www.samajalive.in
Monday, December 15, 2025
16.1 C
Bhubaneswar

ଚିତାବାଘ ଦେଇ ପାରିବ ୱାର୍କ ଫ୍ରମ୍‌ ହୋମ୍‌ ସୁବିଧା, ନାରାୟଣ ମୂର୍ତ୍ତିଙ୍କର ୭୦ ଘଣ୍ଟା କାମ କରିବା କରିବା ବିବୃତ୍ତିକୁ ନେଇ ସୋସିଆଲ ମିଡିଆରେ ବଢୁଛି ମେମ୍ସ କ୍ରେଜ୍‌..

ନୂଆଦିଲ୍ଲୀ : କର୍ମଚାରୀଙ୍କୁ ସପ୍ତାହରେ ୭୦ ଘଣ୍ଟା କାମ କରିବା ଉପରେ ବିବୃତ୍ତି ଦେଇଥିବା ଇନଫୋସିସ୍‌ର ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କର ମୈସୁରରେ ସ୍ଥିତ ଇନଫୋସିସ୍‌ କାର୍ଯ୍ୟାଳୟ ନିକଟରେ ଗତ ୩୧ ଡିସେମ୍ବରରେ ଏକ ଚିତାବାଘ ଦେଖାଯାଇଥିଲା। ଏହାପରେ କମ୍ପାନୀରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। କର୍ମଚାରୀ ଭୟଭୀତ ହୋଇଥିଲେ। ସୁରକ୍ଷା ଦୃଷ୍ଟିରୁ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ୱାର୍କ ଫ୍ରମ୍‌ ହୋମ୍‌ର ସୁବିଧା ପ୍ରଦାନ କରାଯାଇଥିଲା। କମ୍ପାନୀ ନିକଟରେ ଚିତାବାଘ ବୁଲିବା ଖବର ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା। ଏବେ ଚିତାବାଘ ଓ କମ୍ପାନୀରେ ୭୦ ଘଣ୍ଟା କାମକୁ ନେଇ ଅନେକ ମେମ୍ସ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି ।

- Advertisement -

ଅପର ପକ୍ଷରେ ସୋସିଆଲ ମିଡିଆ ବ୍ୟବହାରକାରୀ ନାରାୟଣ ମୂର୍ତ୍ତିଙ୍କ ୭୦ ଘଣ୍ଟା କାମ କରିବା ବିବୃତ୍ତି ଉପରେ ଅନେକ ମନ୍ତବ୍ୟ ଦେଇଛନ୍ତି। ଚିତାବାଘର ଅନେକ ଫଟୋ ଉପରେ ଆଇକାର୍ଡ ରଖିବା ସହ ଲାଲଟପ୍‌ ନିକଟରେ ବସାଇବା ଆଦି ଭାଇରାଲ୍‌ ହେଉଛି।

ମହାକୁମ୍ଭରେ ୧୪୪ ବର୍ଷ ପରେ ଦୁର୍ଲ୍ଲଭ ସଂଯୋଗ; ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ହେବେ ଭାଗ୍ୟଶାଳୀ..

ସୋସିଆଲ ମିଡିଆରେ ଭାଇରାଲ୍‌ ପୋଷ୍ଟ ଉପରେ ଲୋକେ ମତ ଦେଇ କହିଛନ୍ତି, କାମ କରିବା ପାଇଁ ଚିତାବାଘ ଆସି ପହଞ୍ଚିଛି। ବାଘକୁ ୭୦ ଘଣ୍ଟା କାମ କରିବା ପାଇଁ ବାଧ୍ୟ କରାଯିବ।


ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଏହି ଚିତାବାଘ ‘ଏଲଆଣ୍ଡଟି’ କମ୍ପାନୀକୁ କାମ କରିବାକୁ ଆସି ନାହିଁ, ନଚେତ୍ ରବିବାର ମଧ୍ୟ ଏହାକୁ ସପ୍ତାହାନ୍ତ ଛୁଟି ମିଳି ନଥାନ୍ତା।’ ଆଉ ଜଣେ ଲେଖିଛନ୍ତି, ‘କେବଳ ଚିତାବାଘ ହିଁ ଇନଫୋସିସ୍ କର୍ମଚାରୀଙ୍କୁ ଘରୁ କାମ କରିବାକୁ ସୁବିଧା ପ୍ରଦାନ କରିପାରିବ’।

ଦେଖନ୍ତୁ କୁମ୍ଭୀର ଓ ଜେବ୍ରାର ଭିଡିଓ; କେମିତି ବଞ୍ଚିଲା ଜୀବନ..

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories