www.samajalive.in
Friday, December 5, 2025
26.1 C
Bhubaneswar

ଆମେରିକା ଯିବେ ଜୟଶଙ୍କର; ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ହେବେ ସାମିଲ

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଜାନୁଆରୀ ୨୦ରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ। ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଜାନୁଆରୀ ୨୦ରେ ଶପଥ ନେବେ ଟ୍ରମ୍ପ। ଗତ ବର୍ଷ ନଭେମ୍ବର ମାସରେ ଅନୁଷ୍ଠିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ​​ଟ୍ରମ୍ପଙ୍କୁ ୩୧୨ ଏବଂ କମଳା ହ୍ୟାରିସଙ୍କୁ ୨୨୬ ଖଣ୍ଡ ଭୋଟ୍ ମିଳିଥିଲା। ନିର୍ବାଚନରେ ​​ସଂଖ୍ୟାଗରିଷ୍ଠତା ହାସଲ ପାଇଁ ଜଣେ ପ୍ରାର୍ଥୀଙ୍କୁ ୨୭୦ ଖଣ୍ଡ ଭୋଟ୍ ଆବଶ୍ୟକ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୱାଶିଂଟନ ଗସ୍ତ ସମୟରେ ଜୟଶଙ୍କର ଆମେରିକାର ଆଗାମୀ ଟ୍ରମ୍ପ ସରକାରଙ୍କ ପ୍ରତିନିଧିମାନଙ୍କ ସହ ଏକ ବୈଠକ ମଧ୍ୟ କରିବେ। ଟ୍ରମ୍ପ-ଭାନ୍ସ ଶପଥ ଗ୍ରହଣ ସମିତିର ନିମନ୍ତ୍ରଣକ୍ରମେ ଏସ୍. ଜୟଶଙ୍କର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଡୋନାଲ୍ଡ ଜେ. ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରିବେ। ସୂଚନାଯୋଗ୍ୟ, ଜାନୁଆରୀ ୭ରେ ଟ୍ରମ୍ପଙ୍କ ବିଜୟ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା। ଟ୍ରମ୍ପ ଶପଥ ନେବା ପରେ ଅନୁଷ୍ଠିତ ହେବାକୁ ଥିବା ପରେଡ୍‌ରେ ଭାଗ ନେବାକୁ ଏକ ଭାରତୀୟ ଆମେରିକୀୟ ‘ଢୋଲ ବ୍ୟାଣ୍ଡ’କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

- Advertisement -

ଟେକ୍ସାସ୍‌ସ୍ଥିତ ଭାରତୀୟ ପାରମ୍ପରିକ ‘ଢୋଲ ବ୍ୟାଣ୍ଡ’ ଗ୍ରୁପ୍‌ ‘ଶିବମ୍ ଢୋଲ ତାଶା ପାଠକ’ ଏହାର ଜୀବନ୍ତ ତାଳ ଓ ମନମୁଗ୍ଧକର ସ୍ବର ସହ ୱାଶିଂଟନରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାରା ବିଶ୍ଵକୁ ଭାରତର ସମୃଦ୍ଧ ସଂଗୀତ ପରମ୍ପରାର ଏକ ଝଲକ ଦେଖାଇବ। ପ୍ରଥମ ଥର ପାଇଁ ଟେକ୍ସାସ ରାଜ୍ୟରେ ଭାରତୀୟ ପାରମ୍ପରିକ ‘ଢୋଲ ବ୍ୟାଣ୍ଡ’ ଗ୍ରୁପ୍‌ ଏଭଳି ଭବ୍ୟ ମଞ୍ଚରେ ପ୍ରଦର୍ଶନ କରିବ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories