www.samajalive.in
Tuesday, December 9, 2025
17.1 C
Bhubaneswar

ସଡ଼କ ଦୁର୍ଘଟଣାରେ ପ୍ରଫେସରଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲା ହାଟଡିହି ବ୍ଲକ ସୋସୋ ପଞ୍ଚାୟତର ବେଲମଳା ଗ୍ରାମର ଜଣେ ପ୍ରଫେସରଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ନାମ ସୁକୁମାର ପୁହାଣ(୪୪)। ସୂଚନା ମୁତାବକ, ସୁକୁମାର ଓ ତାଙ୍କ ପରିବାର ଚେନାଇରେ ରହିଥାନ୍ତି। ସେଠାରେ ଅଙ୍ଗୁଲରେ ଏକ ଇଂଜିନିୟରିଂ କଲେଜ କରି ସେଠାରେ ପ୍ରତିଷ୍ଠିତ ହୋଇଛନ୍ତି। ତାଙ୍କର ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠାନ ସହ ସମ୍ପର୍କ ରହିଥିବା ବେଳେ ଗତ ସାଧାରଣ ନିର୍ବାଚନରେ ଘଷିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧିନ ପ୍ରାର୍ଥୀ ଭାବେ ବିଧାୟକ ପଦରେ ପ୍ରତିଦ୍ୱନ୍ଦିତା କରିଥିଲେ। ସେ ଜଣେ ଲୋକ ସମ୍ପର୍କ ଯୁବକ ଭାବେ ଏ ଅଞ୍ଚଳରେ ପରିଚିତ ଥିବା ସହିତ ଏ ଅଞ୍ଚଳ ଯୁବକମାନଙ୍କୁ ନିଯୁକ୍ତି ଦେବାକୁ ପ୍ରୟାସ କରିଥାନ୍ତି। ସେ କିଛିଦିନ ତଳେ ଗାଁ ବେଲମଳାକୁ ଆସିଥିଲେ। ଗାଁରୁ ତାଙ୍କ କାରରେ ଚେନାଇ ଯାଉଥିବା ବେଳେ ହାଇଦ୍ରାବାଦ ଓ ଚେନାଇ ମଝିରେ ତାଙ୍କ ଗାଡ଼ିକୁ ଏକ ଦଶଚକିଆ ଟ୍ରକ ଧକ୍କା ଦେଇ ଚଢ଼ିଯାଇଥିଲା। ଯାହାଫଳରେ ସୁକୁମାରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେ ଜଣେ ଯୁବ ଇଂଜିନିୟର ଭାବେ ଡିଗ୍ରୀ ହାସଲ କରିଥିବା ବେଳେ ଡକ୍ଟରେଟ ଉପାଧି ହାସଲ କରିଥିଲେ। ତାଙ୍କର ଏଭଳି ମୃତ୍ୟୁ ଖବରକୁ ନେଇ ବେଲମଳା ଗ୍ରାମ ଏବଂ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories