www.samajalive.in
Friday, December 12, 2025
15.1 C
Bhubaneswar

ପୋକ୍‌ସୋ ଆଇନରେ ସଂଶୋଧନ ବିଲ୍‌କୁ କ୍ୟାବିନେଟ ମୋହର: ଅପରାଧୀଙ୍କୁ ମିଳିବ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ : ଶିଶୁମାନଙ୍କ ବିରୋଧରେ ବଢୁଥିବା ଯୌନ ଉତ୍ପୀଡ଼ନ ଅପରାଧକୁ ନେଇ ଚିନ୍ତିତ କେନ୍ଦ୍ର ସରକାର କ୍ୟାବିନେଟ୍‌ ବୈଠକରେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଶିଶୁଙ୍କ ବିରୋଧରେ ଘଟୁଥିବା ଯୌନ ଅପରାଧ ଘଟଣା ସୁରକ୍ଷା ସଂକ୍ରାନ୍ତ(ପୋକ୍‌ସୋ) ଆଇନ ୨୦୧୨ରେ ସଂଶୋଧନ ବିଧେୟକକୁ କ୍ୟାବିନେଟ୍‌ ସୋମବାର ଅନୁମୋଦନ ଦେଇଛି। ଶିଶୁମାନଙ୍କ
ସୁରକ୍ଷା ଓ ସମ୍ମାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ବିଭିନ୍ନ କ୍ଷେତ୍ରରେ ଶିଶୁମାନଙ୍କ ଉପରେ ଯୌନ ଅପରାଧ ଘଟାଉଥିବା ଅପରାଧୀଙ୍କ ବିରୋଧରେ କେବଳ ଜୋରିମାନା, ଜେଲ ନୁହେଁ; ବରଂ ମୃତ୍ୟୁଦଣ୍ଡ ଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଲ୍‌ରେ ବ୍ୟବସ୍ଥା କରାଯାଇଛି। ଖୁବ୍‌ଶୀଘ୍ର ଏହାକୁ ସଂସଦରେ ଆଗତ କରାଯିବ।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ କେନ୍ଦ୍ର ସରକାର ବୁଧବାର ବେଆଇନ ଜମା ଯୋଜନା (ଚିଟ୍‌ଫଣ୍ଡ କମ୍ପାନୀ) ଉପରେ ଲଗାମ ଲଗାଇଛନ୍ତି। ଏ ସମ୍ପର୍କିତ ଏକ ନୂଆ ବିଲ୍‌କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ମଞ୍ଜୁରି ମିଳିଛି ା ଅନିୟନ୍ତ୍ରିତ ଜମା ଯୋଜନା ନିଷିଦ୍ଧ ଅଧ୍ୟାଦେଶ ୨୦୧୯ ସ୍ଥାନରେ ଏହି ନୂଆ ଅନିୟନ୍ତ୍ରିତ ଜମା ଯୋଜନା ନିଷିଦ୍ଧ ବିଲ୍‌ କାର୍ଯ୍ୟ କରିବ ା ଚିଟଫଣ୍ଡ ଭଳି ଠକେଇ ଓ ଜାଲିଆତିରୁ ଗରିବ ଲୋକଙ୍କୁ ସୁରକ୍ଷିତ ରଖିବା ଏବଂ ​ସେମାନଙ୍କର ଅର୍ଥ ଫେରସ୍ତରେ ସହଯୋଗ କରିବା ଲକ୍ଷ୍ୟ ନେଇ ଏହି ବିଲ୍‌ ଅଣାଯାଇଛି। ‌
ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡେକର କହିଛନ୍ତିି ଯେ, ଚିଟ୍‌ଫଣ୍ଡ୍‌ ପାଇଁ ଲୋକେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ା ଏହି ନୂଆ ବିଲ୍‌ ଦେଶରେ ଚାଲିଥିବା ବେଆଇନ ଜମା କାର୍ଯ୍ୟକଳାପରୁ ରୋକିବାରେ ସାହାଯ୍ୟ କରିବ ା ଅନିୟନ୍ତ୍ରିତ ଜମା ଯୋଜନା ନିଷିଦ୍ଧ ବିଲ୍‌ରେ ବେଆଇନ ଭାବେ ଜମା ଯୋଜନା ଜରିଆରେ ସଂଗୃହୀତ ଅର୍ଥ ଫେରସ୍ତ ଏବଂ ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା ନେଇ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି ା
ସୂଚନାଯୋଗ୍ୟ, ଚିଟ୍‌ଫଣ୍ଡ ଠକେଇ ରୋକିବା ଲାଗି କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ୨୧ ଫେବୃୟାରୀ ୨୦୧୯ରେ ଅଧ୍ୟାଦେଶ ଆଣି ଏହାକୁ ଲାଗୁ କରିଥିଲେ। ଅଧ୍ୟାଦେଶର ଅବଧି ୬ ମାସ ଥିବାରୁ ଏହା ପୂର୍ବରୁ ଏହି ନୂତନ ବିଲ୍‌କୁ ସଂସଦରେ ଗୃହୀତ କରାଇବା ଆବଶ୍ୟକତା ଥିବାରୁ କ୍ୟାବିନେଟ୍‌ ଏହି ବିଧେୟକକୁ ମଞ୍ଜୁରୀ ଦେଇଛି। ଖୁବ୍‌ଶୀଘ୍ର ଏହା ସଂସଦରେ ଆଗତ କରାଯିବ ବୋଲି ଶ୍ରୀ ପ୍ରସାଦ ସୂଚନା ଦେଇଛନ୍ତି। ପ୍ରକାଶଥାଉକି, ସାରଦା, ଅର୍ଥତତ୍ତ୍ବ, ରୋଜଭ୍ୟାଲି ଭଳି ଏକାଧିକ ଚିଟ୍‌ଫଣ୍ଡ ସଂସ୍ଥା ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ଭଳି ରାଜ୍ୟରେ କମ୍ପାନୀ ଖୋଲି ଲକ୍ଷ ଲକ୍ଷ ଗରିବଙ୍କ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ଉପରେ ସିବିଆଇ ତଦନ୍ତ କରୁଥିବାବେଳେ ଏହି ବେଆଇନ ସଂସ୍ଥା ଗୁଡିକ ବି​‌େ​‌ରାଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ନୂତନ ବିଲ୍‌ରେ ବହୁ ବ୍ୟବସ୍ଥା ରହିଛି।
ଅନୁରୂପ ଭାବେ ବୁଧବାର କ୍ୟାବିନେଟ୍‌ କମିଟି ତୃତୀୟ ଲିଙ୍ଗ (କିନ୍ନର) ବ୍ୟକ୍ତିଙ୍କ ଅଧିକାର ସୁରକ୍ଷା ବିଧେୟକ-୨୦୧୯କୁ ମଧ୍ୟ ଅନୁମୋଦନ କରିଛି। ଏହି ବିଲ୍‌ ଜରିଆରେ ତୃତୀୟ ଲିଙ୍ଗର ବ୍ୟକ୍ତିମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣି ସେମାନଙ୍କୁ ଆର୍ଥିକ, ସାମାଜିକ ଓ ଶିକ୍ଷାକ୍ଷେତ୍ରରେ ସଶକ୍ତୀକରଣ କରାଯାଇପାରିବ। ସଂସଦର ଚଳିତ ଅଧିବେଶନରେ ଏହି ବିଲ୍‌ ଆଗତ କରାଯିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories