କୈବର୍ତ୍ତ ମହାସଭାର କାର୍ଯ୍ୟାଧାରାକୁ ପ୍ରଶଂସା

ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ନୟାପଲ୍ଲୀ ଭିଆଇପି କଲୋନୀରେ ଅବସ୍ଥିତ କୈବର୍ତ୍ତ ମହାସଭା ଭବନର ପ୍ରଥମ ମହଲାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ଆଜି ପୂର୍ବାହ୍ନରେ ମନ୍ତ୍ରୀ ବେହେରା, ପୂର୍ବତନ ମନ୍ତ୍ରୀ ତଥା କୈବର୍ତ୍ତ ମହାସଭାର ସଭାପତି ଯୋଗେନ୍ଦ୍ର ବେହେରା, କାର୍ୟ୍ୟକାରୀ ସଭାପତି ମନୋଜ କୁମାର ବେହେରାଙ୍କ ଉପସ୍ଥିତିରେ ଏହି ଭବନ ପ୍ରଥମ ମହଲାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। କୈବର୍ତ୍ତ ମହାସଭାର କାର୍ୟ୍ୟଧାରାକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ କୈବର୍ତ୍ତ ମାନଙ୍କ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ବିକାଶରେ ମହାସଭା ଅଧିକ କାର୍ୟ୍ୟକରି ଅନ୍ୟ ସଂଗଠକ ମାନଙ୍କ ଲାଗି ଉଦାହରଣ ସୃଷ୍ଟି କରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମହାସଭାର ପ୍ରମୁଖ ସଚିବ ଶ୍ରୀ ପାଣ୍ଡବ ବେହେରା ଏବଂ ମୁଖ୍ୟ ଉପଦେଷ୍ଠା ଭାଗିରଥି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.