ମିସା ଭାରତୀଙ୍କ ନାମରେ ଅତିରିକ୍ତ ଅଭିଯୋଗଫର୍ଦ ଦାଖଲ କଲା ଇଡି
ନୂୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ବୁଧବାର ଲାଲୁପ୍ରସାଦ ଯାଦବଙ୍କ କନ୍ୟା ତଥା ଆରଜେଡି ରାଜ୍ୟସଭା ସାଂସଦ ମିସା ଭାରତୀ ଓ ତାଙ୍କ ସ୍ବାମୀ ଶୈଳେଶଙ୍କ ବିରୋଧରେ ଅତିରିକ୍ତ ଅଭିଯୋଗଫର୍ଦ ଦାଖଲ କରିଛି। ଏଥିରେ ୧୫ ବ୍ୟକ୍ତି ଓ ୨୦ କମ୍ପାନୀଙ୍କୁ ନେଇ ମୋଟ ୩୫ ନୂଆ ଅଭିଯୁକ୍ତଙ୍କ ନାମ ସାମିଲ କରାଯାଇଛି। ଏମାନଙ୍କ ମଧ୍ୟରେ ତିନି ଜଣ ଚାଟାର୍ଡ ଏକାଉଣ୍ଟାଣ୍ଟଙ୍କ ନାମ ରହିଛି। ଏହି ମାମଲାରେ ମୋଟ ୮ହଜାର କୋଟି ଟଙ୍କାର ବେଆଇନ କାରବାର ଅଭିଯୋଗ ରହିଛି। ଏହି ମାମଲାରେ ଇଡି ୨୦୧୭ରେ ମିସାଙ୍କର ଦିଲ୍ଲୀସ୍ଥିତ ଫାର୍ମ ହାଉସ୍କୁ ବାଜ୍ୟାପ୍ତ କରିଥିଲା।
Comments are closed.