www.samajalive.in
Monday, December 8, 2025
14.1 C
Bhubaneswar

ସିଭିଲ ସର୍ଭିସ ପ୍ରାଥମିକ ପରୀକ୍ଷା ଫଳ ପ୍ରକାଶ

ନୂଆଦିଲ୍ଲୀ : କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି) ପରିଚାଳିତ ସିଭିଲ ସର୍ଭିସ ପ୍ରାଥମିକ (ପ୍ରିଲିମିନାରି) ପରୀକ୍ଷା ୨୦୧୯ ଫଳ ଶୁକ୍ରବାର ପ୍ରକାଶ ପାଇଛି। ଯେଉଁ ପ୍ରାର୍ଥିମାନେ ପ୍ରିଲିମିନାରୀ ପରୀକ୍ଷା ଦେଇଥିଲେ ସେମାନଙ୍କ ଫଳ ୟୁପିଏସସିର ୱେବସାଇଟ୍‌ରେ ଦେଖିପାରିବେ। ଜୁନ୍ ୨ରେ ସିଭିଲ ସର୍ଭିସ ଓ ଇଣ୍ଡିଆନ ଫରେଷ୍ଟ ସର୍ଭିସ ପାଇଁ ପ୍ରିଲିମିନାରୀ ପରୀକ୍ଷା ହୋଇଥିଲା। ସଫଳ ପରୀକ୍ଷାର୍ଥୀମାନେ ମୁଖ୍ୟ ପରୀକ୍ଷା ଲାଗି ଆବେଦନ କରିବା ଆବଶ୍ୟକ। ମୁଖ୍ୟ ପରୀକ୍ଷା ପାଇଁ ଆବେଦନ ଫର୍ମ ୟୁପିଏସ୍‌ସିର ୱେବସାଇଟ୍‌ରେ ଅଗଷ୍ଟ ୧ରୁ ଅଗଷ୍ଟ ୧୬ ମଧ୍ୟରେ ଉପଲବ୍ଧ। ସେପ୍ଟେମ୍ବର ୨୦ରେ ସିଭିଲ ସର୍ଭିସ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଡିସେମ୍ବର ୧ରେ ଇଣ୍ଡିଆନ ଫରେଷ୍ଟ ସର୍ଭିସ ମୁଖ୍ୟ ପରୀକ୍ଷା ହେବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories