www.samajalive.in
Sunday, December 14, 2025
14.1 C
Bhubaneswar

ମୀନାକ୍ଷୀଙ୍କ ସ୍ୱପ୍ନ ସାକାର କରିବ କିସ୍‍ ଫାଉଣ୍ଡେସନ୍‍

ଫୁଲବାଣୀ: କନ୍ଧମାଳର ଝିଅ ମୀନାକ୍ଷୀ ମଲ୍ଲିକଙ୍କ ସ୍ୱପ୍ନ ସାକାର କରିବ କିସ୍‍ ଫାଉଣ୍ଡେସନ୍‍। କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକ୍‍ ଅନ୍ତର୍ଗତ ଗଇବନ୍ଧ ଗ୍ରାମର ମେଧବୀ ଛାତ୍ରୀ ମୀନାକ୍ଷୀଙ୍କ ପିଲା ଦିନର ସ୍ୱପ୍ନ ଥିଲା ଭବିଷ୍ୟତରେ ଡାକ୍ତରୀ ପାଠ ପଢ଼ି ଲୋକଙ୍କ ସେବା କରିବେ। କିନ୍ତୁ ବାପା ଜଣେ ନାମ ମାତ୍ର ଚାଷୀ ହୋଇଥିବାରୁ ଆର୍ଥିକ ଅନଟନ ଯୋଗୁଁ ମାଟ୍ରିକ୍‍ ପାସ୍‍ ପରେ କ’ଣ କରିବେ ସେ ବିଷୟରେ ମୀନାକ୍ଷୀ ଚିନ୍ତା କରିପାରୁ ନଥିଲେ। ମୀନାକ୍ଷୀଙ୍କ ଡାକ୍ତରୀ ପଢ଼ିବାର ସ୍ୱପ୍ନ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିବା ପରେ ଏଥିପାଇଁ ତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଅନୁସାରେ କିସରେ ଯୁକ୍ତ ଦୁଇ ବିଜ୍ଞାନରେ ମୀନାକ୍ଷୀଙ୍କ ନାମ ଲେଖାଯାଇଥିଲା। ଚଳିତବର୍ଷ ମୀନାକ୍ଷୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଉଥିବା ବେଳେ ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍‍ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ କିସ୍‍ର ଅଧ୍ୟାପକମାନେ ତାଙ୍କୁ ଉପଯୁକ୍ତ ମାର୍ଗ ଦର୍ଶନ କରାଉଛନ୍ତି। ନିଟ୍‌ରେ କୃତକାର୍ଯ୍ୟ ହେବାପରେ ମୀନାକ୍ଷୀଙ୍କ ଡାକ୍ତରୀ ପଢ଼ାର ସମସ୍ତ ଦାୟିତ୍ୱ କିସ୍‍ ଫାଉଣ୍ଡେସନ୍‍ ନେବ।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories