www.samajalive.in
Tuesday, December 9, 2025
16.1 C
Bhubaneswar

ଗୋଆ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ : ଚନ୍ଦ୍ରକାନ୍ତ କାଭେଲକର ଉପ-ମୁଖ୍ୟମନ୍ତ୍ରୀ

ପାଣାଜୀ : ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଶନିବାର ତାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ତଥା ଅଦଳବଦଳ କରିଛନ୍ତି । ପୂର୍ବତନ ବିରୋଧୀଦଳ ନେତା ଚନ୍ଦ୍ରକାନ୍ତ କାଭେଲକର ଏବଂ ଉପବାଚସ୍ପତି ମାଇକେଲ ଲୋବୋଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି। କାଭେଲକରଙ୍କୁ ଗୋଆର ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନିଜ ମନ୍ତ୍ରୀମଣ୍ଡଳରେ ୩ଜଣ କଂଗ୍ରେସ ଓ ଜଣେ ବିଜେପି ମୋଟ ୪ଜଣ ବିଧାୟକଙ୍କୁ ମନ୍ତ୍ରିପରିଷଦରେ ସ୍ଥାନ ଦେଇଛନ୍ତି । ଅନ୍ୟ ୨ଜଣ ଜେନିଫର ମନସେରଟେ ଏବଂ ଫିଲିପ୍‍ ନେରି ରଡରିଗସ୍‍ଙ୍କୁ ମଧ୍ୟ ମନ୍ତ୍ରିପରିଷଦରେ ସାମିଲ କରାଯାଇଛି । ଗୋଆ ରାଜ୍ୟପାଳ ମୃଦୁଳା ସିହ୍ନା ମନ୍ତ୍ରୀମାନଙ୍କୁ ପଦ ଓ ଗୋପୀୟତାର ଶପଥପାଠ କରାଇଛନ୍ତି।
ଶୁକ୍ରବାର ରାତିରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ସାକ୍ଷାତ ପରେ ମନ୍ତ୍ରିପରିଷଦ ଚୁଡାନ୍ତ ହୋଇଥିଲା। ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାରରେ ଅଂଶୀଦାର ଗୋଆ ଫରୱାର୍ଡ଼ ପାର୍ଟିର ୩ ଜଣ ଏବଂ ଜଣେ ନିର୍ଦ୍ଦଳୀୟ ବିଧାୟକ ରୋହନ ଖାଉନ୍ତେଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇଛି । ପୂର୍ବରୁ ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ୍‍ ୪ ଜଣ ମନ୍ତ୍ରୀ ବିଜୟ ସର୍‍ଦେଶାଇ, ବିନୋଦ ପାଲିଏଙ୍କ, ଜୟେଶ୍‍ ସଲ୍‍ଗାଓଁକର ଓ ରୋହନ୍‍ ଖନ୍ତେଙ୍କୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ।
ଏଠାରେ ସ୍ମରଣଯୋଗ୍ୟ, ଗତ ବୁଧବାର ଦିନ ୧୦ ଜଣ କଂଗ୍ରେସ ବିଧାୟକ ବିଜେପି ରେ ଯୋଗ ଦେବାଦ୍ୱାରା ୪୦ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ପାର୍ଟିର ସଂଖ୍ୟା ୨୭କୁ ବୃଦ୍ଧି ପାଇଥିଲା। ୩ ମାସ ପୂର୍ବେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିବା ଶ୍ରୀ ସାୱନ୍ତଙ୍କର ଏହା ଦ୍ୱିତୀୟ ମନ୍ତ୍ରିମଣ୍ଡଳ ଅଦଳବଦଳ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories