www.samajalive.in
Monday, December 15, 2025
16.1 C
Bhubaneswar

ଏସବିଆଇ କେୱାଇସି ଅନଲାଇନ ଲିଙ୍କ୍‌ରେ ୫୦ ହଜାର ଠକେଇ, ଥାନାରେ ମାମଲା

ଗୋପାଳପୁର: ଗୋପାଳପୁର ମେନ୍ ରୋଡ଼ରେ ରହୁଥିବା ମୁରଲୀଧର ଗୌଡ଼ ମୋବାଇଲରେ ଆସିଥିବା ଏସବିଆଇ କେୱାଇସି ଅପ୍‌ଡେଟ ଲିଙ୍କ ଜରିଆରେ ୫୦ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ପ୍ରକାରେ, ଚଳିତ ମାସ ୭ ତାରିଖ ରାତି ୮ଟା ୨୭ ସମୟରେ ମୁରଲୀଧରଙ୍କ ମୋବାଇଲକୁ ଏସବିଆଇ କେୱାଇସି ଅପ୍‌ଡେଟ ପାଇଁ ଏକ ଲିଙ୍କ ମେସେଜ ଆସିଥିଲା। ମୁରଲୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କେୱାଇସି ଅପ୍‌ଡେଟ ମାଗୁଥିବା ଭାବି ତାହାରି ଉପରେ କ୍ଲିକ୍ କରିଥିଲେ। କ୍ଲିକ୍ କରୁ କରୁ ଏକ ଓଟିପି ଆସିଥିଲେ ମଧ୍ୟ ଓଟିପି ନମ୍ବର ଦେଇନଥିଲେ। କିନ୍ତୁ ସଙ୍ଗେ ସଙ୍ଗେ ତାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା କଟି ଯାଇଥିବା ଜାଣିପାରି ସାଇବର ଠକେଇ ହେଲ୍ପଲାଇନକୁ ଯୋଗାଯୋଗ କରିଥିଲେ। ପରେ ଠକେଇର ଶିକାର ଜାଣିବାକୁ ପାଇଁ ଥିଲେ। ପରେ ୮ ତାରିଖ ଦିନ ବ୍ରହ୍ମପୁର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶୁକ୍ରବାର ଗୋପାଳପୁର ଥାନାରେ ମଧ୍ୟ ଅଭିଯୋଗ କରିବା ପରେ ପୁଲିସ କେସ ନମ୍ବର ୧୯/୨୫ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories