ନୀଳଗିରି: ବାଲେଶ୍ଵର ଜିଲା ନୀଳଗିରି ଉପଖଣ୍ଡର ବରହମପୁର ଥାନା ଅନ୍ତର୍ଗତ ଆରବନ୍ଧ ପଞ୍ଚାୟତର ଡାହିସାହି ଗ୍ରାମରେ ପାଣିରେ ବୁଡି ଦୁଇ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଗ୍ରାମର ଜୟନ୍ତ ବାଗଙ୍କ ଦୁଇ ବର୍ଷର ଶିଶୁପୁତ୍ର ଦିପୁନ ସକାଳେ ଘରେ ଖେଳୁଥିବା ସମୟରେ ବାଡ଼ିରେ ଥିବା ଗାଡ଼ିଆରେ ପଡି ଯାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ପରେ ଗାଡ଼ିଆରେ ଶିଶୁଟି ଭାସୁଥିବାର ଦେଖି ତାକୁ ଉଦ୍ଧାର କରି ବାଇକରେ ବରହମପୁର ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଶିଶୁ ପୁତ୍ରକୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନୀଳଗିରି ଡ଼ାକ୍ତରଖାନାକୁ ଅଣାଯାଇଥିବା ସୂଚନା ମିଳିଛି।
Popular Categories



