www.samajalive.in
Tuesday, December 9, 2025
15.1 C
Bhubaneswar

ଲକ୍ଷ୍ମୀପୁରରେ ବାହୁଡ଼ା ଯାତ୍ରା ସମ୍ପନ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଆଦିବସୀ ଅଧ୍ୟୁଷିତ ଲକ୍ଷ୍ମୀପୁରରେ ପବିତ୍ର ବାହୁଡ଼ା ଯାତ୍ରା ମହାସମାରୋହରେ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଆଡ଼ପ ମଣ୍ଡପରେ ଠାକୁରମାନଙ୍କ ସମସ୍ତ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ପହଣ୍ଡି କରାଯାଇ ଚକ୍ରରାଜ ସୁଦର୍ଶନଙ୍କ ସମେତ ମହାପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା। ଅପରାହ୍ନ ୩ଟାପରେ ରଥଟଣା ଆରମ୍ଭ ହୋଇଥିଲା। ପାଗ ଅନୁକୁଳ ଥିବାରୁ ପୁର ପଲ୍ଲୀରୁ ହଜାର ହଜାର ଭକ୍ତଙ୍କ ଆଗମନ ହୋଇଥିଲା। ଅପରାହ୍ନ ୬ଟା ସୁଦ୍ଧା ରଥ ମନ୍ଦିର ସମ୍ମୁଖରେ ଲାଗିଥିଲା। ବିଶେଷ କରି ଆଦିମ ଜନ ଜାତିର ଲୋକ ସେମାନଙ୍କ ପରିବାର ସହ ଆସିଥିଲେ। ଯାହା ଫଳରେ କି ଯାତ୍ରାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଅପରାହ୍ଣ ପ୍ରାୟ ୫ଟା ସଦ୍ଧା ସ୍ୱଳ୍ପ ବର୍ଷା ହୋଇଥିଲା ଯାହା ଫଳରେ ଲୋକମାନେ ୟାଡ଼େସାଡ଼େ ହୋଇଯାଇଥିଲେ। ତେବେ କିଛି ସମୟ ପରେ ବର୍ଷା ଛାଡ଼ି଼ଯାଇଥିଲା। ସ୍ଥାନୀୟ ପୁଲିସ ଓ ସ୍ୱତନ୍ତ୍ର ପୁଲିସ ଯବାନଙ୍କ ସହଯୋଗରେ ଶାନ୍ତି ସୃଙ୍ଖଳାର ସହିତ ଯାତ୍ରା ସମ୍ପର୍ଣ୍ଣ ହୋଇଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଯାତ୍ରାରେ ବିଭିନ୍ନ ରକମର ଦୋକାନା ପସରା ମେଲିଥିଲା। ସେହିପରି ଏହି ବ୍ଲକର କାକିରିଗୁମା ଠାରେ ମଧ୍ୟ ବାହୁଡ଼ା ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପୁଲିସ ଓ ସ୍ୱତନ୍ତ୍ର ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories