www.samajalive.in
Sunday, December 14, 2025
26.1 C
Bhubaneswar

ଥୁଆମୁଳ ରାମପୁର ଅଞ୍ଚଳରେ କାଳବୈଶାଖୀ : ଅଙ୍ଗନୱାଡି କେନ୍ଦ୍ର ଉପରେ ପଡିଲା ଗଛ

କଲମପୁର :  କାଳ ହେଲା କାଳ ବୈଶାଖୀ । ଏହାର ପ୍ରଭାବରେ ଜଣଙ୍କର ଘର ଭାଙ୍ଗି ଯାଇଥିବା ବେଳେ ଏକ ଅଙ୍ଗନୱାଡି କେନ୍ଦ୍ର କୋଠାରେ ଏକ ବିରାଟ ଗଛ ଭାଙ୍ଗି ପଡିବା ଦ୍ବାରା ଅଙ୍ଗନୱାଡି କୋଠା କ୍ଷତିଗ୍ରସ୍ତ ହେଇଛି ।
ସୁଚନା ଅନୁସାରେ ଗୁରୁବାର ଅପରାହ୍ନରେ ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଗୁରୁବାର ବ୍ଲକର କାଣିଗୁମା ପଞ୍ଚାୟତ ଅଧିନ ତାରାଗାଁ ଏବଂ ପାଡେପଦର ପଞ୍ଚାୟତର ବେଣାଖମାର ଗ୍ରାମରେ କାଳ ବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅପରାହ୍ନ ସମୟରେ ତାରାଗାଁ ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ଉପରେ ଏକ ବିରାଟ ଗଛ ଭାଙ୍ଗି ପଡିଛି। ଫଳରେ ଅଙ୍ଗନୱାଡି କେନ୍ଦ୍ରର କିଛି ଅଂଶ କ୍ଷତି ହୋଇଥିବା କାଣିଗୁମା ସରପଞ୍ଚ ଧୃବଚରଣ ମାଝୀ ସୂଚନା ଦେଇଛନ୍ତି । ପରେ ସରପଞ୍ଚ ଶ୍ରୀ ମାଝୀ ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗକୁ ଏନେଇ ଖବର ଦେଇଥିଲେ । ସୂଚନା ପାଇ ଅଗ୍ନିଶମ ବିଭାଗ ଭାଙ୍ଗିଥିବା ଗଛକୁ ସେଠାରୁ ହଟାଇବାକୁ ଯାଇଥିବା ସୂଚନା ମିଳିଛି। ଅନ୍ୟପଟରେ ଏହି କାଳବୈଶାଖୀ ଫଳରେ ବେଣାଖମାର ଗ୍ରାମର ତିଳ ଗୌଡଙ୍କର ଘର ସମେତ ଦୋକାନର ଆଜବେଷ୍ଟସ ଉଡିଯାଇ ଭାଙ୍ଗି ନଷ୍ଟ ହେଇଥିବା ବେଳେ ପରିବାର ଲୋକ ସୁରକ୍ଷିତ ରହିଛନ୍ତି । କିନ୍ତୁ ଘରର ଆସବାବ  ସହିତ ଦୋକାନର ବ୍ୟାପକ କ୍ଷତି ହୋଇଥିବା ସୂଚନା ମିଳିଛି । ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories