www.samajalive.in
Monday, December 15, 2025
26.1 C
Bhubaneswar

ମକର ସଂକ୍ରାନ୍ତିରେ ରାଶି ଅନୁଯାୟୀ ଏସବୁ କରନ୍ତୁ ଦାନ, ସୂର୍ଯ୍ୟ କରିବେ ଭାଗ୍ୟଶାଳୀ, ମିଳିବ ସୁଖମୟ ଜୀବନ, ଧନ, ରହିବେ ନିରୋଗ..

ଗ୍ରହଙ୍କ ରାଜା ସୂର୍ଯ୍ୟ ଦେବତା ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବାକୁ ସଂକ୍ରାନ୍ତି ବୋଲି କୁହାଯାଏ । ସୂର୍ଯ୍ୟ ଦେବ ପ୍ରତି ମାସରେ ରାଶି ପରିବର୍ତ୍ତନ କରିଥାନ୍ତି । ଏହି ପ୍ରକାରେ ୧୨ ମାସରେ ୧୨ ସଂକ୍ରାନ୍ତି ପାଳନ କରାଯାଏ । ସୂର୍ଯ୍ୟଦେବ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କଲେ ଏହାକୁ ମକର ସଂକ୍ରାନ୍ତି ବୋଲି କୁହାଯାଏ । ବର୍ଷ ୨୦୨୫ରେ ଜାନୁଆରୀ ୧୪ରେ ମଙ୍ଗଳ ସଂକ୍ରାନ୍ତି ପର୍ବ ପାଳନ କରାଯିବ । ଏହି ଦିନ ପବିତ୍ର ନଦୀରେ ସ୍ନାନ ଠାରୁ ଆରମ୍ଭ କରି ଦାନର ଅନେକ ମହତ୍ତ୍ୱ ରହିଛି । ୧୨ ସଂକ୍ରାନ୍ତି ମଧ୍ୟରେ ମକର ସଂକ୍ରାନ୍ତିର ବିଶେଷ ମାନ୍ୟତା ସହ ସର୍ବଶ୍ରେଷ୍ଠ ବୋଲି କୁହାଯାଏ । ଏହି ଦିନ ରାଶି ଅନୁଯାୟୀ ଦାନ ଦେବା ଦ୍ୱାରା ଶରୀର ନିରୋଗ, ଶୁଭଫଳ, ଧନ ବୃଦ୍ଧି, ସୁଖସମୃଦ୍ଧି ସହ ପାରିବାରିକ ଜୀବନ ସୁଖମୟ, କାର୍ଯ୍ୟରେ ସଫଳତା, କର୍ମକ୍ଷେତ୍ରରେ ଶୁଭଫଳ ମିଳିଥାଏ ।

ମେଷ – ମକର ସଂକ୍ରାନ୍ତିରେ ମେଷ ରାଶି ବ୍ୟକ୍ତି ବିଶେଷ ଗୁଡ, ବାଦାମ, ରାଶି ଦାନ କରିବା ଦ୍ୱାରା ଜୀବନରେ ସୁଖ-ସମୃଦ୍ଧିର ଆଗମନ ହେବ ।

- Advertisement -

ବୃଷ – ଏହି ରାଶିର ଲୋକେ ଧଳା ପୋଷାକ, ଦହି ଏବଂ ରାଶି ଦାନ କରନ୍ତୁ । ଏହାଦ୍ୱାରା ଶରୀର ନିରୋଗ ରହିବ। କୋର୍ଟ କଚେରୀ ମାମଲାରେ ନିଶ୍ଚୟ ସଫଳତା ମିଳିବ ।

ମିଥୁନ- ଜୀବନରେ ଥିବା ସମସ୍ୟାରୁ ମୁକ୍ତି ପାଇଁ ଏହି ରାଶି ବ୍ୟକ୍ତି ବିଶେଷ ମୁଗ ଡାଲି, ଚାଉଳ ଏବଂ କମ୍ବଳ ଦାନ କରନ୍ତୁ । ଏହାଦ୍ୱାରା ଚାକିରି ଓ ବ୍ୟବସାୟରେ ଖୁବ୍‌ ଉନ୍ନତି ହୋଇଥାଏ ।

କର୍କଟ- ଚାଉଳ, ଚାନ୍ଦି, ଧଳା ରାଶି ଦାନ କରନ୍ତୁ । ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ । କର୍ମକ୍ଷେତ୍ରରେ ଥିବା ବାଧା ଦୂର ହୋଇଥାଏ ।

ସିଂହ – ତମ୍ବା, ଗହମ ଆଦି ଦାନ କରିବା ଦ୍ୱାରା ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇ ଶୁଭଫଳ ମିଳିବ ।

କନ୍ୟା – ଖେଚେଡି, କମ୍ବଳ, ସବୁଜ ପୋଷାକ ଆଦି ଦାନ କରିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଦୂର ହେବ ।

ମକର ସଂକ୍ରାନ୍ତି ପରଠାରୁ ଏହି ରାଶି ହେବେ ମାଲାମାଲ୍‌, କିଣିବେ ଭୂମି,ଘର, ହେବେ ଭାଗ୍ୟଶାଳୀ..

ତୁଳା – ଧଳା ରଙ୍ଗର ଜିନିଷ, କମ୍ବଳ ଦାନ କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ।

ବିଛା – ଜୀବନରେ ହସଖୁସି, ଧନ ବୃଦ୍ଧି ଓ ସମସ୍ୟା ଦୂର ପାଇଁ ଲାଲ ପୋଷାକ, ରାଶି ଅସହାୟଙ୍କୁ ଦାନ କରନ୍ତୁ । ଏହାଦ୍ୱାରା ଚାକିରି ଓ ବ୍ୟବସାୟରେ ଅଧିକ ଉନ୍ନତି ହୋଇଥାଏ ।

ଧନୁ- ଏହି ରାଶିର ବ୍ୟକ୍ତି ବିଶେଷ ହଳଦିଆ ପୋଷାକ, ଖଣ୍ଡ ହଳଦୀ, ଗୁଡ ଦାନ କରିବା ଉଚିତ୍‌ । ଏହାଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ଓ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ।

ମକର- କମ୍ବଳ, ତେଲ, ରାଶି ଦାନ କରନ୍ତୁ । ଏହାଦ୍ୱାରା ଜୀବନରେ ଧନର ଅଭାବ ଦୂର ହୋଇ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ।

କୁମ୍ଭ- ଲାଲ ପୋଷାକ, ବିରି ଡାଲି, ଖେଚେଡି, ରାଶି ଦାନ କରିବା ଏହି ରାଶି ପାଇଁ ଶୁଭଙ୍କର ।

ମୀନ – ରେଶମୀ ପୋଷାକ, ଚଣା ଡାଲି, ଚାଉଳ, ରାଶି ଦାନ କରିବା ଦ୍ୱାରା ସୂର୍ଯ୍ୟ ଦେବଙ୍କ ବିଶେଷ କୃପା ମିଳିଥାଏ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ ।

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories