ଡେସ୍କ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ମିଥେନ୍ ଗ୍ୟାସ୍ ବିସ୍ଫୋରଣ ଯୋଗୁଁ ଏକ କୋଇଲା ଖଣି ଭୁଶୁଡ଼ି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। କର୍ତ୍ତବ୍ୟରତ ଅନ୍ୟ ୮ ଜଣ ଖଣି କର୍ମଚାରୀ ନିଖୋଜ ଥିବା ସେଠାକାର ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବେଲୁଚିସ୍ତାନର କ୍ୱେଟାଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ ସାଞ୍ଜଦି ଅଞ୍ଚଳରେ ଗୁରୁବାର ରାତିରେ ଏହି କୋଇଲା ଖଣି ଭୁଶୁଡ଼ି ପଡ଼ିଥିଲା।
ପୁଅ ମାଡମାରିବା ଭୁଲିଗଲେ କି ରଘୁବର! କହିଲେ ଲାଟ ସାହାବ ନୁହଁନ୍ତି ରାଜ୍ୟପାଳ



