ଗୋ-ମାଂସକୁ ନେଇ ବିବାଦ, ମଦ୍ରାସା ଜାଳିଦେଲେ
ଲକ୍ଷ୍ନୌ : ଉତ୍ତରପ୍ରଦେଶ ଫତେହପୁରରେ ମଙ୍ଗଳବାର ଦୁଇ ସମ୍ପଦ୍ରାୟ ମଧ୍ୟରେ ହିଂସାକାଣ୍ଡ ଘଟିଛି। ସେପଟେ କୋତୱାଲିର ବହଟା ଗ୍ରାମରେ ଗୋଟିଏ ସମ୍ପ୍ରଦାୟର ଲୋକ ଅନ୍ୟ ସମ୍ପ୍ରଦାୟର ଘର ଓ ଦୋକାନରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ସେହିପରି ଏକ ମଦ୍ରାସାରେ ଭଙ୍ଗାରୁଜା କରାଯିବା ସହ ନିଆଁ ଲଗାଇ ଦିଆଯାଇଛି।
ସୂଚନା ଅନୁସାରେ ସୋମବାର ବହଟା ଗ୍ରାମରେ ଗୋ-ମାଂସ ମିଳିବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଗୋ-ମାଂସକୁ ମାଟିତଳେ ପୋତି ଦେଇଥିଲା। ତେବେ ମଙ୍ଗଳବାର ଏହି ବିବାଦ ହିଂସାକାଣ୍ଡର ରୂପ ନେଇଥିଲା। କେତେକ ଲୋକ ମଦ୍ରାସାରେ ପଶି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ଉଭୟ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଫଳରେ ଗ୍ରାମରେ ପୁଲିସ୍ ମୁତୟନ କରାଯାଇଛି। ଜିଲାପାଳ ଏବଂ ଏସପି ଏହା ଉପରେ ନଜର ରଖିଛନ୍ତି। ପୁଲିସ୍ ଅବହେଳାରୁ ହିଂସାକାଣ୍ଡ ପର୍ଯ୍ୟନ୍ତ କଥା ଗଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
Comments are closed.