www.samajalive.in
Sunday, December 14, 2025
14.1 C
Bhubaneswar

ଗୁଣ୍ଡିମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ-ଶ୍ରେଣୀ ଗୃହ ଅଭାବ ବାରଣ୍ଡାରେ ଚାଲିଛି ପାଠ ପଢା

ମୋହନା: ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବିନିମୟରେ ଛାତ୍ର ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ସ୍ମାର୍ଟ ଶ୍ରେଣୀ ଗୃହ, ଖେଳ ପଡ଼ିଆ, ଶୌଚାଳୟ, ବଗିଚା, ପାଚେରୀ ନିର୍ମାଣ ହେଉଛି। ଯେଉଁଠି ପିଲାମାନେ ଉଚିତ ଶିକ୍ଷା ପାଇ ପାରିବେ, ହେଲେ ଗଜପତି ଜିଲାରେ ଅନେକ ବିଦ୍ୟାଳୟ ରହିଛି ଯେଉଁଠି ବ୍ଲକ ପ୍ରଶାସନର ନଜର ପଡୁନି। ମୋହନା ବ୍ଲକର ଅଡ଼ବା ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡିମା ଗ୍ରାମରେ ରହିଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ରହିଥିବା ବେଳେ ସେଠାରେ ଶ୍ରେଣୀ ଗୃହ ରହିଛି ୪ଟି। ଏଠାକାର ଛାତ୍ର ଛାତ୍ରୀ ସଂଖ୍ୟା ୧୨୮।

 

- Advertisement -

ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରୀଛାତ୍ରୀଙ୍କୁ ଗୋଟିଏ ଶ୍ରେଣୀ ଗୃହରେ ପାଠ ପଢାଯାଉଛି। ଚତୁର୍ଥ ଶ୍ରେଣୀ ପିଲାଙ୍କୁ ବାରଣ୍ଡାରେ ପାଠ ପଢା ଯାଉଥିବା ବେଳେ ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟ ବାରଣ୍ଡାର ଦୁଇ ପାର୍ଶ୍ବରେ ବସାଇ ପାଠ ପଢ଼ା ଯାଉଥିବା ଦେଖିବାକୁ ମିଳିଛି। ଗୋଟିଏ ସ୍ଥାନରେ ଦୁଇଟି ଶ୍ରେଣୀକୁ ପାଠ ପଢାଇବା କାଠିକର ପାଠ ହେଉଛି। ଛାତ୍ରଛାତ୍ରୀଙ୍କ ପାଇଁ ବର୍ଷା ଦିନେ ପାଠ ପଢ଼ାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶିକ୍ଷକମାନେ। ପିଲାଙ୍କ ପାଇଁ ବିଦ୍ୟାଳୟରେ ନାହିଁ ଶୌଚାଳୟ। ଯାହାଦ୍ୱାରା ଛାତ୍ରଛାତ୍ରୀ ମାନେ ବାଧ୍ୟ ହୋଇ ବାହାରକୁ ଶୌଚ କରିବା ପାଇଁ ଯାଉଛନ୍ତି। ବିଦ୍ୟାଳୟରେ ପାଚେରୀ ନଥିବାରୁ ହିଂସ୍ରଜନ୍ତୁଙ୍କ ଭୟ ରହୁଛି। ବିଦ୍ୟାଳୟ ପରିସରରେ ଖେଳ ପଡ଼ିଆ ନଥିବାରୁ ପିଲାମାନେ ଖେଳକୁଦରୁ ବଞ୍ଚିତ ରହୁଛନ୍ତି। ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଶ୍ରେଣୀ ଗୃହ, ଶୌଚାଳୟ, ପାଚେରୀ ନିର୍ମାଣ କରିବା ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅବିଭାବକ ଅନୁରୋଧ କରିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories