www.samajalive.in
Saturday, December 6, 2025
26.1 C
Bhubaneswar

ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ପାଇଁ ଚିନ୍ତାରେ ଧାନ ଚାଷୀ 

ପଦ୍ମପୁର : ଆକାଶ ମେଘାଛନ୍ନ, ଫସଲ ଅମଳକୁ ନେଇ ଚିନ୍ତାରେ ଚାଷୀ। ଆସନ୍ତା ୪ ଦିନ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ଥିବା ବେଳେ ୧୯ ରୁ ୨୧ ଯାଏ ଉପକୂଳ ଓଡ଼ିଶାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ରାୟଗଡା ଜିଲ୍ଲାର ପଦ୍ମପୁର ବ୍ଲକ ହେଉଛି ରାୟଗଡା ଜିଲ୍ଲାର ଭାତ ହାଣ୍ଡି। ଏହି ବ୍ଲକରେ ଅଧିକାଂଶ ଲୋକେ ଧାନ ଫସଲ କରିଥାନ୍ତି।

୨୦୨୫ରେ ୪ ଶକ୍ତିଶାଳୀ ଗ୍ରହଙ୍କ ଚଳନ; ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌..

- Advertisement -

ଏହି ବର୍ଷ ରାୟଗଡା ଜିଲ୍ଲାର ପଦ୍ମପୁର ବ୍ଲକରେ ସର୍ବାଧିକ ୬୫୦୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଆଖିରେ ସୁନେଲି ସ୍ବପ୍ନ ଭରି ଭଲ ଅମଳ ଆଶାରେ ଧାର କରଜ କରି ପଦ୍ମପୁର ବ୍ଲକର ଚାଷୀମାନେ ଧାନ ଚାଷ କରିଥିଲେ ହେଲେ ଆସନ୍ତା ୪ ଦିନ ବର୍ଷା ସମ୍ଭାବନା ରହିଛି। ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଓ ଘଡଘଡ଼ି ହେବା ସମ୍ଭାବନା ରହିଛି । ୧୯ ରୁ ୨୧ ଯାଏ ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ସମେତ ରାୟଗଡ଼ା ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହି ଥିବା ଅନୁମାନ କରିଛି ପାଣିପାଗ ବିଭାଗ।

ବାରମ୍ବାର ବିବାହ ଭାଙ୍ଗୁଥିଲେ, ଟଙ୍କା ଅଭାବ ଲାଗି ରହୁଥିଲେ, ଗୁରୁବାର ଏହି ଉପାୟରେ ଚୁଟ୍‌କିରେ କରନ୍ତୁ ସମାଧାନ..

ଏନେଇ ଚାଷୀ କୂଳ ଏବେ ଚିନ୍ତାରେ ପଡ଼ିଛି। ଅନ୍ୟ ପଟେ ରାୟଗଡ଼ା ଜିଲ୍ଲାର ସମସ୍ତ ବ୍ଲକରେ ଧାନ ମଣ୍ଡି ଖୋଲିଥିବା ବେଳେ ପଦ୍ମପୁର ବ୍ଲକରେ କିନ୍ତୁ ଧାନ ମଣ୍ଡି ଖୋଲି ନାହିଁ। ସରକାର ଆସନ୍ତା ୨୪ ତାରିଖରେ ପଦ୍ମପୁର ବ୍ଲକରେ ଧାନ ମଣ୍ଡି ଖୋଲିବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ସୂଚନା ଦେଇଛନ୍ତି। ଏବେ ପଦ୍ମପୁର ଅଞ୍ଚଳର କେତେକ ଜାଗାରେ ଧାନ ଫସଲ ଅମଳ ହୋଇ ସାରିଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଯଦି ବର୍ଷା ହୁଏ ବ୍ୟାପକ ଫସଲ ନଷ୍ଟ ହେବାରେ ସମ୍ଭାବନା ରହିଛି। ତେଣୁ ଚାଷୀ ଅମଳ କରି ସାରିଥିବା ଧାନକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ଚାଷୀ ନିଜର କଷ୍ଟାର୍ଜିତ ଅମଳ ଧାନ ଫସଲକୁ କିଏ ଘୋଡେଇ ରଖୁଛି ତ ପୁଣି କିଏ ଟ୍ରାକ୍ଟରରେ ଆଣି ଘରେ ସାଇତି ରଖୁଛି। ଆଉ କିଏ ଧାନ ଗଛ ଭୂମିରେ ପଡି ଯାଇଥିବା ଯୋଗୁ ନଷ୍ଟ ହେବା ଆଶଙ୍କା କରି ମେସିନରେ ଧାନ କାଟିବାରେ ବ୍ୟସ୍ତ ରହିଛି। ଚାଷୀଙ୍କୁ ସରକାରୀ ସ୍ତରରେ ଧାନ ବିକ୍ରୟ କରିବା ପାଇଁ ଟୋକନ ଆସିଛି କିନ୍ତୁ ତାହା ଜାନୁଆରୀ ମାସରେ ଥିବାରୁ ବର୍ତ୍ତମାନ ପଦ୍ମପୁର ଅଞ୍ଚଳର ଚାଷୀ  ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଦେଖନ୍ତୁ ଭିଡିଓ ; ବଡି ବିଲ୍‌ଡର୍‌-ସିଂହୀ ରଶି ଲଢେଇ, କିଏ ଧୂଳି ଚଟାଇଲା କାହାକୁ..

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories