ପାଥପୁରରେ ମାଗଣା ସ୍ୱାସ୍ଥ୍ୟ ଶିବିର, ଉଦଘାଟନ କଲେ କଟକ ଜିଲାପାଳ
ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଅଧିନ ପାଥପୁର ପଞ୍ଚାୟତ ଅନ୍ତର୍ଗତ ପାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରବିବାର ଦିନ ଏକଦିବସୀୟ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କଟକ ସାଆନ୍ତ ସାହି ସ୍ଥିତ ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପରିଚାଳିତ ମାଗଣା ସ୍ୱାସ୍ଥ୍ୟ ଶିବିରକୁ କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ମୁଖ୍ୟ ଅତିଥି ଭାବରେ ଉଦଘାଟନ କରିଥିଲେ। ଜିଲାପାଳଙ୍କ ପରାମର୍ଶ କ୍ରମେ ଶିବିରକୁ ଆସିଥିବା ରୋଗୀ ବିଳାସ ସାହୁ ଫିତା କାଟି ଶିବିରକୁ ସ୍ୱାଗତ କରିଥିଲେ। ୬୦ବର୍ଷରୁ ଅଧିକ ପ୍ରାୟ ୮୫୩ଜଣ ରୋଗୀ ଏହି ଶିବିରରେ ଯୋଗଦେଇ ବିଭିନ୍ନ ବିଭାଗରେ ଚିକିତ୍ସା ସେବା ପାଇବା ସହିତ ମାଗଣା ଔଷଧ ପାଇଛନ୍ତି। ପ୍ରଚଣ୍ଡ ଖରାରେ ରୋଗୀଙ୍କୁ ଆଶ୍ବସ୍ତ ପାଇଁ ପାନୀୟଜଳ ସହ ପୁଷ୍ଟିକର ଖାଦ୍ୟ ପୁଡିଆ ପ୍ରଦାନ କରାଯାଇଛି। ଶିବିରର ଆୟୋଜକ ପ୍ରଫେସର ଦତ୍ତେଶ୍ୱର ହୋତାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଶିବିରରେ ସମ୍ମାନୀତ ଅତିଥି ଭାବରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସତ୍ୟବ୍ରତ ଛୋଟରାୟ, ବାଙ୍କୀ ଉପଜିଲାପାଳ ରଞ୍ଜନ କୁମାର ଜେନା,ଡମପଡା ବିଡିଓ ଶ୍ୟାମଳ କୁମାର ରାୟ,ଡମପଡା ତହସିଲଦାର କ୍ଷୀତିସ ବେହେରା,ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତ, ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା, ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷିକା ପୁଷ୍ପଲତା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।
ଗ୍ରାମାଞ୍ଚଳରେ ଏଭଳି ସ୍ୱାସ୍ଥ୍ୟ ଶିବିରର ଆୟୋଜନ ପାଇଁ ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟର ସେବା କାର୍ଯ୍ୟକୁ ଜିଲାପାଳ ଧନ୍ୟବାଦ ଜଣାଇବା ସହିତ ଉପସ୍ଥିତ ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝି ନଜର ଆତ୍ମ ସନ୍ତୋଷ ପ୍ରକାଶ କରିଛନ୍ତି। ଅସ୍ତି ଶଲ୍ୟ ବିଭାଗର ଡାକ୍ତର ସରିତ୍ ପଟ୍ଟନାୟକ, ଡା. ରବିନାରାୟଣ ଦାସ, ଚର୍ମ ବିଭାଗର ଡା.ପ୍ରସନ୍ନଜିତ୍ ମହାନ୍ତି, ଡା. ଦିନେଶ ପଣ୍ଡା, ନାଶା କର୍ଣ୍ଣ ବିଭାଗର ଡା. ପ୍ରଶାନ୍ତ ମିଶ୍ର, ଦାନ୍ତ ବିଭାଗର ଡା. ଗୌରବ ଶର୍ମା, ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡା.ବିଭୂତୀଭୂଷଣ ନାୟକ, ବୃକକ୍ ଓ ମୁତ୍ର ବିଭାଗ ଡା. ଅରୁଣ ଆଚାର୍ଯ୍ୟ, ଡା. ଜୀବନ ମିଶ୍ର, ଡା. ଦେବାଶିଷ ମହାଲି, ଭେଷଜ ବିଭାଗର ଡା. ସିଦ୍ଧାନ୍ତ କୁମାର କର, ହୃଦରୋଗ ବିଶେଷଜ୍ଞ ବିଶ୍ୱଜିତ୍ ଦାସ,ଚକ୍ଷୁ ବିଭାଗ ଡାକ୍ତର ସିଦ୍ଧାନ୍ତ ଦାସ ପ୍ରମୁଖ ରୋଗୀସେବା ପ୍ରଦାନ କରିଥିଲେ। ନିଦାନ ବିଭାଗର ଡାକ୍ତର ସୁଜାତା ପୂଜାରୀଙ୍କ ନେତୃତ୍ୱରେ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଥିଲା। ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କବିରାଜ ଦେହୁରୀ,ସହକାରୀ ଶିକ୍ଷକ ବଙ୍କିମ ଚନ୍ଦ୍ର ନାୟକ,ପୂର୍ବତନ ସିଆରସିସି ପ୍ରଶାନ୍ତ କୁମାର ସାହୁଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ,ସ୍ଥାନୀୟ ଆଶା କର୍ମୀ,ସ୍ୱାସ୍ଥ୍ୟ କର୍ମୀ ଓ ଡମପଡା ଡାକ୍ତରଖାନାର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀଣି ଶାନ୍ତିଲତା ଦେଈ, ଦୁଃଶାସନ ବେହେରାଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ। ଏଭଳି ସେବା ମୂଳକ ଶିବିରକୁ ପରିଚାଳନା କରାଯାଇଥିବାରୁ ସ୍ଥାନୀୟ ଜନ ପ୍ରତିନିଧି ସମିତିସଭ୍ୟ ନରେନ୍ଦ୍ର ସାହୁ,ସରପଞ୍ଚ ସୁରେନ୍ଦ୍ର ପରିଡା ପ୍ରମୁଖ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଛନ୍ତି।
Comments are closed.