www.samajalive.in
Monday, December 8, 2025
24.1 C
Bhubaneswar

ପାକିସ୍ତାନରେ ଟ୍ରେନ୍‌ ଦୁର୍ଘଟଣା: ୧୪ମୃତ, ୭୯ ଆହତ

ଲାହୋର : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଗୁରୁବାର ଦୁଇଟି ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣା ଘଟି ୧୪ଜଣ ପ୍ରାଣ ହରାଇଥିଲାବେଳେ ୭୯ ଆହତ ହୋଇଛନ୍ତି। ​‌େ​‌କ୍ବଟାଗାମୀ ଆକବର ଏକ୍ସପ୍ରେସ୍‌ ଟ୍ରେନ୍‌ ଭୁଲ୍‌ ଲାଇନ୍‌ରେ ଆସି ସାଦିକାବାଦର ୱାଲହାର ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେବାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ତୁରନ୍ତ ଉଦ୍ଧାର ଓ ସହାୟତା କାର୍ଯ୍ୟ ଆରମ୍ଭ କରାଯିବା ସହ ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପାକିସ୍ତାନ ସେନା ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲାବେଳେ ବଡ଼ ମେସିନ୍‌ ସାହାଯ୍ୟରେ ଟ୍ରେନ୍‌ ଲାଇନ୍‌ ପରିଷ୍କାର କରାଯିବା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ଦୁର୍ଘଟଣାରେ ଆକବର ଏକ୍ସପ୍ରେସ୍‌ର ଇଞ୍ଜିନ ସହ ତିନିଟି ବଗି ସମ୍ପୂର୍ଣ୍ଣ ଧ୍ବଂସ ପାଇଯାଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପିଛା ୧୫ଲକ୍ଷ ଓ ଆହତଙ୍କ ପିଛା ୫ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ରେଳବାଇ ମନ୍ତ୍ରୀ ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories