www.samajalive.in
Wednesday, December 10, 2025
14.1 C
Bhubaneswar

ଅସହାୟ ବୃଦ୍ଧବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତା ମିଳିବ କେବେ?

ଆରଡି : ଅସହାୟ ବୃଦ୍ଧବୃଦ୍ଧାଙ୍କ ପାଇଁ ମଧୁବାବୁ ପେନସନ ଯୋଜନା ଭଳି ନାନା ଯୋଜନାରେ ବାର୍ଦ୍ଧ୍ୟକ ଭତା ମିଳିବା ପାଇଁ କେତେ କଣ ସରକାରଙ୍କ ପକ୍ଷରୁ ଯୋଜନା ପ୍ରଣୟନ କରାଯାଇଛି। ହେଲେ ତାହା ଲୋକ ପ୍ରତିନିଧିଙ୍କ ଆନ୍ତରିକତା ଅଭାବ ହେଉ କିମ୍ବା ପ୍ରଶାସନର ଅଣଦେଖା ହେଉ ଅସହାୟ ବୃଦ୍ଧବୃଦ୍ଧାଙ୍କ ନିକଟରେ ପହଞ୍ଚି ପାରୁନାହିଁ ଉକ୍ତ ଯୋଜନା। ଏପରିକି କିଏ ଭତା ଗଣ୍ଡାକ ପାଇବା ପାଇଁ ଦୈାଡି-ଦୈାଡି ଆର ପାରିକୁ ଗଲାଣିତ ଆଉକିଏ ଶଯ୍ୟାଶ୍ରାୟୀ ହେଲାଣି। ଏପରି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଞ୍ଚାୟତରେ। ଏହି ପଞ୍ଚାୟତର ଗୀରିଧାରୀ ପଣ୍ଡା, ବାବାଜି ମହାଳିକଙ୍କୁ ୬୫ ଛୁଇଁଲାଣି ତାହାସହ ଏହି ୨ ଜଣ ବୃଦ୍ଧ ଭଲ ଭାବେ ଚାଲି ପାରୁନାହିନ୍ତି। ଭତା ଗଣ୍ଡାକ ପାଇଁ ପଞ୍ଚାୟତ କାର୍ଯ୍ୟଳୟରେ ଦୀର୍ଘ ୪/୫ମାସ ହେବ ଆବେଦନ କରିଥିଲେ ମଧ୍ୟ କାହାର ଯେପରି ଆନ୍ତରିକତା ନଥିବା ୨ ଜଣ ଅସହାୟ ବୃଦ୍ଧ ପ୍ରକାଶ କରିଛନ୍ତି। ସେହିପରି କମଳିନୀ ପଲାଇ, କନକଲତା ସାହୁ, ହେମଲତା ମହାଳିକ, ବାୟାଣୀ ମହାଳିକ, ଗେହ୍ଲାରାଣୀ ପଲାଇ, ରଘୁନାଥ ସାହୁ, ବିଶ୍ୱମ୍ବର ପଲାଇ ପ୍ରମୁଖ ବୃଦ୍ଧବୃଦ୍ଧା ଦୀର୍ଘ ୬ମାସ ହେବ ଭତା ପାଇବା ଆଶାରେ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଚାହିଁ ବସିଛନ୍ତି। ଏହି ବୃଦ୍ଧବୃଦ୍ଧା ଆବେଦନ କରିବା ପରେ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ଭେଟୁଥିଲେ ମଧ୍ୟ କୈାଣସି ସୁଫଳ ମିଳି ପାରୁନଥିବା ସର୍ମ୍ପକୀୟ ପ୍ରକାଶ କରିଛନ୍ତି। ଏପରି ଘଟଣା ସର୍ମ୍ପକରେ ଚାନ୍ଦବାଲି ବିଡିଓଙ୍କୁ ପଚାରିବାର ସେ କୁହନ୍ତି, ଯେଉଁମାନେ ଭତା ପାଇଁ ଆବେଦନ କରିଛନ୍ତି ସେମାନଙ୍କ ଆବେଦନ ପତ୍ର ବ୍ଲକ କାର୍ଯ୍ୟାଳୟକୁ ଆସିନାହିଁ। ତାହାସହ ଉକ୍ତ ଘଟଣାର ତଦନ୍ତ କରାଯିବା ସହ ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା କରାଯିବ ବୋଲି ପ୍ରକାଶ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories