www.samajalive.in
Saturday, December 6, 2025
15.1 C
Bhubaneswar

ପାଳଗଦା ନିଆଁରେ ମାମୁ-ଭଣଜା ଜଳିଯିବା ଘଟଣା: ୪ ଲକ୍ଷ ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା

ବାଉଁଶୁଣି/ଜହ୍ନାପଙ୍କ: ବୌଦ୍ଧ ଜିଲା ସଦର ବ୍ଲକ ମୁନ୍ଦିପଦର ପଞ୍ଚାୟତ ଅନ୍ତର୍ଗତ ବଲାକିରା ଗାଁରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପାଳଗଦାରେ ପୋଡ଼ି ହୋଇ ମାମୁ-ଭଣଜାଙ୍କ ମୃତ୍ୟୁ ହୋଇଛି। ଘଟଣା ନେଇ ବଲାକିରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଖବର ଅନୁସାରେ, ବସନ୍ତବାହଲ ଗ୍ରାମର ସଞ୍ଜିତ ଉର୍ମାଙ୍କ ପୁଅ କ୍ରୀଷ୍ଣା ଉର୍ମା ନିଜ ମାମୁ ଘର ବଲାକିରାକୁ ୨/୩ ଦିନ ପୂର୍ବେ ବୁଲି ଆସିଥିଲେ। ଗତକାଲି ସନ୍ଧ୍ୟାରେ ବଲାକିରା ଗ୍ରାମର ସୁବଳ ଭୋଇଙ୍କ ପୁଅ କ୍ରୀଷ୍ଣା ଭୋଇ(ମାମୁ)ଙ୍କ ସହ ପାଳ ଗଦା ନିକଟରେ ନିଆଁ ପୁଆଁଉଥିବାବେଳେ ପାଳଗଦାରେ ନିଆଁ ଲାଗି ଯାଇଥିଲା। ଉଭୟ ଭୟଭୀତ ହୋଇ ନିକଟରେ ଲୁଚି ଯାଇଥିଲେ। ହେଲେ ପାଳ ନିଆଁ ପ୍ରସାରିତ ହେବା ସହ ଉଭୟ ଦଗ୍ଧୀଭୂତ ହୋଇଥିଲେ। ଦୁଇ ସଂପର୍କରେ ମାମୁ-ଭଣଜା ବୋଲି ସୂଚନା ମିଳିଛି। ମୃତ ନାବାଳକଙ୍କ ଶବ ଜବତ କରି ବାଉଶୁଣି ପୁଲିସ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଘଟଣାସ୍ଥଳରେ ବାଉଁଶୁଣି ପୁଲିସ ତଦନ୍ତ ଜାରି ରଖିଛି। ରବିବାର ବୌଦ୍ଧ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories