www.samajalive.in
Saturday, December 13, 2025
18.1 C
Bhubaneswar

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର –   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର ଯବାନ ଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ ସମ୍ପନ୍ନ ହୋଇଛି l ମୃତ ଯବାନ ଜଣକ ହେଲେ ଵି.ଶ୍ୟାମ ସୁନ୍ଦର ବୟସ ୩୨ ବୋଲି ଜଣାପଡ଼ିଛି l
ସୂଚନା ପ୍ରକାରେ ମୃତ ଯବାନ ଜଣକ ପଞ୍ଜାବ ସ୍ଥିତ ଜଳନ୍ଧରରେ ଲାନ୍ସ ନାୟକ ରାଙ୍କ୍‌ରେ କାର୍ଯ୍ୟରତ ଥିଲେ l ଦୀର୍ଘ ୧୪ ବର୍ଷ ହେଲା ଯବାନ ଭାବେ କାର୍ଯ୍ୟରତ ରହିଥିବା ବେଳେ ୩ ବର୍ଷ ହେବ ପଞ୍ଜାବ ସ୍ଥିତ ଜଳନ୍ଧର ରେଜିମେଣ୍ଟରେ କାର୍ଯ୍ୟରତ ଥିଲେ l କିଛି ମାସ ହେଲା ଦେହ ଅସୁସ୍ଥ ଥିବାରୁ ସେ ମେଡିକାଲରେ ଚିକିତ୍ସାଧିନ ଥିଲେ l ଗତ ଗୁରୁବାର ଡାକ୍ତର ତାଙ୍କର ମୃତ ଘୋଷଣା କରିଥିଲେ l
ତାଙ୍କ ମର ଶରୀରକୁ ନିଜ ଗ୍ରାମ ପୁରୁଣା ବକ୍ସିପଲ୍ଲୀ ଗ୍ରାମକୁ ଅଣା ଯାଇଥିଲା l ପରେ ଗ୍ରାମର ଶଶ୍ମାନ ରେ ଗୋଳାବନ୍ଧ ଆର୍ମି ପକ୍ଷରୁ ମର ଶରୀର ଉପରେ ଜାତୀୟ ପତାକା ପକାଇ ଗାର୍ଡ ଅଫ ଅନର ଦିଆଯାଇଥିଲା l ପରେ ଜାତୀୟ ପତାକାକୁ ଧର୍ମପତ୍ନୀଙ୍କୁ ହସ୍ତାନ୍ତର କରାଯାଇଥିଲା l ଶେଷକୃତ ସମ୍ପନ୍ନ ବେଳେ ଗୋଳାବନ୍ଧ ଆର୍ମି ଏ.ଡ଼ି କଲେଜର ଅଧିକାରୀ,ଗୋପାଳପୁର ଥାନା  ଅଧିକାରୀ ସହ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories