ଫୁଲବାଣୀ: ଆଜି କନ୍ଧମାଳଜିଲା ରୁତୁଭଙ୍ଗିଆ ନିକଟ ଗସ୍ତମୁଣ୍ଡା ଘାଟିରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସରେ ୩୦ରୁ ଅଧିକ ଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୫ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ବାଲିଗୁଡ଼ା ହସପିଟାଲକୁ ଚିକିତ୍ସା ପାଇଁ ଅଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି କନ୍ଧମାଳ ଜିଲା ରୁତୁଙ୍ଗିଆ ନିକଟ ଗଣ୍ଡମୁଣ୍ଡା ଘାଟିରେ ଭାରସାମ୍ୟ ହରାଇ ଏକ ବସ ଓଲଟି ପଡ଼ିଥିଲା। ଆହତମାନଙ୍କୁ ୨ଟି ଆମ୍ବୁଲାନ୍ସରେ ବାଲିଗୁଡ଼ା ଅଣାଯାଇଥିଲା। ଓଲଟି ପଡ଼ିଥିବା ବସଟିରେ ୩୦ରୁ ଅଧିକ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି।



