ଅଗ୍ନିଶମ ସେବା ସପ୍ତାହ ପାଳନ ଅବସରରେ ଚିତାକର୍ଷକ ପରେଡ
ଭୁବନେଶ୍ବର: ଅଗ୍ନିଶମ ସେବା ସପ୍ତାହ ପାଳନ ଅବସରରେ ଅଗ୍ନିଶମ ସେବା ସଂସ୍ଥା ତରଫରୁ ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନଠାରେ ଏକ ଚିତାକର୍ଷକ ପରେଡ ଅନୁଷ୍ଠିତ ହୋଇଥିଲା। ଏହି ପରେଡରେ ଗୃହ ରାଷ୍ଟ୍ର ମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହାହିତ ଅଗ୍ନିଶମ ସେବା ସଂସ୍ଥାର ମହାନିର୍ଦେଶକ ଅରୁଣ କୁମାର ରାୟ, ଅତିରିକ୍ତ ମହାନିର୍ଦେଶକ ସୌମ୍ୟା ମିଶ୍ର, ଶେଫିନ ଅହମ୍ମଦ କେ, ଆରକ୍ଷୀ ମହାନିରୀକ୍ଷକ, ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟଅତିଥି ଚଳିତ ବର୍ଷ ପାଇଁ ଅଗ୍ନିଶମ ସେବା ସଂସ୍ଥା ତରଫରୁ ସର୍ବଶ୍ରେଷ୍ଠ ବିବେଚିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ପୁରସ୍କୃତ ପ୍ରଦାନ କରିଥିଲେ। ସେହିପରି ଅଗ୍ନିଶମ ବିଭାଗ ତରଫରୁ ୨୦୨୨ ମସିହା ପାଇଁ କରାଯାଇଥିବା ବୈଷୟିକ ଜ୍ଞାନ କୌଶଳ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଅଗ୍ନିଶମ ଅଧିକାରୀ ଓ କର୍ମଚାରୀମାନଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ। ଏତଦ ବ୍ୟତୀତ ଅଗ୍ନିଶମ ବିଭାଗର ସେବା ନିବୃତ ହୋଇଥିବା ୩ଜଣ କର୍ମଚାରୀଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ। ଅଗ୍ନିଶମ ଡିଜି ଅରୁଣ କୁମାର ରାୟ ନିଜ ବକ୍ତବ୍ୟରେ ଅଗ୍ନିଶମ ବିଭାଗର ସଫଳତା ଉପରେ ଆଲୋକପାତ କରିଥିଲେ। ଅଗ୍ନିଶମ ବିଭାଗ ନିଜର ଉଚ୍ଛର୍ଗିକୃତ ସେବା ପାଇଁ ସାରା ଭାରତରେ କିପରି ସର୍ବଶ୍ରେଷ୍ଠ ଅଗ୍ନିଶମ ବିଭାଗ ଭାବରେ ପୁରସ୍କୃତ ହୋଇପାରିଛି ଏବଂ ଆଗାମୀ ଦିନରେ ଏହି ବିଭାଗ ଏହିପରି ଉଚ୍ଛର୍ଗିକୃତ ସେବା ଜାରି ରଖିବ ସେଥିପାଇଁ ସମସ୍ତେ ମିଳିତ ପ୍ରୟାସ ଜାରି ରଖିବା ଉଚିତ ବୋଲି କହିଥିଲେ। ଏହାପରେ ଏଡିଜି ସୌମ୍ୟା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସହକାରୀ ଅଗ୍ନିଶମ ଅଧିକାରୀ ପୋରନ ସୋରେନ ଓଡ଼ିଶା ଅଗ୍ନିଶମ ସଂସ୍ଥା ପରେଡ ପରିଚାଳନା କରିଥିଲେ।
ପରିଶେଷରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଏକ ଚିତାକର୍ଷକ ଅଗ୍ନିନିର୍ବାପନ ଓ ଉଦ୍ଧାର କୌଶଳ ଉପରେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।
Comments are closed.