www.samajalive.in
Saturday, December 6, 2025
15.1 C
Bhubaneswar

ମହାକୁମ୍ଭରେ ୧୪୪ ବର୍ଷ ପରେ ଦୁର୍ଲ୍ଲଭ ସଂଯୋଗ; ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ହେବେ ଭାଗ୍ୟଶାଳୀ..

ମହାକୁମ୍ଭ ଅର୍ଥାତ୍‌ ବିଶ୍ୱର ସବୁଠାରୁୁ ବଡ ମେଳା ଖୁବ୍‌ ଶୀଘ୍ର ପ୍ରୟାଗରାଜରେ ଅନୁଷ୍ଠିତ ହେବାକୁ ଯାଉଛି। ଏହାର ପ୍ରସ୍ତୁତି ଖୁବ୍‌ ଜୋର୍‌ସୋର୍‌ରେ କରାଯାଉଛି।

ମହାକୁମ୍ଭ ମେଳା ୧୩ ଜାନୁଆରୀ ୨୦୨୫ ସୋମବାରରେ ଆରମ୍ଭ ହୋଇ ୨୬ ଫେବୃଆରୀ ୨୦୨୫ରେ ସମାପନ ହେବ। ମହାକୁମ୍ଭର ଏହି ମେଳାରେ ଅନେକ ଦୂରରୁ ଶ୍ରଦ୍ଧାଳୁମାନେ ଆସି ପବିତ୍ର ନଦୀରେ ସ୍ନାନ କରିଥାନ୍ତି।
କୁମ୍ଭମେଳାରେ ଅମୃତ ସ୍ନାନର ବିଶେଷ ମହତ୍ତ୍ୱ ରହିଛି। ଏଥିରେ ପ୍ରଥମେ ସାଧୁସନ୍ଥ ଓ ପରେ ଶ୍ରଦ୍ଧାଳୁ ବୁଡ ପକାଇ ଥାନ୍ତି। ଏହି ବର୍ଷର ମହାକୁମ୍ଭ ଖୁବ୍‌ ଖାସ୍‌। କାରଣ ୧୪୪ ବର୍ଷ ପରେ ଚଳିତ ବର୍ଷ ଏକ ଦୁର୍ଲ୍ଲଭ ସଂଯୋଗ ହେବାକୁ ଯାଉଛି। ଯାହା ସମୁଦ୍ର ମନ୍ଥନ ସହ ଜଡିତ ବୋଲି କୁହାଯାଏ ।

ମକର ସଂକ୍ରାନ୍ତିରେ ରାଶି ଅନୁଯାୟୀ ଏସବୁ କରନ୍ତୁ ଦାନ, ସୂର୍ଯ୍ୟ କରିବେ ଭାଗ୍ୟଶାଳୀ, ମିଳିବ ସୁଖମୟ ଜୀବନ, ଧନ, ରହିବେ ନିରୋଗ..

- Advertisement -

୧୪୪ ବର୍ଷ ପରେ ଏହି ମେଳା ଖାସ୍‌ ହେବାର ଅନ୍ୟ ଏକ କାରଣ ହେଉଛି, ଏହି ଦିନ ସୂର୍ଯ୍ୟ, ଚନ୍ଦ୍ରମା, ଶନି ଓ ବୃହସ୍ପତି ଗ୍ରହଙ୍କ ଶୁଭ ସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଯାହା ସମୁଦ୍ର ମନ୍ଥନ ସମୟରେ ହୋଇଥିଲା ବୋଲି କୁହାଯାଏ । ଏହାସହ ରବି ଯୋଗ ସହ ଅନ୍ୟାନ୍ୟ ଶୁଭ ସଂଯୋଗ ହେବାକୁ ଯାଉଛି। ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ମହାକୁମ୍ଭରେ ୧୪୪ ବର୍ଷ ପରେ ସୃଷ୍ଟି ହେବାକୁ ଯାଉଥିବା ଶୁଭ ସଂଯୋଗ ଫଳରେ ମେଷ, ବୃଷ, ସିଂହ ଓ ମକର ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ।

ଜ୍ୟୋତିର୍ବିଦଙ୍କ ମତାନୁସାରେ ଏସବୁ ରାଶିଙ୍କ ପାଇଁ ଶୁଭଦିନର ଆରମ୍ଭ ହେବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବା ସହ ମଜଭୁତ ହେବ। ନୂଆ କାମର ଆରମ୍ଭ କରିବା ସହ ଦୀର୍ଘ ଦିନରୁ ଅଟକି ଥିବା କାମରେ ସଫଳତା ମିଳିବ। ପରିବାରରେ ହସଖୁସିର ବାତାବରଣ ରହିବ। କର୍ମକ୍ଷେତ୍ରରେ ଶୁଭ ଯୋଗ ସହ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ। ମାନସିକ ଦୁଃଶ୍ଚିନ୍ତା ଦୂର ହେବ।

ଦେଖନ୍ତୁ କୁମ୍ଭୀର ଓ ଜେବ୍ରାର ଭିଡିଓ; କେମିତି ବଞ୍ଚିଲା ଜୀବନ..

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories