ଭୁବନେଶ୍ୱର/କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ତିଖିରୀ ଗ୍ରାମରେ ଚାନ୍ଦା ନ ଦେବାରୁ ଜଣେ ବ୍ୟକ୍ତିଙ୍କୁ ଛେପ ପକାଇ ନାକ ଘଷାଇବା ଘଟଣାକୁ ଜାତୀୟ ମାନବାଧିକାର ଆୟୋଗ ଗୁରୁତର ସହ ଗ୍ରହଣ କରି ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଏହାସହ ୬ ସପ୍ତାହ ମଧ୍ୟରେ ଘଟଣାର ତଦନ୍ତ କରି ବିବରଣୀ ପ୍ରଦାନ କରିବାକୁ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ଘଟଣାରେ ପୁଲିସ କ’ଣ ପଦକ୍ଷେପ ଗ୍ରହଣ କରିଛି ଏବଂ ପୀଡିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି କି ନାହିଁ ତାହାର ବିବରଣୀ ମଧ୍ୟ ପ୍ରଦାନ କରିବାକୁ ନିର୍ଦେଶରେ ଉଲ୍ଲେଖ କରାଯାଇଛି।
ପ୍ରକାଶଯୋଗ୍ୟ େଯ, କେନ୍ଦ୍ରାପଡ଼ା ଜିଲା ମାର୍ଶଘାଇ ଥାନା ଅନ୍ତର୍ଗତ ତିଖିରୀ ସରପଞ୍ଚଙ୍କ ଇଙ୍ଗିତରେ ଏହିପରି ଅମାନୁଷିକ କାର୍ଯ୍ୟ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ତିଖିରୀ ଗ୍ରାମର ରେଖା ମଳିକ ଅଭିଯୋଗରେ ଦର୍ଶାଇଥିଲେ େଯ ତାଙ୍କ ସ୍ୱାମୀ ଓ ଶ୍ୱଶୁର ଘରେ ନ ଥିବା ବେଳେ ଗତ ୧୬ ତାରିଖ ରାତି ପ୍ରାୟ ୧୦ଟାରେ ଗ୍ରାମର ବିଜୟ ସ୍ୱାଇଁ ଓ ରାକେଶ ସୂତାର ତାଙ୍କ ଘରକୁ ଚାନ୍ଦା ଆଦାୟ ପାଇଁ ଆସିଥିଲେ। ଏହା କ’ଣ ଚାନ୍ଦା ମାଗିବା ସମୟ କି ବୋଲି ମହିଳା ଜଣକ ଉତ୍ତର ଦେଇଥିଲେ। ଏହି ସମୟରେ ତାଙ୍କ ସ୍ୱାମୀ ଗୁରୁଚରଣ ଘରେ ପହଞ୍ଚିଥିଲେ। ପାଟିତୁଣ୍ଡ ସମ୍ପର୍କରେ ସେ ବିଜୟ ଓ ରାକେଶଙ୍କୁ ପଚାରିବାରୁ ଦୁଇ ବର୍ଷ ହେବ ତୁମେ ୧୫୦ ଟଙ୍କା ଲେଖାଏଁ ଠାକୁରାଣୀଙ୍କ ଚାନ୍ଦା ଦେଇନାହଁ ବୋଲି କହିଥିଲେ। ହେଲେ ଗୁରୁଚରଣ କହିଥିଲେ ମୁଁ ପ୍ରତି ବର୍ଷ ଚାନ୍ଦା ଦେଇଥାଏ। ମୋ ପରିବାର ଉପରେ କୌଣସି ଚାନ୍ଦା ବକେୟା ନାହିଁ। ଏଥିରେ ଉତକ୍ଷିପ୍ତ େହାଇ ବିଜୟ ଓ ରାକେଶ ଗୁରୁଚରଣଙ୍କୁ ଠେଲାପେଲା କରିଥିଲେ। ଏହାର ପରଦିନ ସରପଞ୍ଚ ଗୁରୁଚରଣଙ୍କୁ ଗ୍ରାମସଭାକୁ ଡକାଇଥିଲେ। ଚାନ୍ଦା ନ ଦେଇ କାହିଁକି ଚାନ୍ଦା ଆଦାୟ କରିବାକୁ ଯାଇଥିବା ଦୁଇଜଣ ଯୁବକଙ୍କୁ କାହିଁକି ଦୁର୍ବ୍ୟବହାର କଲ େବାଲି କହିବା ସହ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ। କେବଳ ସେତିକି ନୁହେଁ ଏହି ଦୋଷ ପାଇଁ ଦଣ୍ଡସ୍ୱରୂପ ନିଜ ଛେପ ତଳେ ପକାଇ ନାକରେ ଘଷିବାକୁ ପଡିବ ବୋଲି କହିଥିଲେ। ଏହା ନ କଲେ ଗାଁରୁ ବାସନ୍ଦ କରାଯିବ ବୋଲି ଧମକ ଦିଆଯାଇଥିଲା। କେବଳ ସେତିକି ନୁହେଁ ଘଟଣା ସମ୍ପର୍କରେ ପୁଲିସକୁ ନ ଜଣାଇବାକୁ ଧମକ ଦିଆଯାଇଥିଲା। ସରପଞ୍ଚଙ୍କ ଧମକରେ ଭୟଭୀତ ହୋଇ ଗୁରୁଚରଣ ନାକ ତଳେ ଘଷିଥିଲେ। ନ୍ୟାୟ ପାଇବା ପାଇଁ ଗୁରୁଚରଣଙ୍କ ପତ୍ନୀ ରେଖା ମଳିକ ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାର ଅନୁସନ୍ଧାନ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଏ େନଇ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଗଣମାଧ୍ୟମରେ ଖବର ପ୍ରକାଶିତ େହବା ପରେ ଜାତୀୟ ମାନବାଧିକାର ଆେୟାଗ ଏହାକୁ ଭିତ୍ତିକରି ନିଜ ଆଡୁ ମାମଲା ରୁଜୁ କରିଥିଲେ।



