www.samajalive.in
Saturday, December 6, 2025
16.1 C
Bhubaneswar

ଏସବିଆଇ କେୱାଇସି ଅନଲାଇନ ଲିଙ୍କ୍‌ରେ ୫୦ ହଜାର ଠକେଇ, ଥାନାରେ ମାମଲା

ଗୋପାଳପୁର: ଗୋପାଳପୁର ମେନ୍ ରୋଡ଼ରେ ରହୁଥିବା ମୁରଲୀଧର ଗୌଡ଼ ମୋବାଇଲରେ ଆସିଥିବା ଏସବିଆଇ କେୱାଇସି ଅପ୍‌ଡେଟ ଲିଙ୍କ ଜରିଆରେ ୫୦ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ପ୍ରକାରେ, ଚଳିତ ମାସ ୭ ତାରିଖ ରାତି ୮ଟା ୨୭ ସମୟରେ ମୁରଲୀଧରଙ୍କ ମୋବାଇଲକୁ ଏସବିଆଇ କେୱାଇସି ଅପ୍‌ଡେଟ ପାଇଁ ଏକ ଲିଙ୍କ ମେସେଜ ଆସିଥିଲା। ମୁରଲୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କେୱାଇସି ଅପ୍‌ଡେଟ ମାଗୁଥିବା ଭାବି ତାହାରି ଉପରେ କ୍ଲିକ୍ କରିଥିଲେ। କ୍ଲିକ୍ କରୁ କରୁ ଏକ ଓଟିପି ଆସିଥିଲେ ମଧ୍ୟ ଓଟିପି ନମ୍ବର ଦେଇନଥିଲେ। କିନ୍ତୁ ସଙ୍ଗେ ସଙ୍ଗେ ତାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା କଟି ଯାଇଥିବା ଜାଣିପାରି ସାଇବର ଠକେଇ ହେଲ୍ପଲାଇନକୁ ଯୋଗାଯୋଗ କରିଥିଲେ। ପରେ ଠକେଇର ଶିକାର ଜାଣିବାକୁ ପାଇଁ ଥିଲେ। ପରେ ୮ ତାରିଖ ଦିନ ବ୍ରହ୍ମପୁର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶୁକ୍ରବାର ଗୋପାଳପୁର ଥାନାରେ ମଧ୍ୟ ଅଭିଯୋଗ କରିବା ପରେ ପୁଲିସ କେସ ନମ୍ବର ୧୯/୨୫ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories