www.samajalive.in
Monday, December 15, 2025
15.1 C
Bhubaneswar

ଅବକ୍ଷୟମୁଖୀ ପାରମ୍ପାରିକ ଜଳାଶୟର ପୁନଃରୁଦ୍ଧାର ପାଇଁ ସ୍ୱତନ୍ତ୍ର ଯୋଜନା କାର୍ୟ୍ୟକାରୀ ହେଉ

ରେଙ୍ଗାଲି: ଯୁଗଯୁଗ ଧରି ଜୀବଜଗତକୁ ଜଳଦାନ କରି ଆସୁଥିବା ବନ୍ଧ, କଁଟା, ମୁଡା ଘାଘରା ଆଦି ପାରମ୍ପାରିକ ପ୍ରାଚୀନ ଜଳଭଣ୍ଡାର ଗୁଡିକର ଉପଯୁକ୍ତ ରକ୍ଷାଣାବେକ୍ଷଣ ପୁନଃରୁଦ୍ଧାର ହେଉ ନଥିବାରୁ ଅଧିକାଂଶ ଜଳାଶୟ ଗ୍ରୀଷ୍ମ ଋତୁରେ ଶୁଖି ଯାଉଥିବା ବେଳେ ଆନେକ ବ୍ୟବହାର ଅନୁପଯୋଗୀ ହୋଇପଡୁଛି। ବର୍ଷକୁ ବର୍ଷ ଏହି ସମସ୍ୟା ଗମ୍ଭିର ଆକାର ଧାରଣ କରୁଛି। ଯାହାକି ଉଦବେଗର ବିଷୟ । ବହୁ ଜଳାଶୟ ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଛି। ତେବେ ପ୍ରାଚୀନ ଜଳ ଭଣ୍ଡାର ଗୁଡିକର ପୁନଃରୁଦ୍ଧାର ପାଇଁ କୌଣସି ଯୁଗାନ୍ତକାରୀ ଫଳପ୍ରସୂ ଯୋଜନା କାର୍ୟର୍କାରୀ ହେଲା ନାହିିଁ। ଫଳରେ କାହିଁ କେଉଁ କାଳରୁ ଜୀବ ଜଗତ ପାଇଁ ମୁଖ୍ୟଅଧାର ହୋଇଥିବା ଜଳଉତ୍ସ ବୋଲାଉଥିବା ପାରମ୍ପାରିକ ଜଳାଶୟ ଗୁଡିକର ସ୍ଥିତି ବିପନ୍ନ ହୋଇ ପଡିଛି। ସଂପ୍ରତି ଋତୁଚକ୍ର ପରିବର୍ତ୍ତନ ଏବଂ ଶିଳ୍ପାୟନ ଜନିତ ଏକକାଳିନ ବ୍ୟାପକ ଜଙ୍ଗଳ କ୍ଷୟ ଯୋଗୁଁ ପରିବେଶ ସନ୍ତୁଳନ ବିପର୍ୟ୍ୟସ୍ତ ହୋଇ ଭୂତଳ ଜଳ ସ୍ତର ପାତାଳଗାମୀ ହେବାରେ ଲାଗିଛି। ପାରମ୍ପାରିକ ଜଳାଶୟ ଗୁଡିକ ର ରକ୍ଷଣାବେକ୍ଷଣ ପ୍ରତି ଗୁରୁତର ଅବହେଲା ଗ୍ରାଷ୍ମଋତୁରେ ଉତ୍କଟ ଜଳ ସଙ୍କଟ ର କାରଣ ପାଳଟିଛି।

 

- Advertisement -

ବର୍ଷକୁ ବର୍ଷ ଗ୍ରୀଷ୍ମ ଋତୁରେ ଜଳ ସଙ୍କଟ ଗୁରୁତର ଅକାର ଧାରଣ କରବାରେ ଲାଗିଛି। ଏହି ଜଳ ସଙ୍କଟରୁ ରକ୍ଷା ପାଇବାକୁ ହେଲେ ବନ୍ଧ, କଟା, ମୁଡା ଘାଘରା ଆଦି ପ୍ରାଚୀନ ଜଳ ଭଣ୍ଡାର ଗୁଡିକର ପୁଃରୁଦ୍ଧାର ପାଇଁ ସମୟବଦ୍ଧ ଫଳପ୍ରସୂ ଯୋଜନା କାର୍ଯ୍ୟକାରୀ କରାଯିବା ନିତାନ୍ତ ଜରୁରୀ ବୋଲି ସଚେତନ ନାଗରିକ ମହଲରେ ଦାବୀ ହେଉଛି। ସଂଗ୍ୃହିତ ତଥ୍ୟ ଅନୁଯାୟୀ ରେଙ୍ଗାଲି ବ୍ଲକର୧୬ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ୩୩୭ଟି ବନ୍ଧ, କଁଟା ଏବଂ ପୁଷ୍କରିଣୀ ରହିଛି। ତେବେ ସେଥିମଧ୍ୟରୁ ୯୦ ପ୍ରତିଶତ ଜଳାଶୟ ଗ୍ରୀଷ୍ମ ଋତୁରେ ଜନସାଧାରଣଙ୍କ ବ୍ୟବହାରକୁ ଆସି ପାରୁ ନାହିଁ । ଶିଳ୍ପ କରିଡର କୁହାଯାଉଥିବା ରେଙ୍ଗାଲି ବ୍ଳକରେ ଏନ୍.ଏଲ୍.ସି କୋଇଲା ଖଣି, ଆଦିତ୍ୟ ଆଲୁମିନା, ଜେ.ଏସ୍.ଡବ୍ଲୁ -ଭୁଷଣ ଷ୍ଟିଲ. ବିରାଜ୍ ଷ୍ଟିଲ୍.ଶ୍ୟାମ ମେଟାଲିକ, ଆର୍ଯ୍ୟନ୍ ଇସ୍ପାତ ଆଦି ଅନେକ ବହୁରାଷ୍ଟ୍ରିୟ କଳକାରଖନା ଖଣି ଖାଦାନ ଏହି ଅଞ୍ଚଳର ଜମି ଜଙ୍ଗଳ ଅଧିଗ୍ରହଣ କରି କୋଟି କୋଟି ଟଙ୍କା ମୁନାଫା କରୁଛନ୍ତି। ଏସବୁ ବହୁ ରାଷ୍ଟ୍ରିୟ କମ୍ପାନୀ ଗୁଡିକ ଅଞ୍ଚଳର ପାରିପାର୍ଶିକ ବିକାଶ ପାଇଁ ଉତ୍ତରଦାୟୀ ଥିବାରୁ ରେଙ୍ଗାଲି ବ୍ଳକ୍ ଅଞ୍ଚଳରେ ଥିବା ସମସ୍ତ ପାରମ୍ପାରିକ ଜଳାଶୟ ଗୁଡିକର ପୁନଃରୁଦ୍ଧାର ପାଇଁ ସରକାର ଏହି କମ୍ପାନୀ ମାନଙ୍କୁ ଦାୟିତ୍ୱ ଦେବା ଉଚିତ୍ ବୋଲି ବୁଦ୍ଧିଜୀବି ମହଲରେ ଦାବି ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories