www.samajalive.in
Monday, December 15, 2025
17.1 C
Bhubaneswar

ବୁଝାମଣା ପରେ ସ୍ୱାଭାବିକ ହେଲା ମହାନଦୀ ସେତୁ ନିର୍ମାଣ କାମ

ହରଭଙ୍ଗା: ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଖରଶଙ୍କୁଲେଇଠାରେ ମହାନଦୀ ଉପରେ ନିର୍ମାଣଧିନଥିବା ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ ମଙ୍ଗଳବାର ସ୍ୱାଭାବିକ ହୋଇଛି। ମିତଲ କମ୍ପାନୀ ସହ ମହାନଦୀ ଠିକାସଂସ୍ଥାର ବୁଝାମଣା ପରେ ପୁର୍ନବାର ସେତୁ ନିର୍ମାଣ କାର୍ଯ୍ୟରେ ଉକ୍ତ କମ୍ପାନୀ ନିଜର ମେସିନ ଗାଡି ଇତ୍ୟାଦିକୁ କାମରେ ନିୟୋଜିତ କରିଛି। ଫଳରେ ମଙ୍ଗଳବାର ସକାଳେ ସେତୁ ନିର୍ମାଣକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିବା ଦେଖିବାକୁ ମିଳିଛି।ସୂଚନା ଥାଉ କି ଗତ ତିନିବର୍ଷହେଲା ମହାନଦୀ ସେତୁ ନିର୍ମାଣ କାର୍ଯ୍ୟରେ ଛତିଶଗଡ ଅଞ୍ଚଳର ମିତଲ କମ୍ପାନୀ ନିଜର ମେସିନ, ଗାଡିକୁ ଭଡା ସୁତ୍ରରେ ସେଠାରେ ନିୟୋଜିତ କରିଥିଲା। ଏ ବାବଦକୁ ପାଖାପାଖି ୮୪ ଲକ୍ଷଟଙ୍କା ମିତଲ କମ୍ପାନୀ ପାଇବାକୁ ଥିବାବେଳେ ମହାନଦୀ ସେତୁ ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ପଇସା ଦେବାକୁ ସମୟ ଗଡାଉଥିଲା। ଫଳରେ ମିତଲ କମ୍ପାନୀ ନିର୍ମାଣ କାର୍ଯ୍ୟରୁ ସମସ୍ତ ଗାଡିକୁ କାଢିଦେଇ ସେତୁ ଉପରେ ମୋରମ୍ ଢାଳି ଏହାର ନିର୍ମାଣ କାର୍ଯ୍ୟ ବନ୍ଦ ରଖିଥିଲା। ଗତକାଲି ବକେୟା ଟଙ୍କାର ୫୦ ପ୍ରତିଶ୍ରତ ଦେବା ପରେ ଆଜି ନିର୍ମାଣ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories