ଦ୍ଵାରଶୁଣୀ ଘାଟୀରେ ଦୁର୍ଘଟଣା, ଟ୍ରକ ଚାଳକ ମୃତ

କଳାବାଡିଆ : ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଦ୍ଵାରଶୁଣୀ ଘାଟୀରେ ମଙ୍ଗଳବାର ପୁଣି ଥରେ ଦୁର୍ଘଟଣା ଘଟିଛି। ଏକ ଟ୍ରଲର ଘାଟୀରୁ ଓହ୍ଲାଉ ଥିବା ସମୟରେ ଭାରସାମ୍ୟ ହରାଇ ଘାଟୀର ଶେଷ ମୁଣ୍ଡରେ ୫୦ ଫୁଟ ତଳକୁ…
Read More...

ବିଜେପିରେ ଯୋଗଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ନୀରଜ ଶେଖର

ନୂଆଦିଲ୍ଲୀ : ପ୍ରଖ୍ୟାତ ସମାଜବାଦୀ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ନୀରଜ ଶେଖର ସମାଜବାଦୀ ପାର୍ଟି (ଏସପି)ର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ମଙ୍ଗଳବାର ଆନୁଷ୍ଠାନିକ ଭାବେ…
Read More...

ମୋହନାରେ ଟ୍ରାଫିକ ସମସ୍ୟା ଉତ୍କଟ

ମୋହନା : ଗଜପତି ଜିଲା ମୋହନା ସହରରେ ଦିନକୁ ଦିନ ଯାନ ବାହାନ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଟ୍ରାଫିକ ସମସ୍ୟା ଚିନ୍ତାର କାରଣ ହୋଇପଡିଛି। ସହରରେ ମାଳ ମାଳ ଗାଇ, ଗୋରୁ, ଛେଳି ଓ ବୁଲା କୁକୁର ଯୋଗୁଁ ଟ୍ରାଫିକ ସମସ୍ୟା…
Read More...

ଗୋ-ମାଂସକୁ ନେଇ ବିବାଦ, ମଦ୍ରାସା ଜାଳିଦେଲେ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଫତେହପୁରରେ ମଙ୍ଗଳବାର ଦୁଇ ସମ୍ପଦ୍ରାୟ ମଧ୍ୟରେ ହିଂସାକାଣ୍ଡ ଘଟିଛି। ସେପଟେ କୋତୱାଲିର ବହଟା ଗ୍ରାମରେ ଗୋଟିଏ ସମ୍ପ୍ରଦାୟର ଲୋକ ଅନ୍ୟ ସମ୍ପ୍ରଦାୟର ଘର ଓ ଦୋକାନରେ ନିଆଁ ଲଗାଇ ଦେଇଥିବା…
Read More...

ବଳାତ୍କାରୀଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଯାଜପୁର : ଯାଜପୁର ଜିଲା କଳିଙ୍ଗନଗର ଥାନା ଅଞ୍ଚଳରେ ଗତ ୨୦୧୭ ମସିହାରେ ହୋଇଥିବା ଆଦିବାସୀ ବିବାହିତ ମହିଳାଙ୍କୁ ବଳାତ୍କାର ମାମଲାରେ ମଙ୍ଗଳବାର ମାନ୍ୟବର ଜିଲା ଦୌରା ଜଜ ବଳାତ୍କାରୀଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ…
Read More...

ଆସନ୍ତା କାଲି ପ୍ରକାଶ ପାଇବ କୁଳଭୂଷଣ ମାମଲାର ରାୟ

ହେଗ : ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ଆସନ୍ତା କାଲି ଅର୍ଥାତ ଜୁଲାଇ ୧୭ରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ମାମଲାରେ ଚୂଡ଼ାନ୍ତ ରାୟ ପ୍ରକାଶ…
Read More...

ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ୫ ଅଭିଯୁକ୍ତ ଗିରଫ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଠାରେ ଜଣେ ମହିଳାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗରେ ମଙ୍ଗଳବାର ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ଏନେଇ କେନ୍ଦ୍ରାପଡ଼ା ଏସପି ନୀତି ଶେଖର…
Read More...

ପପ୍ଅପ୍ ସେଲଫି କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା ‘ରିଅଲମି-ଏକ୍ସ’

ନୂଆଦିଲ୍ଲୀ : ଚୀନ ସ୍ମାର୍ଟଫୋନ କମ୍ପାନୀ ରିଅଲମି ଭାରତରେ ତାର ନୂଆ ସ୍ମାର୍ଟଫୋନ ‘ରିଅଲମି ଏକ୍ସ’ ଲଞ୍ଚ କରିଛି। ଭାରତ ପୂର୍ବରୁ ଏହି ଫୋନକୁ ପ୍ରଥମେ ଚୀନରେ ଲଞ୍ଚ କରାଯାଇଥିଲା। ଏହି ଫୋନର ବିଶେଷତ୍ବ ବିଷୟରେ…
Read More...

ଭୂ-ସ୍ଖଳନରୁ ଋଷିକେଶ-ବଦ୍ରିନାଥ ରାଜପଥ ବନ୍ଦ, ଅଟକି ରହିଛନ୍ତି ଶତାଧିକ ଯାନବାହାନ

ନୂଆଦିଲ୍ଳୀ : ପ୍ରବଳ ବର୍ଷାରୁ ଭୂ-ସ୍ଖଳନ ଘଟି ମଙ୍ଗଳବାର ସକାଳୁ ଋଷିକେଶ-ବଦ୍ରିନାଥ ରାଜପଥ ବନ୍ଦ ହୋଇଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ିମଟର ଅଟକି ରହିଛନ୍ତି। କେତେ ଘଣ୍ଟା ବନ୍ଦ ରହିବା ପରେ ସୋମବାର…
Read More...

୮୨ ପାକିସ୍ତାନୀଙ୍କୁ ମିଳିଲା ଭାରତୀୟ ନାଗରିକତା

ନୂଆଦିଲ୍ଳୀ : ପାକିସ୍ତାନରୁ ବିସ୍ଥାପିତ ହୋଇ ଭାରତରେ ଶରଣ ନେଇଥିବା ୮୨ ଜଣଙ୍କୁ କେନ୍ଦ୍ର ସରକାର ଭାରତୀୟ ନାଗରିକତା ପ୍ରଦାନ କରିଛନ୍ତି। ମଙ୍ଗଳବାର ଲୋକସଭାରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଲିଖିତ ଭାବେ ଏହି ଜବାବ…
Read More...

ମୁଣ୍ଡରେ ଲକ୍ଷେ ଟଙ୍କା ପୁରସ୍କାର ଘୋଷିତ କୁଖ୍ୟାତ ଅପରାଧୀ ରୋହିତ ସାଣ୍ଡୁ ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଜାଫରନଗରରେ ମଙ୍ଗଳବାର ସକାଳେ ପୁଲିସ୍‍ ସହ ଗୁଳି ବିନିମୟରେ ୨ କୁଖ୍ୟାତ ଅପରାଧୀ ରୋହିତ ଏବଂ ରାକେଶ ନିହତ ହୋଇଛନ୍ତି। ସୂଚନା ଅନୁସାରେ ମୃତ ଅପରାଧୀଙ୍କ ମଧ୍ୟରୁ ରୋହିତ ମୁଣ୍ଡରେ ଏକ ଲକ୍ଷ…
Read More...

୫ ବର୍ଷରେ ଜାମ୍ମୁ କାଶ୍ମୀରରେ ନିପାତ ହୋଇଛନ୍ତି ୯୬୩ ଆତଙ୍କବାଦୀ

ନୂଆଦିଲ୍ଳୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳ (୨୦୧୪ରୁ ୨୦୧୯)ରେ ଜାମ୍ମୁ କାଶ୍ମୀରରେ ୯୬୩ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଭାରତୀୟ ସେନା, ସୁରକ୍ଷା କର୍ମୀଙ୍କ ସହ ବିଭିନ୍ନ ସଂଘର୍ଷରେ ଏବଂ…
Read More...

ରଥଯାତ୍ରା ଡ୍ୟୁଟିରେ ଥିବା ଆଇଆରବି ହାବିଲଦାର ମୃତ

ପୁରୀ : ରଥଯାତ୍ରା ଡ୍ୟୁଟିରେ ଥିବା ଜଣେ ଇଣ୍ଡିଆନ ରିଜର୍ଭ ବାଟାଲିଅନ(ଆଇଆରବି) ହାବିଲଦାରଙ୍କର ସୋମବାର ଛାତିରେ ଯନ୍ତ୍ରଣା ହେବା କାରଣରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହାବିଲଦାର ଜଣଙ୍କ ଚତୁର୍ଥ ଇଣ୍ଡିଆନ…
Read More...

‘ରିଅଲମି ୩ଆଇ’ର ବଜାର ପ୍ରବେଶ

ନୂଆ ଦିଲ୍ଲୀ : ରିଅଲମି ଭାରତୀୟ ବଜାରରେ ତାର ନୂଆ ସ୍ମାର୍ଟଫୋନ ରିଅଲମି ୩ଆଇ ଲଞ୍ଚ କରିଛି। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଏହି ଫୋନକୁ ଲଞ୍ଚ କରାଯାଇଛି। ‘ରିଅଲମି ୩ଆଇ’ର ୩ଜିବି ରାମ ଏବଂ ୩୨ ଜିବି…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ , ଜଣେ ଆହତ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ତୁରେକେଲା ରାସ୍ତା ଖୁଟୁଲୁମୁଣ୍ଡା ଛକ କର୍ଲାଫାଟକ ନିକଟରେ ସୋମବାର ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଜଣେ ଆହତ ହୋଇଥିବା ଜଣାପଡ଼ିଛି। ଢୋଲମାନ୍ଦଲ ପଞ୍ଚାୟତର ଗଭରା ଗ୍ରାମର ଚନ୍ଦ୍ର ଭୋଇ(୨୫)…
Read More...

ଯୁବତୀଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଜଣେ ଅଟକ

ଯୋଡା : କେନ୍ଦୁଝର ଜିଲା ଯୋଡ଼ା ପୌରପରିଷଦ ଅନ୍ତର୍ଗତ ବନେଇକଳା ବସ୍ତିରେ ଜଣେ କନ୍ୟାଙ୍କୁ ବ୍ଲାକମେଲିଂ, ମାନସିକ ଉତ୍ପୀଡନ, ଅଶ୍ଳୀଳ ଭିଡିଓ ଭାଇରାଲ କରିବାକୁ ଧମକ ଦେଉଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ସୋମବାର ପୁଲିସ ଅଟକ…
Read More...

କନେଷ୍ଟବଳଙ୍କୁ ମାଡ଼ ଘଟଣାରେ ଜଣେ ଗିରଫ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନାର କନେଷ୍ଟବଳ ଦୟାନିଧି ସାହୁଙ୍କୁ ଠେଙ୍ଗାରେ ମାଡ ମରା ଘଟଣାରେ ପାଟଣା ପୁଲିସ ସେମବାର ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ପାଟଣା ଥାନା ରତନପୁର ଗ୍ରାମର ହିରାମୋହନ ନାଏକ…
Read More...

ବର୍ଷାର ଅଭାବ, ଚିନ୍ତାରେ ଚାଷୀ

ବଲାଙ୍ଗୀର/ସିନେ୍ଧକେଲା : ସିନେ୍ଧକେଲା ଅଞ୍ଚଳର ୯୦ପ୍ରତିଶତ ଜମିରେ ଜଳ ସେଚନର ସୁବିଧା ନଥିବା ବେଳେ ସେମାନେ ବର୍ଷା ପଣି ଉପରେ ହିଁ ସମ୍ପୂର୍ଣ୍ଣ ନିର୍ଭରଶୀଳ। ତେବେ ଚଳିତ ବର୍ଷ ଜୁଳାଇ ମାସ ଶେଷ ହେବାକୁ ବସିଥିବା ବେଳେ…
Read More...

ଡ୍ରେନ ପାଣିକୁ ନେଇ ଏଲ ଆଣ୍ଡ ଟି ଅଫିସ ଆଗରେ ଗ୍ରାମବାସୀଙ୍କ ବିକ୍ଷୋଭ

ଧାମରା : ଭଦ୍ରକ ଜିଲା ଧାମରା ପୋର୍ଟରେ କାର୍ଯ୍ୟରତ ଏଲ ଆଣ୍ଡ ଟି କମ୍ପାନୀ ଅଫିସ ଆଗରେ ସୋମବାର ନିକଟସ୍ଥ କନକ ପ୍ରସାଦ ଗ୍ରାମବାସୀ ବିକ୍ଷୋଭ କରିଥିଲେ। ଧାମରା ପ୍ରୋଜେକ୍ଟ ସାଇଟରେ କାର୍ଯ୍ୟରତ ଏକ ହଜାର ଶ୍ରମିକ ବ୍ୟବହାର…
Read More...

‘ୱାର’ର ଟିଜର ରିଲିଜ : ଏକାଠି ନଜର ଆସିବେ ହ୍ରିତିକ-ଟାଇଗର

ମୁମ୍ବଇ : ଖୁବଶୀଘ୍ର ବଲିଉଡ୍ ଅଭିନେତା ହ୍ରିତିକ ରୋଶନ ଓ ଟାଇଗର ଶ୍ରୋଫଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ। ସୋମବାର ହ୍ରିତିକ-ଟାଇଗର ଅଭିନୀତ ଚଳଚ୍ଚିତ୍ର 'ୱାର'ର ଟିଜର ରିଲିଜ ହୋଇଛି। ଏହା ଏକ ଆକ୍ସନ ଥ୍ରୀଲର…
Read More...

ଭୁବନେଶ୍ବର ଉନ୍ନୟନ ପରିଷଦ ପକ୍ଷରୁ ବୃକ୍ଷରୋପଣ କାର୍ୟ୍ୟକ୍ରମ

ଭୁବନେଶ୍ବର : ଭୁବନେଶ୍ବର ଉନ୍ନୟନ ପରିଷଦ, ରୋଟାରୀ କ୍ଲବ ଓ ଓଡିଶା ମହାସଂଘର ମିଳିତ ସହଯୋଗରେ ବୃକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠି ହୋଇଯାଇଛି। ବିଭିନ୍ନ ବିଦ୍ୟାଳୟମାନଙ୍କରେ ଗୋଟିଏ ଦିନରେ ବୃକ୍ଷରୋପଣ କାର୍ୟ୍ୟକ୍ରମ…
Read More...

ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ବଳାତ୍କାର ଅଭିଯୋଗ

ମାଲକାନଗିରି : ମାଲକାନଗିରି ଜିଲା ମୋଟୁ ଥାନା ଅନ୍ତର୍ଗତ ଏମ ପି ଭି-୮୧ ଗ୍ରାମର ବକୁଲ ମିର୍ଧା ନାମକ ଜଣେ ଶିକ୍ଷକ ସେଇ ବିଦ୍ୟାଳୟର ଜଣେ ଛାତ୍ରୀଙ୍କ ସହ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ପାଠ ପଢେଇବା ନାମରେ ଘରକୁ…
Read More...

ଧାମରା ଏଚ.ପି ପେଟ୍ରୋଲ ପମ୍ପରେ ଠକେଇ ଅଭିଯୋଗ

ଧାମରା : ଭଦ୍ରକ ଜିଲା ଧାମରାରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲ ପମ୍ପରେ ଠକେଇ ହେଉଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ଖବରରୁ ପ୍ରକାଶ, ଧାମରାରେ ଥିବା ଏହି ଏଚ୍ ପି ପେଟ୍ରୋଲ ପମ୍ପରୁ ପେଟ୍ରୋଲ ନିଜ ବାଇକ କିମ୍ବା କାରରେ ନ…
Read More...

୪ ଅନ୍ତରାଜ୍ୟ କୁଖ୍ୟାତ ଡକାୟତ ଗିରଫ

ଯାଜପୁର : ଯାଜପୁର ଜିଲା ବିଝାଂରପୁର ଥାନା ଅର୍ନ୍ତଗତ ସିଂହପୁର ସେତୁ ନିକଟରେ ଯାଜପୁର ପୁଲିସ ହାତରେ ଶନିବାର ୪ ଆନ୍ତରାଜ୍ୟ କୁଖ୍ୟାତ ଡକାୟତ ଧରା ପଡିଛନ୍ତି। ଏକ ସୁନା ଦୋକାନ ଡକାୟତି କରିବା ଲାଗି ଏକ ଗ୍ୟାଙ୍ଗ ଯୋଜନା…
Read More...

ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ କଟ୍ଅଫ ମାର୍କ : ବିଜ୍ଞାନରେ ରେଭେନ୍ସା, କଳାରେ ବିଜେବି ଆଗରେ

ଭୁବନେଶ୍ବର : ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ନାମଲେଖା ପାଇଁ ଶନିବାର ଅପରାହ୍ଣରେ ଦ୍ବିତୀୟ ପର୍ୟ୍ୟାୟ କର୍ଟଅଫ ମାର୍କ ପ୍ରକାଶ ପାଇଛି। ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ପାଇଁ ଦ୍ବିତୀୟ ପର୍ୟ୍ୟାୟ କଟ୍ ଅଫ୍ ମାର୍କ…
Read More...

ସ୍ତ୍ରୀଙ୍କ ପ୍ରସବ ସରକାରୀ ଡାକ୍ତରଖାନାରେ କରି ଜିଲାବାସୀଙ୍କୁ ଭିନ୍ନ ବାର୍ତ୍ତା ଦେଲେ ଜିଲାପାଳ

ମାଲକାନଗିରି : ମାଲକାନଗିରି ଜିଲା ସରକାରୀ ଡ଼ାକ୍ତରଖାନା ଉପରେ ଲୋକଙ୍କ ଆସ୍ଥା ତୁଟି ଯାଉଥିବା ବେଳେ ମାଲକାନଗିରି ଜିଲାପାଳ ମନିଷ ଅଗ୍ରୱାଲ ସରକାରୀ ଡ଼ାକ୍ତରଖାନାରେ ନିଜ ସ୍ତ୍ରୀଙ୍କର ପ୍ରସବ କରାଇ ଜିଲାବାସୀଙ୍କୁ ଏକ…
Read More...

ସଡ଼କ ଦୁର୍ଘଟଣାରେ ପ୍ରଫେସରଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲା ହାଟଡିହି ବ୍ଲକ ସୋସୋ ପଞ୍ଚାୟତର ବେଲମଳା ଗ୍ରାମର ଜଣେ ପ୍ରଫେସରଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ନାମ ସୁକୁମାର ପୁହାଣ(୪୪)। ସୂଚନା ମୁତାବକ, ସୁକୁମାର ଓ…
Read More...

ଅପହୃତ ଟିଆରଏସ୍‌ ନେତାଙ୍କ ମୃତଦେହ ଛତିଶଗଡ଼ରୁ ଉଦ୍ଧାର

ହାଇଦରାବାଦ : ତିନି ଦିନ ପୂର୍ବେ ତେଲଙ୍ଗାନାରୁ ଅପହୃତ ଜଣେ ଟିଆରଏସ୍‌ ନେତାଭ୍କ ମୃତଦେହ ଶୁକ୍ରବାର ଛତିଶଗଡ଼ରୁ ଉଦ୍ଧାର ହୋଇଛି। ତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ସ୍ପଷ୍ଟ ହୋଇଛି। ସୋମବାର…
Read More...

‘ଜୟ ଶ୍ରୀରାମ’ ନ କହିବାରୁ ମଦ୍ରାସା ଛାତ୍ରଙ୍କୁ ମାଡ଼; ୧ ଗିରଫ

ଉନାଓ : ‘ଜୟ ଶ୍ରୀ ରାମ’ ସ୍ଲୋଗାନ୍‌କୁ ନେଇ ପୁନର୍ବାର ବିବାଦ ସୃଷ୍ଟି ହୋଇଛି। ଉତ୍ତରପ୍ରଦେଶର ଉନାଓସ୍ଥିତ ଏକ ମଦ୍ରାସାର ଛାତ୍ରମାନେ ‘ଜୟ ଶ୍ରୀରାମ’ କହିବାକୁ ମନା କରିବାରୁ ସେମାନଙ୍କୁ କିଛି ଯୁବକ ନିସ୍ତୁକ…
Read More...

ଅଂଶୁଳା କାନ୍ତ ବିଶ୍ବବ୍ୟାଙ୍କ ଏମ୍‌ଡି ନିଯୁକ୍ତ

ୱାଶିଂଟନ୍‌ : ଭାରତୀୟ ଅର୍ଥନୀତିଜ୍ଞ ଅଂଶୁଳା କାନ୍ତ ବିଶ୍ବବ୍ୟାଙ୍କର ପ୍ରଥମ ମହିଳା ପରିଚାଳନା ନିର୍ଦେଶକ(ଏମ୍‌ଡି) ତଥା ଚିଫ୍‌ ଫାଇନାନ୍‌ସିଆଲ ଅଫିସର(ସିଏଫ୍‌ଓ) ଭାବେ ନିଯୁକ୍ତ ହୋଇଛନ୍ତି। ଏ ସମ୍ପର୍କରେ ଶୁକ୍ରବାର…
Read More...

ଭାରତ-ଆମେରିକା ବେପାର ଲଢ଼େଇ: ଟ୍ରମ୍ପ-ମୋଦୀ ମୁହାଁମୁହିଁ

ନୂଆଦିଲ୍ଲୀ: ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ବେପାର ଯୁଦ୍ଧ ଏବେ ଭାରତ ମୁହାଁ। ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କ ନିଶାଣରେ କେବଳ ଚୀନ ନୁହେଁ; ଭାରତ ମଧ୍ୟ ରହିଛି। ଟ୍ରମ୍ପଙ୍କ…
Read More...

ଭାରତର ୫କିମି ଭିତରକୁ ପଶିଆସିଲେ ଚୀନ୍‌ ସେନା

ଲଦାଖ : ଚୀନ୍‌ର ପିପୁଲ୍ସ ଲିବରେସନ୍‌ ଆର୍ମି (ପିଏଲଏ) ସୈନିକମାନେ ଭାରତୀୟ ସୀମାର ୫କିଲୋମିଟର(କିମି) ଭିତରକୁ ପ୍ରବେଶ କରି ଅନାୟାସରେ ଫେରିଯାଇଛନ୍ତି। ଏହି ଘଟଣା ଗତ ୬ତାରିଖରେ ଘଟିଥିଲେ ମଧ୍ୟ ବିଳମ୍ବରେ ସାମ୍ନାକୁ…
Read More...

ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କୁ ଠେଲାପେଲା

ଲଣ୍ଡନ,୧୨ା୭: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେସୀ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ‘ଗଣମାଧ୍ୟମ ସ୍ବାଧୀନତାର ସୁରକ୍ଷା’ ସମ୍ପର୍କରେ କହିଲାବେଳେ ଜଣେ କାନାଡା ସାମ୍ବାଦିକ ଇଜ୍ରା ଲେଭାଣ୍ଟ…
Read More...

ବନ୍ଦ ହେଲା ‘ଲକ୍ଷ୍ମଣ ଝୁଲା’

ଡେରାଡୁନ : ଋଷିକେଶର ୯୦ ବର୍ଷ ପୁରୁଣା ଲକ୍ଷ୍ମଣ ଝୁଲା ପୋଲକୁ ଶୁକ୍ରବାର ବନ୍ଦ କରିଦିଆଯାଇଛି। ୧୯୨୯ରେ ବ୍ରିଟିଶ ଶାସନ କାଳରେ ଏହାକୁ ଗଙ୍ଗା ନଦୀ ଉପରେ ନିର୍ମାଣ କରାଯାଇଥିବା ଏହି ପୋଲଟି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର…
Read More...

ଭାରତୀୟ ବିମାନ ପାଇଁ ପାକିସ୍ତାନର ସର୍ତ୍ତ; ସୀମାନ୍ତ ଘାଟିରୁ ଯୁଦ୍ଧବିମାନ ହଟାଇଲେ ଆକାଶ ମାର୍ଗ ଖୋଲିବୁ

ଇସଲାମାବାଦ : ଭାରତୀୟ ବାଣିଜ୍ୟିକ ବିମାନକୁ ଆକାଶ ମାର୍ଗ ଅନୁମତି ଦେବାକୁ ପାକିସ୍ତାନ ସରକାର ମନା କରିଦେଇଛନ୍ତି। ଆକାଶ ମାର୍ଗ ଖୋଲିବା ପାଇଁ ପାକିସ୍ତାନ ସରକାର ଏକ ସର୍ତ୍ତ ରଖିଛନ୍ତି। ଭାରତ ପକ୍ଷରୁ ସୀମାନ୍ତରେ ଥିବା…
Read More...

ପି. ୱିଲସନଙ୍କ ସମେତ ୬ଜଣ ରାଜ୍ୟସଭାକୁ ନିର୍ବାଚିତ

ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ପି. ୱିଲସନ ଅନ୍ୟ ୫ ଜଣଙ୍କ ସହିତ ଗୁରୁବାର ନିର୍ଦ୍ବନ୍ଦ୍ବରେ ରାଜ୍ୟସଭା ସଦସ୍ୟ ନିର୍ବାଚିତ ହୋଇଛନ୍ତି। ଡିଏମକେରୁ ସେ ପ୍ରାର୍ଥୀ ହୋଇଥିଲେ। ବିଭିନ୍ନ ସମୟରେ ଡିଏମକେର ବହୁ ନେତାଙ୍କ…
Read More...

ଫେସ୍‌ବୁକ୍‌ରେ ବିବାଦୀୟ ଫଟୋ ଯୋଗୁଁ ଆକ୍ରମଣ; ଯୁବକ ଆହତ

ତିରୁଚି : ଗୋ-ମାଂସ ପ୍ରସ୍ତୁତ ସୁପ୍‌ ପିଉଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ପରେ ଜଣେ ଯୁବକଙ୍କୁ କିଛି ଲୋକ ମାଡ଼ମାରିଛନ୍ତି। ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଅଟକ ରଖିଛି। ସେମାନେ ସ୍ଥାନୀୟ ଏକ ସଂଗଠନ…
Read More...

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ଜାମିନ

ରାଞ୍ଚି : ଗୋଖାଦ୍ୟା ଦୁର୍ନୀତି ସମ୍ପର୍କିତ ଏକ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଝାଡଖଣ୍ଡ ହାଇକୋର୍ଟ ଶୁକ୍ରବାର ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ଅପରେଶ କୁମାର ସିଂହ ୫୦,୦୦୦…
Read More...

ଶନିବାର ରାଶିଫଳ

ମେଷ:କାର୍ଯ୍ୟ ବିଳମ୍ବିତ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା କରିବା ନିଷେଧ। ବୃଷ:…
Read More...

ତିନି ଜିଏଫପି ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିଲେ ମୁଖ୍ୟମନ୍ତ୍ରୀ

ପାଣାଜୀ : ବିଜେପି ନେତୃତ୍ବ ଗୋଆର ମେଣ୍ଟ ସରକାରରୁ ସହଯୋଗୀ ଗୋଆ ଫରୱାର୍ଡ ପାର୍ଟି (ଜିଏଫପି)ର ତିନି ମନ୍ତ୍ରୀଙ୍କୁ ଇସ୍ତଫା ଦେବା ଲାଗି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଶୁକ୍ରବାର ନିର୍ଦେଶ ଦେଇଛନ୍ତି। ଜିଏଫପିରୁ…
Read More...

ସିଭିଲ ସର୍ଭିସ ପ୍ରାଥମିକ ପରୀକ୍ଷା ଫଳ ପ୍ରକାଶ

ନୂଆଦିଲ୍ଲୀ : କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି) ପରିଚାଳିତ ସିଭିଲ ସର୍ଭିସ ପ୍ରାଥମିକ (ପ୍ରିଲିମିନାରି) ପରୀକ୍ଷା ୨୦୧୯ ଫଳ ଶୁକ୍ରବାର ପ୍ରକାଶ ପାଇଛି। ଯେଉଁ ପ୍ରାର୍ଥିମାନେ ପ୍ରିଲିମିନାରୀ ପରୀକ୍ଷା ଦେଇଥିଲେ…
Read More...

ଭକ୍ତ ଦାସିଆ ପୀଠସ୍ଥ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ

ପିପିଲି : ପବିତ୍ର ବାହୁଡା ଯାତ୍ରା ଅବସରରେ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ବାଲିଗାଁ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ବାର୍ଷିକ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ…
Read More...

ଅସହାୟ ବୃଦ୍ଧବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତା ମିଳିବ କେବେ?

ଆରଡି : ଅସହାୟ ବୃଦ୍ଧବୃଦ୍ଧାଙ୍କ ପାଇଁ ମଧୁବାବୁ ପେନସନ ଯୋଜନା ଭଳି ନାନା ଯୋଜନାରେ ବାର୍ଦ୍ଧ୍ୟକ ଭତା ମିଳିବା ପାଇଁ କେତେ କଣ ସରକାରଙ୍କ ପକ୍ଷରୁ ଯୋଜନା ପ୍ରଣୟନ କରାଯାଇଛି। ହେଲେ ତାହା ଲୋକ ପ୍ରତିନିଧିଙ୍କ ଆନ୍ତରିକତା…
Read More...

ଧୋନୀ ଆଉଟ ହେବା ପରେ କାନ୍ଦି ପକାଇଥିଲେ କ୍ୟାମେରା ମ୍ୟାନ

ନୂଆଦିଲ୍ଲୀ : ଇଂଲଣ୍ଡର ମଞ୍ଚେଷ୍ଟରରେ ମଙ୍ଗଳବାର ହୋଇଥିବା ବିଶ୍ବକପ କ୍ରିକେଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ଭାରତ ପରାଜିତ…
Read More...

ପିଇଓଙ୍କୁ ମାଡ ମାରିବା ମାମଲା; ଜେଲ୍‍ ଗଲା ଗିରଫ ଅଭିଯୁକ୍ତ

ପିପିଲି : ପୁରୀ ଜିଲା ଡେଲାଙ୍ଗ ବ୍ଲକ ଖେଲାଉର ଗ୍ରାମ ପଞ୍ଚାୟତରେ ଫନିି’ ବାତ୍ୟା ଜନିତ ସ୍ୱତନ୍ତ୍ର ଘରଭଙ୍ଗା ତଦନ୍ତ ସମୟରେ ପିଇଓଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଧକ୍କା ମାରିବା ଘଟଣାରେ ଗିରଫ ମୁଖ୍ୟ…
Read More...

ପିପିଲିରେ ବାହୁଡା ଯାତ୍ରା ସମ୍ପନ୍ନ

ପିପିଲି : ପିପିଲିର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ପବିତ୍ର ବାହୁଡାଯାତ୍ରା ଶୁକ୍ରବାର ମହାସମାରୋହରେ ସମ୍ପନ୍ନ ହୋଇଛି। ପିପିଲି ପୌରାଞ୍ଚଳ ଅନ୍ତର୍ଗତ ମଢିଆଳି ସାହି ସ୍ଥିତ ମା’ ପଢେଇଶୁଣି ଠାକୁରାଣୀଙ୍କ…
Read More...

ଲକ୍ଷ୍ମୀପୁରରେ ବାହୁଡ଼ା ଯାତ୍ରା ସମ୍ପନ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଆଦିବସୀ ଅଧ୍ୟୁଷିତ ଲକ୍ଷ୍ମୀପୁରରେ ପବିତ୍ର ବାହୁଡ଼ା ଯାତ୍ରା ମହାସମାରୋହରେ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଆଡ଼ପ ମଣ୍ଡପରେ ଠାକୁରମାନଙ୍କ ସମସ୍ତ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ…
Read More...

ହଳ କରୁଥିବାବେଳେ ଓଲଟିଲା ଟ୍ରାକ୍ଟର , ଚାଳକ ମୃତ

କଳାବାଡିଆ : ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ଧାଙ୍ଗିଡିଶୋଳ ପଞ୍ଚାୟତ ନୂଆସାହି ଗ୍ରାମ ପାଖରେ ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ଚାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ଅନୁସାରେ, ଏକ ନମ୍ବର ବିହୀନ…
Read More...

ଅପିଂସ କାର୍ଯ୍ୟ ନକରି ମଦ ପିଉଥିବା ୩ କର୍ମଚାରୀଙ୍କୁ ନିଲମ୍ବନ କଲେ ଜିଲାପାଳ

ଯାଜପୁର : ଯାଜପୁର ଜିଲାପାଳ ରଂଜନ କୁମାର ଦାସ ଶୁକ୍ରବାର ଯୋଗାଣ ବିଭାଗ ଅପିଂସର ୩ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି। ସୂଚନା ମୁତାବକ, ଅପିଂସ ସମୟ ମଧ୍ୟରେ ଯୋଗାଣ ବିଭାଗର କର୍ମଚାରୀ ଅପିଂସ…
Read More...

ସିଡିର ବାଡ଼ା ଭୁଶୁଡି ୧୨ ଛାତ୍ରୀ ଆହତ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରିରେ ବାହୁଡ଼ାଯାତ୍ରା ଚାଲୁଥିବାବେଳେ ଅଘଟଣ ଘଟି ୧୨ ଜଣ ସ୍କୁଲ ଛାତ୍ରୀ ଆହତ ହୋଇଛନ୍ତି। ସୂଚନା ମୁତାବକ, ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟର ୧୨ ଜଣ…
Read More...

ବାହୁଡିଲେ ଶ୍ରୀଜିଉ : ଶ୍ରୀମନ୍ଦିର ସମ୍ମୁଖରେ ତିନି ରଥ

ପୁରୀ :  ସଅଳ ବାହୁଡାଯାତ୍ରା ସରିଛି । ଗୁଣ୍ଡିଚା ମନ୍ଦିରରୁ ଶ୍ରୀଜୀଉମାନେ ବାହୁଡିଛନ୍ତି । ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ତିନି ରଥ ପହଞ୍ଚିଛି । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ…
Read More...

ଧାମରାରେ ପରିବେଶବିତ ଶରତ ଦଳେଇଙ୍କ ଦ୍ୱାରା ଚାରା ରୋପଣ

ଧାମରା : ଭଦ୍ରକ ଜିଲା ଧାମରାରେ ପରିବେଶବିତ ତଥା ସମାଜସେବୀ ଶରତ ଦଳେଇଙ୍କ ପକ୍ଷରୁ ବନମହୋତ୍ସବ ତଥା ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଆଜିର ଏହି ବନମହୋତ୍ସବ ତଥା ବୃକ୍ଷରୋପଣର ଶେଷ ଦିନରେ ଶରତ ଦଳେଇ ଧାମରା…
Read More...

ବାଇକକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ ପୁଅ ମୃତ, ମାଁ ଗୁରୁତର

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସେମଳା ଛକ ପାଖରେ ସଡ଼କ ଦୁର୍ଘଟଣାରେ ପୁଅର ମୃତ୍ୟୁ ହୋଇଥିଲାବେଳେ ମାଆ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ମାଆ-ପୁଅ ବାଇକରେ ସୋନପୁରରୁ ତୁରେଇକଳା…
Read More...

ଆଜିଠୁ ୨ୟ ପର୍ଯ୍ୟାୟ ବଜେଟ ଅଧିବେଶନ

ଭୁବନେଶ୍ୱର : ଶୁକ୍ରବାର ଠାରୁ ଷୋଡ଼ଶ ବିଧାନସଭାର ପ୍ରଥମ ତଥା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ବୈଠକ ଆରମ୍ଭ ହେବ। ଏଥିପାଇଁ ଶାସକ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଦିନ ୩୮ଟି…
Read More...

ଆଜି ବାହୁଡ଼ିବେ ଦାରୁବ୍ରହ୍ମ; ଶନିବାର ସୁନାବେଶ

ପୁରୀ : ଶ୍ରୀକ୍ଷେତ୍ରରେ ଶୁକ୍ରବାର ବାହୁଡାଯାତ୍ରା ଅନୁଷ୍ଠିତ ହେବ। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଦାରୁବ୍ରହ୍ମ। ନାକଚଣା ଦ୍ବାର ସମ୍ମୁଖରେ ପ୍ରଭୁଙ୍କୁ ଅପେକ୍ଷା କରିଛନ୍ତି…
Read More...

ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା: ୨୦୦ ମିଟର ଫାଇନାଲରେ ଦୂତି

ଭୁବନେଶ୍ବର : ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ସ୍କ୍ରିଣ୍ଟର ଅଲିମ୍ପିଆନ ଦୂତି ଚାନ୍ଦ ୨୦୦ ମିଟର ଦୌଡ଼ର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ୨୦୦ ମିଟର ମହିଳା ବିଭାଗ…
Read More...

ପାକିସ୍ତାନରେ ଟ୍ରେନ୍‌ ଦୁର୍ଘଟଣା: ୧୪ମୃତ, ୭୯ ଆହତ

ଲାହୋର : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଗୁରୁବାର ଦୁଇଟି ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣା ଘଟି ୧୪ଜଣ ପ୍ରାଣ ହରାଇଥିଲାବେଳେ ୭୯ ଆହତ ହୋଇଛନ୍ତି। ​‌େ​‌କ୍ବଟାଗାମୀ ଆକବର ଏକ୍ସପ୍ରେସ୍‌ ଟ୍ରେନ୍‌ ଭୁଲ୍‌ ଲାଇନ୍‌ରେ ଆସି…
Read More...

ରେଳ ସବସିଡ ଛାଡିବାକୁ ଯାତ୍ରୀଙ୍କୁ ରେଳବାଇର ନିବେଦନ

ନୂଆଦିଲ୍ଲୀ : ଅନାବଶ୍ୟକ ସ୍ଥଳେ ଉପଭୋକ୍ତାମାନେ ଏଲପିଜି ଗ୍ୟାସ ସବସିଡ ଭଳି ରେଳ ଟିକଟରେ ନିଜର ସବସିଡ ଛାଡିବାର ପ୍ରାବଧାନ ରହିଛି। କିନ୍ତୁ ଅଧିକାଂଶ ଲୋକ ଏ ସମ୍ବନ୍ଧରେ ଅବଗତ ନ ଥିବାରୁ ଏ ନେଇ ରେଳବାଇ ଏବେ ଏକ…
Read More...

ଅଚ୍ୟୁତ ସାମନ୍ତଙ୍କୁ ଗାନ୍ଧୀ ମଣ୍ଡେଲା ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ : କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଗୁରୁବାର ୨୦୧୯ ବର୍ଷ ପାଇଁ ଗାନ୍ଧୀ ମଣ୍ଡେଲା ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ବମୈତ୍ରୀ ସ୍ଥାପନ କ୍ଷେତ୍ରରେ ଡକ୍ଟର ସାମନ୍ତଙ୍କ…
Read More...

ମାଲିକକୁ ସମ୍ପୂର୍ଣ୍ଣ ଖାଇଦେଲେ ୧୮ ପୋଷା କୁକୁର

ଡଲାସ : ଆମେରିକାର ଡଲାସ ସହରରେ ଜଣେ ବ୍ୟକ୍ତିଙ୍କୁ ତାଙ୍କର ୧୮ଟି ପୋଷା କୁକୁର ସମ୍ପୂର୍ଣ୍ଣ ଖାଇଦେଇଛନ୍ତି। ଏପରିକି ମାଲିକର ମାଂସ ସହିତ ହାଡ ଓ ଚୁଟିକୁ ମଧ୍ୟ କୁକୁରମାନେ ଖାଇ ଯାଇଥିଲେ। ମାଲିକ ଫ୍ରେଡିଏ ମାକ (୫୭)କୁ…
Read More...

କଂଗ୍ରେସ ଗଣମାଧ୍ୟମ ସଂଯୋଜକ ରଚିତ ସେଠ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ : କଂଗ୍ରେସର ଜାତୀୟ ଗଣମାଧ୍ୟମ ସଂଯୋଜକ ପଦରୁ ଗୁରୁବାର ଇସ୍ତଫା ଦେଇଛନ୍ତି ରଚିତ ସେଠ୍‌। ସେ ରାହୁଲ ଗାନ୍ଧୀଙ୍କ ପଦାଙ୍କ ଅନୁସରଣ କରି ପଦତ୍ୟାଗ କରିଥିବା କହିଛନ୍ତି। ରାହୁଲଙ୍କ ଇସ୍ତଫା ପରେ ସେ ଏହି ପଦରେ…
Read More...

ସଂସଦଭବନ ପରିସରରେ ସାଂସଦଙ୍କ ଫୁଟବଲ୍‌ ଖେଳ

ନୂଆଦିଲ୍ଲୀ : ଫୁଟବଲ୍‌ ଖେଳକୁ ପ୍ରୋତ୍ସାହନ ପ୍ରଦାନ ପାଇଁ ଅଭିନବ ଢ଼ଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ତୃଣମୂଳ ସାଂସଦ ପ୍ରସୂନ ବାନାର୍ଜୀ। ହାଓଡ଼ା ସାଂସଦ ପ୍ରସୂନ ଜଣେ ପୂର୍ବତନ ଆନ୍ତର୍ଜାତିକ…
Read More...

ବିଧିବଦ୍ଧ ବିଜେପିରେ ମିଶିଲେ ଗୋଆର ୧୦ ବିଧାୟକ

ନୂଆଦିଲ୍ଲୀ : କଂଗ୍ରେସରୁ ଇସ୍ତଫା ଦେଇଥିବା ଗୋଆର ୧୦ ବିଧାୟକ ଗୁରୁବାର ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସହିତ ଏହି ୧୦ ବିଧାୟକ ଦିଲ୍ଲୀରେ ପହଞ୍ଚି ବିଜେପି…
Read More...

ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ନିମ୍ନ ପଦରେ ନିଯୁକ୍ତି ମିଳିବ ନାହିଁ: ମାଡ୍ରାସ ହାଇକୋର୍ଟ

ଚେନ୍ନଇ : ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀ ନିମ୍ନ ବର୍ଗର ପଦରେ ଚାକିରି କରିପାରିବେ ନାହିଁ। ମାଡ୍ରାସ ହାଇକୋର୍ଟ ଗୁରୁବାର ଏହି ଗୁରୁତ୍ବପୂର୍ଣ୍ଣ ରୁଲିଂ ଦେଇଛନ୍ତି। କୌଣସି ନିର୍ଦିଷ୍ଟ ପଦ ପାଇଁ ଯେତିକି…
Read More...

ଶୁକ୍ରବାର ରାଶିଫଳ

Fr ଆପଣଙ୍କ କର୍ମଧାରା ଉଳମୟ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପ୍ରିୟଭାଷୀ ହେବେ। ଧନ ଓ ଯାନ-ବାହନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦଯୁକ୍ତ ହେବେ। ଭଲ-ମନ୍ଦ ମିଶ୍ରିତ ଫଳ ମିଳିବ। ବୃଷ: ବିଭିନ୍ନ…
Read More...

ସେପ୍ଟେମ୍ବରରୁ ସୁଇସ୍‌ ବ୍ୟାଙ୍କ ଦେବ ଭାରତୀୟ ଜମାକାରୀଙ୍କ ତଥ୍ୟ

ନୂଆଦିଲ୍ଲୀ : ଆଗାମୀ ସେପ୍ଟେମ୍ବରରୁ ସୁଇଜରଲ୍ୟାଣ୍ଡର ସୁଇସ୍ ବ୍ୟାଙ୍କ ଭାରତୀୟ ଜମାକାରୀଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଭାରତ ସରକାରଙ୍କୁ ପ୍ରଦାନ କରିବେ। ଏପରି କି ଗତବର୍ଷ ଯେଉଁ ଜମାକାରୀମାନେ ସେମାନଙ୍କ ଆକାଉଣ୍ଟ…
Read More...

କୃଷକଙ୍କ ସମସ୍ୟାକୁ ନେଇ ସରକାରକୁ ଘେରିଲେ ରାହୁଲ

ନୂଆଦିଲ୍ଲୀ : କର୍ଣ୍ଣାଟକ ଓ ଗୋଆରେ କଂଗ୍ରେସ ରାଜନୈତିକ ସଙ୍କଟରେ ପଡିଥିବା ବେଳେ ରାହୁଲ ଗାନ୍ଧୀ ଗୁରୁବାର ସଂସଦରେ କୃଷକଙ୍କ ସମସ୍ୟା ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ…
Read More...

ଆରଟିଆଇ କର୍ମୀଙ୍କୁ ହତ୍ୟା ମାମଲା: ପୂର୍ବତନ ସାଂସଦଙ୍କ ସହ ୬ ଜଣଙ୍କୁ ଆଜୀବନ କାରାଦଣ୍ଡ

ଅହମଦାବାଦ : ସିବିଆଇ ସ୍ବତନ୍ତ୍ର ଅଦାଲତ ଗୁରୁବାର ଆରଟିଆଇ କର୍ମୀ ଅମିତ ଜେଠୱାଙ୍କ ହତ୍ୟା ମାମଲାରେ ବିଜେପିର ପୂର୍ବତନ ସାଂସଦ ଦିନୁ ସୋଲାଙ୍କିଙ୍କ ସମେତ ଅନ୍ୟ ୬ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ…
Read More...

ତଲସିଲଦାରଙ୍କ ଘରୁ ୯୩ ଲକ୍ଷ ଟଙ୍କା ଓ ସୁନାଗହଣା ଜବତ

ହାଇଦରାବାଦ : ତେଲଙ୍ଗାନାର ରାଙ୍ଗାରେଡ୍ଡି ଜିଲାରେ ଜଣେ ତହସିଲଦାରଙ୍କ ଘରୁ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଅଧିକାରୀମାନେ ୯୩.୫ଲକ୍ଷ ନଗଦ ଟଙ୍କା ଓ ସୁନାଗହଣା ଜବତ କରିଛନ୍ତି। ରିପୋର୍ଟ ଅନୁଯାୟୀ ବୁଧବାର…
Read More...

ବସ୍‍ ଭିତରେ ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ, ଯୁବକଙ୍କୁ ନିର୍ଧୁମ ଛେଚି ପୁଲିସ୍‍ ଜିମା ଦେଲେ

ଦେବଗଡ଼ : ବସ ଭିତରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଘଟଣା ସୁନ୍ଦରଗଡ ଜିଲା ବଡଗାଁ ଅଞ୍ଚଳର ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡିଛି। ଏପରିକି ଉକ୍ତ ଯୁବତୀଙ୍କ ଭାଇ ତାକୁ ବସ ମଧ୍ୟରେ ନିର୍ଧୁମ ଛେଚିବା ସହ କେବଳ ଅନଃବସ୍ତ୍ର…
Read More...

ଏସପିଙ୍କ ଅଡ଼ୁଆ ବଢ଼ିଲା, ଅଦାଲତରେ ଦାଏର ହେଲା ମୋକଦ୍ଦମା

ସୁନ୍ଦରଗଡ଼ : କନିକା ପ୍ରସଙ୍ଗ ଥମିବାର ନାଁ ନେଉ ନାହିଁ । ଅଭିଯୁକ୍ତମାନେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ବେଳେ ଏହାକୁ ନେଇ ସମଗ୍ର ଅଞ୍ଚଳରେ ଏକ ପ୍ରକାର ଚାପା ଅସନ୍ତୋଷ ଲାଗିରହିଛି । ହେଲେ ଜିଲା ପୁଲିସର…
Read More...

ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇ ଫାଇନାଲରେ ଇଂଲଣ୍ଡ

ବର୍ମିଂହାମ : କ୍ରିକେଟ ବିଶ୍ବକପ ୨୦୧୯ର ଦ୍ବିତୀୟ ସେମିଫାଇନାଲ ଗୁରୁବାର ବର୍ମିଂହାମରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରି ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ଫାଇନାଲରେ ରବିବାର…
Read More...

ପଞ୍ଚାୟତ ସଂପ୍ରସାରଣ ଅଧିକାରୀଙ୍କୁ ଧକ୍କା ମାରି ଜଣେ ଗିରଫ

ପିପିଲି : ପୁରୀ ଜିଲା ଡେଲାଙ୍ଗ ବ୍ଲକ ଖେଲାଉର ଗ୍ରାମ ପଞ୍ଚାୟତରେ ଫନିି’ ବାତ୍ୟା ଜନିତ ଘରଭଙ୍ଗା ତଦନ୍ତ ସମୟରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀଙ୍କୁ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଧକ୍କା…
Read More...

ଟ୍ରକ୍-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା, ଜଣେ ମୃତ

ଝାରସୁଗୁଡା : ଝାରସୁଗୁଡା ଜିଲା ଆମଦରର ବାଲାଜୀ ପେଟ୍ରୋଲ ପମ୍ପ ନିକଟରେ ୪୯ ନମ୍ବର ଜାତୀୟ ରଜପଥରେ ବୁଧବାର ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରାତି ପ୍ରାୟ ୧୨ଟାରେ ଏକ…
Read More...

ସରକାରଙ୍କ ଦୃଷ୍ଟି ଆଢୁଆଳରେ ପଏଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଜଗତସିଂହପୁର : ଜଗତସିଂହପୁର ଜିଲା ଏରସମା ବ୍ଲକର ପଏଦା ପଞ୍ଚାୟତର ପଏଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛି। ବିଦ୍ୟାଳୟର ନିଜ ଗୃହ ନଥିବାରୁ ଛାତ୍ରଛାତ୍ରୀମାନେ ପଞ୍ଚାୟତର ରାଜୀବ ଗାନ୍ଧୀ…
Read More...

କ୍ରିକେଟ ବିଶ୍ବକପ୍ : ୫୦ ଓଭର ଖେଳିପାରିଲାନି ଅଷ୍ଟ୍ରେଲିଆ, ଇଂଲଣ୍ଡ ପାଇଁ ୨୨୪ ରନର ବିଜୟ ଲକ୍ଷ୍ୟ

ବର୍ମିଂହାମ : କ୍ରିକେଟ ବିଶ୍ବକପ ୨୦୧୯ର ଦ୍ବିତୀୟ ସେମିଫାଇନାଲ ଗୁରୁବାର ବର୍ମିଂହାମରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
Read More...

ଛାତ୍ରକୁ ମାଡ଼ ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ

ବାଲେଶ୍ବର : ବାଲେଶ୍ୱର ଜିଲା ବସ୍ତା ବ୍ଲକ ମୂଳିଦା ପ୍ରାଥମିକ ବିଦ୍ୟାଳୟରେ ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ଅଭିଯୋଗରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ,…
Read More...

ଧୋନୀଙ୍କ ସନ୍ନ୍ୟାସ ନେବା ଖବର ଶୁଣି ଭାବବିହ୍ବଳ ହେଲେ ଲତା ମଙ୍ଗେସକର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳ ବୁଧବାର ବିଶ୍ବକପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ଚଳିତ ଆଇସିସି ବିଶ୍ୱକପରୁ ବାଦ୍ ପଡ଼ିଛି। ଶେଷ ୧୧ ବଲରୁ ଭାରତକୁ ୨୫ରନ ଦରକାର ଥିଲାବେଳେ ୪୯ ଓଭରର ତୃତୀୟ ବଲରେ…
Read More...

ପାଣିରେ ବୁଡ଼ି ଶିଶୁପୁତ୍ର ମୃତ

ନୀଳଗିରି: ବାଲେଶ୍ଵର ଜିଲା ନୀଳଗିରି ଉପଖଣ୍ଡର ବରହମପୁର ଥାନା ଅନ୍ତର୍ଗତ ଆରବନ୍ଧ ପଞ୍ଚାୟତର ଡାହିସାହି ଗ୍ରାମରେ ପାଣିରେ ବୁଡି ଦୁଇ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଗ୍ରାମର ଜୟନ୍ତ ବାଗଙ୍କ ଦୁଇ…
Read More...

ବିବାହ କରିବେ କି ଶ୍ରଦ୍ଧା !

ମୁମ୍ବଇ : ବଲିଉଡର ଜଣାଶୁଣା କମେଡିଆନ ଶକ୍ତି କପୁରଙ୍କ ଲାଡଲି ତଥା ବଲିଉଡ ନାୟିକା ଶ୍ରଦ୍ଧା କପୁର ନିକଟରେ ବିବାହ କରିବାକୁ ନେଇ ଚର୍ଚ୍ଚା ହେଉଛି। ଖୁବଶୀଘ୍ର ଶ୍ରଦ୍ଧା ଜଣାଶୁଣା ଫଟୋଗ୍ରାଫର ରୋହନ ଶ୍ରେଷ୍ଠଙ୍କୁ ବିବାହ…
Read More...

ପୋକ୍‌ସୋ ଆଇନରେ ସଂଶୋଧନ ବିଲ୍‌କୁ କ୍ୟାବିନେଟ ମୋହର: ଅପରାଧୀଙ୍କୁ ମିଳିବ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ : ଶିଶୁମାନଙ୍କ ବିରୋଧରେ ବଢୁଥିବା ଯୌନ ଉତ୍ପୀଡ଼ନ ଅପରାଧକୁ ନେଇ ଚିନ୍ତିତ କେନ୍ଦ୍ର ସରକାର କ୍ୟାବିନେଟ୍‌ ବୈଠକରେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଶିଶୁଙ୍କ ବିରୋଧରେ ଘଟୁଥିବା ଯୌନ ଅପରାଧ ଘଟଣା…
Read More...

ନଦୀ ଜଳ ବିବାଦ ସଂଶୋଧିତ ବିଲ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ : ଆନ୍ତରାଜ୍ୟ ନଦୀ ଜଳ ବଣ୍ଟନ ନେଇ ବିଭିନ୍ନ ଟ୍ରାଇବୁନାଲରେ ଗଢୁଥିବା ମାମଲାକୁ ନିର୍ଦ୍ଧାରିତ ସମୟ ସୀମା ଭିତରେ ଶୁଣାଣି କରି ରାୟ ପ୍ରଦାନ କରିବା ଦିଗରେ କେନ୍ଦ୍ର ସରକାର ବୁଧବାର କ୍ୟାବିନେଟ୍‌ ବୈଠକରେ ଏକ…
Read More...

ଚାରି ଦିନ ବର୍ଷା ସମ୍ଭାବନା

ଭୁବନେଶ୍ବର : ମୌସୁମି ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ରହିଛି। ତେବେ ମୌସୁମି ଟ୍ରଫଲାଇନ ଓ…
Read More...

ଦୁଇ ବର୍ଷରେ କଂଗ୍ରେସଠାରୁ ବିଜେପିକୁ ମିଳିଛି ୧୬ଗୁଣ ଅଧିକ କର୍ପୋରେଟ ଚାନ୍ଦା

ନୂୂଆଦିଲ୍ଲୀ : କର୍ପୋରେଟ୍‌ ସଂସ୍ଥାଠାରୁ ଦାନ ଆକାରରେ ବିଜେପି କଂଗ୍ରେସ ତୁଳନାରେ ୧୬ଗୁଣ ଅଧିକ ଅର୍ଥ ପାଇଛି। ଗତ ଦୁଇ ବର୍ଷ ୨୦୧୬ରୁ ୨୦୧୮ ମଧ୍ୟରେ ମିଳିଛି ଏହି ବିପୁଳ ଚାନ୍ଦା। ଏଡିଆର (ଆସୋସିଏସନ୍‌ ଫର…
Read More...

ଅନ୍‌ଲାଇନ୍‌ରେ ମିଳିବ କଏଦୀଙ୍କ ପ୍ରସ୍ତୁତ ଖାଦ୍ୟ

-‘ସ୍ବିଗି’ ସହ କେରଳ କାରାଗାର କର୍ତ୍ତୃପକ୍ଷଙ୍କ ବୁଝାମଣା -୧୧ରୁ ଆରମ୍ଭ, ଲଞ୍ଚ ପ୍ୟାକେଟ୍‌ର ଦାମ ୧୨୭ ଟଙ୍କା -ପ୍ୟାକେଟ୍‌ରେ ରହିବ ବିରିୟାନି, ରୋଷ୍ଟେଡ୍‌ ଚିକେନ ତ୍ରିସୁର : କେରଳର ତ୍ରିସୁରସ୍ଥିତ ଭିୟୁର…
Read More...

ଉତ୍ତରପ୍ରଦେଶ ଖଣି ଦୁର୍ନୀତି: ଗାୟତ୍ରୀ ପ୍ରଜାପତି, ୪ ଆଇଏଏସ୍‌ଙ୍କ ନାଁରେ ମାମଲା

ଲକ୍ଷ୍ନୌ : ବେଆଇନ ବାଲି ଖଣି କାରବାର ମାମଲାରେ ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଗାୟତ୍ରୀ ପ୍ରଜାପତି ଓ ୪ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ସିବିଆଇ ବୁଧବାର ଏତଲା ଦାୟର କରିଛି।…
Read More...

ମିସା ଭାରତୀଙ୍କ ନାମରେ ଅତିରିକ୍ତ ଅଭିଯୋଗଫର୍ଦ ଦାଖଲ କଲା ଇଡି

ନୂୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ବୁଧବାର ଲାଲୁପ୍ରସାଦ ଯାଦବଙ୍କ କନ୍ୟା ତଥା ଆରଜେଡି ରାଜ୍ୟସଭା ସାଂସଦ ମିସା ଭାରତୀ ଓ ତାଙ୍କ ସ୍ବାମୀ ଶୈଳେଶଙ୍କ ବିରୋଧରେ…
Read More...

ପାଞ୍ଚ ବର୍ଷରେ ବିଦା ହୋଇଛନ୍ତି ୩୧୨ ଅଧିକାରୀ

ନୂୂଆଦିଲ୍ଲୀ : ଦୁର୍ନୀତି ଓ ଦକ୍ଷତା ଅଭାବରୁ କେନ୍ଦ୍ର ସରକାର ଅଦ୍ୟାବଧି ୩୧୨ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଗ୍ରୁପ୍‌-ଏ ଓ ଗ୍ରୁପ୍‌-ବି ପାହ୍ୟାରେ କାର୍ଯ୍ୟ କରୁଥିବା ପ୍ରାୟ ୧ଲକ୍ଷ ୨୦ହଜାର…
Read More...

ଡାକ୍ତରଙ୍କ ସୁରକ୍ଷା ସଂକ୍ରାନ୍ତ ଆଇନ ପ୍ରସ୍ତୁତ ପାଇଁ କମିଟି ଗଠିତ

ନୂୂଆଦିଲ୍ଲୀ : ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା ସଂକ୍ରାନ୍ତରେ କେନ୍ଦ୍ର ସରକାର ଆଇନ ଆଣିବେ। ଏ ସମ୍ପର୍କରେ ବିଚାରବିମର୍ଶ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ କମିଟି ଗଠନ…
Read More...

ଗୋଆରେ କର୍ଣ୍ଣାଟକ ନାଟକ: ୧୫ରୁ ୧୦ କଂଗ୍ରେସ ବିଧାୟକ ବିଜେପିରେ ସାମିଲ

ପାଣାଜୀ : କର୍ଣ୍ଣାଟକର ରାଜନୈତିକ ନାଟକ ଗୋଆକୁ ଡେଇଁଛି। ଏଠାରେ ମଧ୍ୟ କଂଗ୍ରେସ ଭୁଶୁଡ଼ି ପଡ଼ିଛି। କଂଗ୍ରେସର ମୋଟ ୧୫ ମଧ୍ୟରୁ ୧୦ ବିଧାୟକ ବୁଧବାର ସନ୍ଧ୍ୟାରେ ଗୋଆ ବିଧାନସଭା ବାଚସ୍ପତିଙ୍କୁ ଭେଟିଛନ୍ତି। ବିଧାନସଭାରେ…
Read More...

ଜାତିସଙ୍ଘରେ ଦାଉଦର ମୁଖା ଖୋଲିଲା ଭାରତ

ଜାତିସଙ୍ଘ : ପାକିସ୍ତାନ ସରକାରଙ୍କ ବାହୁଚ୍ଛାୟା ତଳେ ଆଶ୍ରୟ ନେଇଥିବା କୁଖ୍ୟାତ ମାଫିଆ ଡନ୍‌ ତଥା ୧୯୯୩ ମୁମ୍ବଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦାଉଦ୍‌ ଇବ୍ରାହିମ୍‌ର କଳା କାରନାମା ସମ୍ପର୍କରେ ଭାରତ ବୁଧବାର…
Read More...

ୱାଶିଂଟନ୍‌ସ୍ଥିତ ବ୍ରିଟେନ୍‌ ରାଷ୍ଟ୍ରଦୂତଙ୍କ ଇସ୍ତଫା

ଲଣ୍ଡନ : ଆମେରିକାରେ ଅବସ୍ଥାପିତ ବ୍ରିଟେନ୍‌ ରାଷ୍ଟ୍ରଦୂତ କିମ୍‌ ଡାରୋଚ୍‌ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ତାଙ୍କୁ ‘ମୁର୍ଖ’ ଓ ‘ଅସ୍ବସ୍ଥ’ ଭଳି ଭାଷାରେ…
Read More...

ମା’ର କାନ୍ଦ ଶୁଣି ଜିଇଁ ଉଠିଲା ବ୍ରେନ୍‌ ଡେଡ୍‌ ପୁଅ

ହାଇଦରାବାଦ : ତେଲଙ୍ଗାନାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଡାକ୍ତର ବ୍ରେନ୍‌ ଡେଡ୍‌ ଘୋଷଣା କରିଥିବା ପୁଅ ମାଆର କାନ୍ଦ ଶୁଣି ରୋଗଶଯ୍ୟାରୁ ଉଠି ବସିଛି। ତେଲଙ୍ଗାନାର ସୂର୍ଯ୍ୟାପେଟରେ ଏହି ଘଟଣା ଘଟିଛି। ଜୁନ୍‌ ୨୬…
Read More...

ସୁରକ୍ଷା ବାହିନୀ ଉପରେ ଅବିରତ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ମୁତୟନ ସୁରକ୍ଷାବାହିନୀ ଉପରେ ଅବିରତ ଆକ୍ରମଣ ଲାଗି ଇଣ୍ଡିଆନ ମୁଜାହିଦ୍ଦିନ ଆତଙ୍କବାଦୀ କାଶ୍ମୀରରେ ଲୁଚିଛନ୍ତି। ଭାରତୀୟ ଅର୍ଥବ୍ୟବସ୍ଥାକୁ ଆଘାତ ଦେବା ସହିତ ଏହାର ମାନବ ସମ୍ବଳ ଓ…
Read More...

ଭାରତକୁ ଅଲକାଏଦାର ଧମକ

ନୂଆଦିଲ୍ଲୀ : ଭାରତୀୟ ସେନା ଉପରେ ଆକ୍ରମଣ ଓ ଜାମ୍ମୁ-କାଶ୍ମୀରରେ ଅଶାନ୍ତ ସୃଷ୍ଟି କରିବା ଲାଗି ମୁଜାହିଦ୍ଦିନମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ଆଗାମୀ ଦିନରେ ସେମାନେ ଭାରତ ଉପରେ ଆକ୍ରମଣକୁ ଜୋରଦାର କରିବେ ବୋଲି…
Read More...