ କାରରେ ବିସ୍ଫୋରଣ ଘଟିଛି। ଏଥିରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଥିବାବେଳେ ସୁରକ୍ଷା ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିସ୍ଫୋରଣ ଘଟିଥିବା କାରରେ ସାତରୁ ଆଠ ଜଣ ଲୋକ ଥିଲେ। ମୃତାହତଙ୍କ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ୪ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ବିସ୍ଫୋରଣ ପଛରେ କେଉଁ ଆତଙ୍କବାଦୀ ସଂଗଠନର ହାତ ରହିଛି ନା ଯାନ୍ତ୍ରିକ ତ୍ରୁଟି ପାଇଁ କାରରେ ବିସ୍ଫୋରଣ ହୋଇଛି, ସେ ନେଇ ଯାଞ୍ଚ କରାଯାଉଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories