www.samajalive.in
Sunday, December 7, 2025
23.1 C
Bhubaneswar

ବିଧିବଦ୍ଧ ବିଜେପିରେ ମିଶିଲେ ଗୋଆର ୧୦ ବିଧାୟକ

ନୂଆଦିଲ୍ଲୀ : କଂଗ୍ରେସରୁ ଇସ୍ତଫା ଦେଇଥିବା ଗୋଆର ୧୦ ବିଧାୟକ ଗୁରୁବାର ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସହିତ ଏହି ୧୦ ବିଧାୟକ ଦିଲ୍ଲୀରେ ପହଞ୍ଚି ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ସେମାନଙ୍କ ମିଶ୍ରଣ ସଂକ୍ରାନ୍ତ ପତ୍ର ଗୋଆ ବାଚସ୍ପତି ରାଜେଶ ପଟନେକରଙ୍କୁ ପ୍ରଦାନ କରାଯାଇଛି। କଂଗ୍ରେସ ଛାଡ଼ିଥିବା ବିିଧାୟକଙ୍କ ମଧ୍ୟରେ ବିଧାନସଭାରେ ବିରୋଧୀ ଦଳ ନେତା ଥିବା ଚନ୍ଦ୍ରକାନ୍ତ କାଭଲେକର ଅଛନ୍ତି। ଏହା ଦ୍ବାରା ୪୦ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି। ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ସର୍ବାଧିକ ୧୭ ଆସନରେ ବିଜୟଲାଭ କରିଥିଲେ ମଧ୍ୟ ସରକାର ଗଠନରେ ସଫଳ ହୋଇପାରି ନ ଥିଲା। ଏବେ ଏହାର ସଦସ୍ୟ ସଂଖ୍ୟା ୫କୁ ଖସିଆସିଛି। ମାତ୍ର ୧୩ ଆସନ ପାଇ ବିଜେପି ଆଞ୍ଚଳିକ ଦଳଙ୍କ ସହଯୋଗରେ ସରକାର ଗଠନ କରିଥିଲା।
ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ ପୂର୍ବକ ଦିବଂଗତ ମୁଖ୍ୟମନ୍ତ୍ରୀ ମନୋହର ପରିକରଙ୍କ ପୁଅ ଉତ୍ପଳ ପରିକର କହିଛନ୍ତି ଯେ ‘ଏହା ଦ୍ବାରା ତାଙ୍କ ବାପାଙ୍କ ରାଜନୈତିକ ଆଦର୍ଶର ଅନ୍ତ ଘଟିଛି। ଦେଶସାରା କଂଗ୍ରେସର ଅବକ୍ଷୟ ଘଟୁଛି। ବିଜେପି ପ୍ରତି ଏଥିରେ ମିଶୁଥିବା କଂଗ୍ରେସ ନେତାଙ୍କର ଆନୁଗତ୍ୟ ନେଇ ସନ୍ଦେହ ରହିଛି। ଏଭଳି ରାସ୍ତା ଦଳକୁ କେତେବାଟ ନେବ ତାହା ସମୟ କହିବ। ମାର୍ଚ୍ଚ ୧୭ରେ ବାପାଙ୍କ ମୃତ୍ୟୁ ସହିତ ଗୋଟିଏ ଆଦର୍ଶ ଭିତ୍ତିକ ରାସ୍ତାର ଅନ୍ତ ଘଟିଥିଲା। ଏବେକାର ନୂଆ ରାସ୍ତା ଆମକୁ କେତେଦୂର ଆଗକୁ ନେଉଛି ତାହାକୁ ଅପେକ୍ଷା। ବିଜେପି ଏଥିପ୍ରତି ସଚେତନ ରହିବା ଆବଶ୍ୟକ।’ ଉତ୍ପଳ ଚେତାଇ ଦେଇଛନ୍ତି ଯେ ଦଶନ୍ଧି ଧରି କାର୍ଯ୍ୟ କରୁଥିବା ବିଜେପି କ୍ୟାଡର ପ୍ରତି ଦଳର ନେତାମାନେ ସଚେତନ ରହିବା ଆବଶ୍ୟକ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories