ପୁରୀ : ପୁରୀ କଲେଜ ଛକ ନିକଟରେ ଥିବା ଫ୍ଲେକ୍ସ ପ୍ରିଣ୍ଟ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୨୦ ଲକ୍ଷ ଟଙ୍କାର ଫ୍ଲେକ୍ସ ତିଆ ସାମଗ୍ରୀ ଓ ମେସିନ୍ ଜଳି ପୋଡି ପାଉଁଶ ହୋଇଯାଇଛି। ଆଜି ସକାଳୁ ହଠାତ୍ ଦୋକାନଟିରେ ନିଆଁ ଲାଗି ଯାଇଥିଲା। ଏହାଧିରେ ଧିରେ ଚାରିଆଡକୁ ବ୍ୟାପିବାରେ ଲାଗିଲା। ପରେ କିଛି ସ୍ଥାନୀୟ ଲୋକ ଏ ନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ପ୍ରାୟ ୨୦ ଲକ୍ଷ ଟଙ୍କାର ଆସବାବପତ୍ର ସରଞ୍ଜାମ ନଷ୍ଟ ହୋଇଯାଇଛି। ଏଥିରେ ଦୋକାନର ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ସୂଚନା ମିଳିଛି। ତୁରନ୍ତ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ସର୍ଟ ସର୍କିଟ୍ରୁ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ ପୁଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Popular Categories



