www.samajalive.in
Sunday, December 14, 2025
14.1 C
Bhubaneswar

ଦୁଇଦିନିଆ ମନରେଗା ମେଟ ତାଲିମ ଶିବିର 

ଫୁଲବାଣୀ/ଫିରିଙ୍ଗିଆ):କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ପରିସରରେ ଥିବା ସଭାଗୃହ ଠାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମାହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାର୍ଯ୍ୟରତ ଥିବା ମେଟ୍ ମାନଙ୍କ ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହୋଇଯାଇଛି। ଫିରିଙ୍ଗିଆ ବ୍ଲକ ସହକାରୀ କାର୍ଯ୍ୟକ୍ରମ ଅଧିକାରୀ ସୁମନ୍ତ ଉଠାଣ ସିଂଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞନ ମହନ୍ତ , ହିସାବ ରକ୍ଷକ ଅନୁଗ୍ରହ ସଚିନ ଜାତେ, ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା, ମନରେଗା ସହାୟକ ଜିତେନ୍ଦ୍ର ଆଚାର୍ଯ୍ୟଙ୍କ ସହ ସମସ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହି ଅଧିକାରୀ ମାନେ ଉପସ୍ଥିତ ଥିଲେ। ଚଳିତ ଆର୍ଥିକ ବର୍ଷରେ ମନରେଗା କାର୍ଯ୍ୟରେ ସଫଳ ରୁପାୟନ ପାଇଁ ରାଜ୍ୟରେ ଫିରିଙ୍ଗିଆ ବ୍ଲକ ଦଶମ ସ୍ଥାନରେ ରହିଥିବା ବେଳେ ଚଳିତ ଆର୍ଥିକ ବର୍ଷରେ କିଭଳି ଭାବରେ ଏହି ବ୍ଲକରେ ମନରେଗା କାର୍ଯ୍ୟଗୁଡିକୁ ତ୍ୱରାନ୍ୱିତ କରାଯାଇ ବ୍ଲକକୁ ଶ୍ରେଷ୍ଠ ବିବେଚିତ କରାଯାଇ ପାରିବ ସେ ନେଇ କୁହାଯାଇଥିଲା। ବ୍ଲକର ପ୍ରତ୍ୟୋକ ଜବକାଡ଼ ଧାରିମାନେ ୧୦୦ ଦିନର କାମ ଯୋଗଇଦେବା ସହ ଗ୍ରାମାଞ୍ଚଳ ମାନଙ୍କ ରେ ଥିବା ଭିତିଭୂମି ମାନଙ୍କର ଉନ୍ନତି ପାଇଁ ପ୍ରକଲ୍ପ ନିର୍ମାଣ କାରାଯିବ ଓ ମେଟ ମାନେ ରାଜ୍ୟସରକାରଙ୍କ ତରଫରୁ ଜାରି କରାଯାଇଥିବା ମନରେଗା ମୋବାଇଲ ଆପକୁ କିଭଳି ଭାବରେ କାର୍ଯ୍ୟସ୍ଥଳୀରେ ବ୍ୟବହାର କରିବେ ସେନେଇ ମେଟମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲ।

 

- Advertisement -

ଏହି କାର୍ଯ୍ୟକ୍ରମ ଅବସରରେ ଫିରିଙ୍ଗିଆ ବ୍ଲକ ରେ ଥିବା ୨୪ ଗୋଟି ପଞ୍ଚାୟତ ମଧ୍ୟରୁ ୬ ଗୋଟି ପଞ୍ଚାୟତକୁ ମନରେଗା କାର୍ଯ୍ୟରେ କୃତକାର୍ଯ୍ୟ ପାଇଁ ଶ୍ରେଷ୍ଠ ପଞ୍ଚାୟତ ଭାବରେ ପୁରସ୍କୃତ କରାଯାଇଥିଲ। ସେମାନଙ୍କ ମଧ୍ୟରେ ଡିଣ୍ଡିରାଗାଁ, ସାଡିଙ୍ଗିଆ ଓ ବନ୍ଧଗଡ ପଞ୍ଚାୟତକୁ ଶ୍ରେଷ୍ଠ ଶ୍ରମ ଦିବସ ଭାବରେ ପୁରସ୍କୃତ କରାଯାଇଥିବା ବେଳେ ପବିଙ୍ଗିଆ , ବନ୍ଧଗଡ ଓ କେଳାପଡା ପଞ୍ଚାୟତକୁ ସର୍ବାଧିକ ପରିବାରକୁ ୧୦୦ ଦିନର କାମ ଯୋଗାଇ ଦେଇ କର୍ମନିଯୁକ୍ତି ଦେଇଥିବାରୁ ମାନପତ୍ର ସହ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲ। ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ଦୁଇଦିନ ଧରି ଫିରିଙ୍ଗିଆ ବ୍ଲକର ୨୪ଟି ପଞ୍ଚାୟତର ସମୁଦାୟ ୨୪୫ ଜଣ ମେଟଙ୍କ ସହ ଜିଆରଏସ, ବିଏଫଟି, ଏନଆରଏମମାନେ ଉପସ୍ଥିତ ରହି ତାଲିମ ନେଇଥିବା ବେଳେ ଗ୍ରାମରୋଜଗାର ସେବକ ଗୌରାଙ୍ଗ କହଁର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories