ବସ୍ତିରେ ଆରମ୍ଭ ହେଲା ନାମଲେଖା ସଚେତନତା ଅଭିଯାନ

ଭୁବନେଶ୍ୱର: ଅଧାରୁ ପାଠ ଛାଡିଥିବା ଶିଶୁ ଏବଂ ଶିଶୁଶ୍ରମିକମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଆକ୍ସନଏଡ୍ ଓ ସିସିଡବ୍ଲୁଡିର ମିଳିତ ଆନୁକୁଲ୍ୟରେ ରାଜଧାନୀର ୫୦ଟି ବସ୍ତି ଅଞ୍ଚଳରେ ନାମଲେଖା ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଏହି ନାମଲେଖା ଅଭିଯାନରେ ଶିଶୁକ୍ଲବ, ଭୁବନେଶ୍ୱର ୟଙ୍ଗ୍ ଅର୍ବାନ ୱିମେନ୍ ଫୋରମ୍, ଅଣସଂଗଠିତ ଶ୍ରମିକ ମଞ୍ଚ, ମହିଳା ମଣ୍ଡଳର ସଦସ୍ୟା/ସଦସ୍ୟମାନେ ସାମିଲ ହୋଇ ବସ୍ତି ବାସିନ୍ଦାମାନଙ୍କୁ ସଚେତନ କରାଇବା ସାଥେ ସାଥେ ଶିଶୁର ଦେୟମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ-୨୦୦୯ ବିଷୟରେ ସଚେତନତା କରିଛନ୍ତି। ଏହି ଅଭିଯାନକୁ କଲ୍ୟାଣୀ ରାଉତ, ଗୀତାଞ୍ଜଳୀ ପଣ୍ଡା, ଦମୟନ୍ତୀ ସାହୁ, ସୌମ୍ୟରଞ୍ଜନ ମଲ୍ଲିକ, ରେଣୁବାଳା ସାହୁ, ସ୍ନିଗ୍ଧା ଦାସ, ଋତୁପ୍ରଜ୍ଞା ନାଥଶର୍ମା, ସଂଗ୍ରାମ କେଶରୀ ମଣ୍ଡଳ ଓ କୃଷ୍ଣଚନ୍ଦ୍ର ମହନ୍ତ ପ୍ରମୁଖ ପରିଚାଳନା କରିଥିଲେ। ପ୍ରକାଶ ଥାଉକି ଉକ୍ତ ଅଭିଯାନ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

kalyan agarbati

Comments are closed.