ଜମି ଦୁର୍ନୀତି ଅଭିଯୋଗ, ରାଜସ୍ୱ ନିରୀକ୍ଷକ ଗିରଫ
କୁଆଁପାଳ: କଟକ ଜିଲା ମାହାଙ୍ଗା ତହସିଲ ଅନ୍ତର୍ଗତ ଖର୍ତ୍ତାଙ୍ଗ ରାଜସ୍ୱ ନିରୀକ୍ଷକ ଦିଲୀପ ମହାନ୍ତିଙ୍କୁ ତାଙ୍କ ସରକାରୀ କାର୍ଯ୍ୟାଳୟ ସମ୍ମୁଖରୁ ଭଞ୍ଜନଗର ପୁଲିସ ଗିରଫ କରିଛି। ଭଞ୍ଜନଗରରେ ଶ୍ରୀ ମହାନ୍ତି ଅମିନ ଭାବେ ଚକବନ୍ଦୀ କାମରେ ନିୟୋଜିତ ଥିବା ସମୟରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଭଞ୍ଜନଗର ଥାନାରେ ହୋଇଥିଲା। ତେବେ ୨୦୨୧ ମସିହାରୁ ତାଙ୍କୁ ବାରମ୍ବାର ହାଜିରା ପାଇଁ ନୋଟିସ ହୋଇଥିଲେ ମଧ୍ୟ ସେ ଉପସ୍ଥିତ ହୋଇନଥିଳେ। ଆଜି ଭଞ୍ଜନଗର ପୁଲିସ ଦିଲୀପ ମହାନ୍ତିଙ୍କୁ ଭଞ୍ଜନଗର ଥାନା କେସ ନମ୍ବର ୩୭୩/୨୧ ରେ ଗିରଫ କରି ମାହାଙ୍ଗା ଥାନାକୁ ଆଣିଥିଲେ। ଅଧିକ ତଦନ୍ତ ପାଇଁ ତାଙ୍କୁ ଭଞ୍ଜନଗର ପୁଲିସ ସାଙ୍ଗରେ ନେଇଯାଇଥିବା ଜଣାଯାଇଛି।
Comments are closed.