ଜାଗମରାରେ ପଥୋତ୍ସବ: ଝୁମିଲେ ରାଜଧାନୀବାସୀ

ଭୁବନେଶ୍ଵର: ଶୀତୁଆ ସକାଳରେ ପଥୋତ୍ସବର ମଜା ନେଲେ ରାଜଧାନୀବାସୀ। ଆଜି ବରମୁଣ୍ଡା ନୀଳକଣ୍ଠେଶ୍ଵର ମନ୍ଦିରରୁ ଜାଗମରା ଛକ ପର୍ଯ୍ୟନ୍ତ ପଥୋତ୍ସବ ଅନୁଷ୍ଠିତ ହୋଇଛି। କଣ୍ଠଶିଳ୍ପୀ ଅସୀମା ପଣ୍ଡା , ସତ୍ୟଜିତ୍ ପ୍ରଧାନ ଏବଂ ଜୟଦେବ ଡ୍ୟାନ୍ସ ଗ୍ରୃପ୍ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ, କୁଇଜ୍ କମ୍ପିଟିସନ, ରଙ୍ଗୋଲୀ, ମ୍ୟାଜିକ ଶୋରେ ମସଗୁଲ ରାଜଧାନୀର ପିଲାଠୁ ବୟସ୍କ । ପ୍ରଥମଥର ପାଇଁ ନୂଆ ଏୟାରପୋର୍ଟ ରାସ୍ତାରେ ଏହି ଉତ୍ସବର ଆୟୋଜନ କରାଯାଇଛି। ଖାଦ୍ୟ ଷ୍ଟଲ ମଧ୍ୟ ଖୋଲିଛି। ଯେଉଁଠି ବିଭିନ୍ନ ପାରମ୍ପରିକ ଖାଦ୍ୟ ଉପଲବ୍ଧ ରହିଛି। ଗତ ରବିବାର ମାଷ୍ଟରକ୍ୟାଣ୍ଟିନ-ରାମ ମନ୍ଦିର ରାସ୍ତାରେ ପଥ ଉତ୍ସବ ଆୟୋଜିତ ହୋଇଥିଲା ।

kalyan agarbati

Comments are closed.