କୁକୁଡ଼ା ଫାର୍ମରୁ ୫ ଫୁଟିଆ ଚମ୍ପା ନାଗ ଉଦ୍ଧାର
ବେଗୁନିଆ: ବେଗୁନିଆ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଲୋକିପୁର -କୋଚିଆଖାଲ ମଝି ରାସ୍ତାରେ ଥିବା କୁକୁଡ଼ା ଫାର୍ମରୁ ଏକ ୫ ଫୁଟିଆ ଚମ୍ପା ନାଗ ଉଦ୍ଧାର କରାଯାଇଛି। ଚମ୍ପା ନାଗଟିକୁ ଉଦ୍ଧାର କରାଯିବା ପରେ ତାହା ବନବିଭାଗକୁ ହସ୍ତାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି କୃଷ୍ଣଚନ୍ଦ୍ର ସାହୁ ତାଙ୍କ ଫାର୍ମକୁ ଯିବାବେଳେ ଏହି ଚମ୍ପା ନାଗ ସାପଟିକୁ ଦେଖିଥିଲେ। ସେ ସଙ୍ଗେ ସଙ୍ଗେ କାଇପଦର ଗ୍ରାମର ସାପଧରାଳି ବିକ୍ରମ ପ୍ରଧାନଙ୍କୁ ଫୋନ କରି ଡାକିଥିଲେ। ବିକ୍ରମ ଆସି ସତର୍କତାର ସହ ଚମ୍ପା ନାଗସାପଟିକୁ ଧରିଥିଲେ। ଏହାପରେ ବନବିଭାଗ କର୍ମଚାରୀଙ୍କୁ ଡାକି ଚମ୍ପା ନାଗଟିକୁ ହସ୍ତାନ୍ତର କରିଥିବାର ଜଣାପଡିଛି।
Comments are closed.