ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାରେ ୨ ଜଣ ଠକ ସୁନା ଅଳଙ୍କାର ସଫେଇ ବାହାନାରେ ଶୈଳବାଳା ବେହେରା ନାମ୍ନୀ ଜଣେ ମହିଳାଙ୍କଠାରୁ ଗୋଟିଏ ସୁନା ଚେନ ଓ ୨ ହଳ କାନଫୁଲ ଲୁଟି ନେଇଛନ୍ତି। ମହିଳା ଜଣକ ଏକ କାଗଜ ପୁଡ଼ିଆରେ ଏସବୁକୁ ସଫା କରିବାକୁ ଦେଇ ଘର ଭିତରକୁ ଯାଇ ଆସିବା ପରେ ଠକ ଦ୍ବୟ ଗୋଡ଼ି ଭର୍ତ୍ତି ପୁଡିଆ ମହିଳାଙ୍କୁ ଦେଇ ସେଠାରୁ ଚମ୍ପଟ ମାରିଥିଲେ। ଏନେଇ ମହିଳାଙ୍କ ସ୍ବାମୀ ନିର୍ମଳ ବେହେରା ଥାନାରେ ଅଭିଯୋଗ କରିବା ପରେ ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ଓ ଏସଆଇ ରସାନନ୍ଦ ନାଏକ ଘଟଣାର ତଦନ୍ତ ଜାରି ରଖିଛନ୍ତି।
Popular Categories



