www.samajalive.in
Saturday, December 6, 2025
16.1 C
Bhubaneswar

ଅରଡ ବଜାରରେ କର୍ଫ୍ୟୁ, ରବିବାର ରାତି ୧୦ ଯାଏଁ କଟକଣା

ବାଲେଶ୍ଵର: ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି କଲା ପ୍ରଶାସନ। ବାଲେଶ୍ୱର ଅରଡ଼ ବଜାରଠାରୁ ପରିବା ମାର୍କେଟ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି।  ଆସନ୍ତାକାଲି ରାତି ୧୦ ଯାଏଁ କର୍ଫ୍ୟୁ ଜାରି ରହିବା ନେଇ ସୂଚନା ମିଳିଛି। ରେଳ ଲାଇନ୍ ସଂପ୍ରସାରଣ ପାଇଁ ବସ୍ତି ଉଚ୍ଛେଦ କରୁଛି ପ୍ରଶାସନ। ହରିପୁରରୁ ଦର୍ଜିପୋଖରୀ , କସମିଳାଠାରୁ ଫୁଲାଡି, ନୂଆ ବଜାର ରେଳ ଫାଟକ , ନୂଆ ବଜାର ପରିବା ମାର୍କେଟରେ କର୍ଫ୍ୟୁ ଜାରି କରାଯାଇଛି। ବାଲେଶ୍ଵରରେ ରେଳ ଲାଇନ୍ ସମ୍ପ୍ରସାରଣ  କରିବା ପାଇଁ ପ୍ରସ୍ତୁତି ଚାଲିଛି। ସେଥିପାଇଁ ରେଳ ଲାଇନ୍ ନିକଟରେ ଥିବା ବସ୍ତିକୁ ଉଚ୍ଛେଦ କରାଯାଉଛି। ଏହି କାରଣରୁ ବାଲେଶ୍ଵର  ଅରଡ ବଜାରଠାରୁ ପରିବା ମାର୍କେଟ୍ ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି। ରବିବାର ରାତି ୧୦ଟା ଯାଏଁ କଟକଣା ବଳବତ୍ତର ରହିବ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories