www.samajalive.in
Wednesday, December 10, 2025
16.1 C
Bhubaneswar

ଭାରତୀୟ ଦଳର ୱେଷ୍ଟଇଣ୍ଡିଜ ଗସ୍ତ : ନେତୃତ୍ବ ​ନେବେ ରୋହିତ !

ନୂଆଦିଲ୍ଲୀ  :  ୱେଷ୍ଟଇଣ୍ଡିଜ ଗସ୍ତରେ ଯିବାକୁଥିବା ଟିମ ଇଣ୍ଡିଆର ନେତୃତ୍ବ ନେବେ ଓପନର୍‌ ରୋହିତ ଶର୍ମା !  ଆସନ୍ତା ଅଗଷ୍ଟରେ ଭାରତ ଏହି ସିରିଜ୍‌ ଖେଳିବାକୁ ଯିବ । ତେବେ ଓପନର୍‌ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ବ ନେବାର ସମ୍ଭାବନା ଥିବା ଜଣାପଡିଛି।
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇ ରୋହିତଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ ନିମନ୍ତେ ଅଧିନାୟକ ଭାବେ ନିଯୁକ୍ତ କରାଯିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି । ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦୁଇଟି ଟେଷ୍ଟ, ୩ଟି ଦିନିକିଆ ଓ ୩ଟି ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ । ଦିନିକିଆ ଓ ଟ୍ବେଣ୍ଟି-୨୦ ସିିରିଜ୍‌ରେ ରୋହିତ ଭାରତୀୟ ଦଳର ନେତୃତ୍ବ ନେବାକୁ ଥିବା ବେଳେ ଯଦି କୋହଲି ଟେଷ୍ଟ ସିରିଜ୍‌ ନ ଖେଳନ୍ତି ତେବେ ଅଜିଙ୍କ୍ୟ ରାହାଣେ ଭାରତୀୟ ଦଳର ଅଧିନାୟକ ଭାବେ ଦାୟିତ୍ବ ତୁଳାଇବେ ବୋଲି ଜଣାପଡ଼ିଛି । ଭାରତୀୟ ଦଳର ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରାଙ୍କୁ ମଧ୍ୟ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ ନିମନ୍ତେ ଦଳରେ ସାମିଲ ନ କରି ବିଶ୍ରାମ ଦେବାକୁ ମନୋନୟକାରୀ ସ୍ଥିର କରିଥିବା କୁହାଯାଉଛି। ବୁମରା ଓ କୋହଲି ଗତ ୨ ବର୍ଷ ହେଲା ସବୁ ଫର୍ମାଟ୍‌ରେ କ୍ରମାଗତ ଭାବେ ମ୍ୟାଚ୍‌ ଖେଳି ଆସୁଥିବାରୁ ସେମାନଙ୍କୁ ବିଶ୍ରାମ ଦିଆଯିବା ନିହାତି ଆବଶ୍ୟକ ବୋଲି ବିସିସିଆଇ ପଦାଧିକାରୀ ଅନୁଭବ କରୁଛନ୍ତି । ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟ୍ବେଣ୍ଟି-୨୦ ଓ ଦିନିକିଆ ସିରିଜ୍‌ରେ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କୁ ଭାରତୀୟ ଦଳରେ ସାମିଲ କରାଯିବ କି ନାହିଁ ସେ ନେଇ କିଛି ସ୍ଥିର ହୋଇନି । ଧୋନି ଖୁବ୍‌ଶୀଘ୍ର କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଭାରତୀୟ ଦଳ ଇଂଲଣ୍ଡରୁ ସ୍ବଦେଶ ଫେରିବା ପରେ ଧୋନି କ’ଣ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories